ଆଜି ଅସଲ ଫାଇଟ୍, ସୁପର ସଣ୍ଡେରେ ହେବ ହାଇ-ଭୋଲଟେଜ୍ ମୁକାବିଲା, ହାରିଲେ ହ୍ୟାଟ୍ରିକ ବିଜୟ !

ଆଜି ଅସଲ ଫାଇଟ । ହାରିଲେ ହ୍ୟାଟ୍ରିକ ବିଜୟ । ହଁ ଦର୍ଶକ ବନ୍ଧୁ ଚଳିତ ବିଶ୍ଵକପରେ ଦେଖିବାକୁ ମିଳିଛି ଭାରତୀୟ ଟିମ ର ଜଲୱା । 7ଟି ମ୍ଯାଚ ଖେଳି ପଏଣ୍ଟ ଟେବଲ ରେ ରହିଛି ଭାରତ । ସେମି ଫାଇନାଲ ପାଇଁ ଭାରତ ନିଜର ସ୍ଥାନ ସୁରକ୍ଷିତ ରଖିଛି । ଆଜି ପୁଣି ହାଇ ଭୋଲଟେଜ ମୁକାବିଲା ଦେଖିବାକୁ ମିଳିବ । ଏହି ମ୍ଯାଚ କୋଲକାତା ର ହିଡେନ ଗାର୍ଡେନ ରେ ଖେଳାଯିବ । ଦିନିକିଆ ବିଶ୍ଵକପ ସୁପର ସଣ୍ଡେ ରେ ମୁହାଁ ମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା ।

ଦଳ ପାଇଁ ବ୍ୟାଟ୍ସ ମ୍ୟାନ ଯେତିକି ପରିଶ୍ରମ କରିଛନ୍ତି ବିପକ୍ଷ ଦଳ ପାଇଁ ବୋଲୋର ମାନେ ମଧ୍ୟ ସେମିତି ଘଟକ ସାଜିଛନ୍ତି । ଭାରତ ପୂର୍ବରୁ 7ଟି ମ୍ଯାଚ ଜିତି ଦୃଢ ସ୍ଥିତିରେ ରହିଥିବା ବେଳେ ଦକ୍ଷିଣ ଆଫ୍ରିକାର ବ୍ୟାଟିଙ୍ଗ ଲାଇନ ମଜବୁତ ହୋଇଛି । ଆଜି ସୁପର ସଣ୍ଡେ ରେ ହେବାକୁ ଥିବା ମହା ମୁକାବିଲା ପାଇଁ ଦୁଇ ଟିମ ପ୍ରସ୍ତୁତ ଥିବା ବେଳେ ମୁକାବିଲା ଜୋର ହେବ ବୋଲି ଅନୁମାନ କରିଛନ୍ତି କ୍ରିକେଟ ପ୍ରେମୀ ।

ଅନ୍ୟ ପଟେ 2011 ଭଳି ବିରଳ ସଂଯୋଗ ମଧ୍ୟ ଘଟୁଛି । ସେତେବେଳେ ଭାରତ ଲିଗ ପର୍ଯ୍ୟାୟ ମ୍ଯାଚ ସବୁ ଜିତୁଥିଲା ଅନ୍ୟ ପାଖରେ ଦକ୍ଷିଣ ଆଫ୍ରିକା ହାରିଥିଲା । ପରେ ଭାରତ ଦଳ ଚାମ୍ପିୟାନ ଆଖ୍ୟା ପାଇଥିଲା । କିଛି ଲୋକ ମତ ଦେଇଛନ୍ତି ଯଦି ଭାରତ ଆଜିର ମ୍ଯାଚରେ ହାରିଯାଏ ତେବେ 2011 ଭଳି 2023 ଦିନିକିଆ ବିଶ୍ଵକପରେ ଚାମ୍ପିୟାନ ହେବ ।

ଉଭୟ ଦଳ ଚଳିତ ବିଶ୍ଵକପରେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି । ତେବେ ଆଜି ଖେଳା ଯିବାକୁ ଉଭୟ ଦଳର ଚୁଡାନ୍ତ ଏକାଦଶ କିଭଳି ରହିବ ସେ ନେଇ ରହିଛି ସସପେନ୍ସ । ଗୋଟେ ପଟେ ଭାରତୀୟ ଦଳର ଷ୍ଟାର ଅଲ ରାଉଣ୍ଡର ହାର୍ଦ୍ଦିକ ପାଣ୍ଡିୟା ବିଶ୍ଵକପ ମ୍ଯାଚ ର ଅବଶିଷ୍ଟ ରୁ ବାଦ ପଡିଛନ୍ତି । ତାଙ୍କ ବଦଳରେ କ୍ରୀଷ୍ଣା ଙ୍କୁ ଦଳରେ ସାମିଲ କରା ଯାଇଥିଲେ ସୁଧା ଦକ୍ଷିଣ ଆଫ୍ରିକା ବିପକ୍ଷ ରେ ଖେଳିବା ସମ୍ଭବ ନୁହେଁ ।

ଭାରତୀୟ ଦଳରେ ସେମିତି କୌଣସି ପରିବର୍ତ୍ତନ ହୋଇ ନ ପାରେ । ଭାରତୀୟ ଦଳର ଖେଳ ବିଷୟରେ କହିବାକୁ ଗଲେ ଉଭୟ ବ୍ୟାଟିଙ୍ଗ ଓ ବୋଲିଙ୍ଗ ରେ କାମାଲ ମଚାଇଛନ୍ତି ଟିମ ଇଣ୍ଡିଆ ର ଖେଳାଳି । ଶୁଭମନ ଗିଲ ଙ୍କ ଠାରୁ ଆରମ୍ଭ କରି କ୍ଯାପଟେନ ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର, ଲୋକେଶ ରାହୁଲ ସମସ୍ତେ ଫର୍ମ ରେ ରହିଛନ୍ତି ।

ବୋଲିଙ୍ଗ କଥା କହିଲେ ସାମୀ, ସିରାଜ, ବୁମରା ଙ୍କ ଯୋଡି କାମାଲ କରୁଛନ୍ତି । ତେଣୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଦଳ ଘାତକ ସାଜିପାରେ ବୋଲି ଏବେ ଚର୍ଚ୍ଚା ହେଲାଣି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।