ଆଗକୁ ଆହୁରି ଶସ୍ତା ହୋଇଯିବ ପେଟ୍ରୋଲ ଓ ଡିଜେଲ, ଭାରତ ବାହାର କରିବ 5 ମିଲିୟନ ଗଚ୍ଛିତ ତୈଳ, ଦେଖନ୍ତୁ କ’ଣ ରହିଛି ପୁରା ରିପୋର୍ଟ

ପେଟ୍ରୋଲ ଓ ଡିଜେଲ ଦରଦାମ ଯୋଗୁଁ ଚିନ୍ତିତ ଥିବା ଲୋକଙ୍କ ପାଇଁ ଆସିଛି ଆଶ୍ବସ୍ତିକର ଖବର । ଶୁଣିବାକୁ ମିଳୁଛି କି ଆଗକୁ ଆହୁରି ଶସ୍ତା ହେବ ପେଟ୍ରୋଲ ଏବଂ ଡିଜେଲ । କାରଣ ଭାରତ ଗଚ୍ଛିତ ରଖିଥିବା ଅଶୌଧିତ ତୈଳରୁ ୫୦ ଲକ୍ଷ ବ୍ୟାରେଲ ଏବେ ବାହାର କରିବ । ସମାନ ସମୟରେ ଆମେରିକା, ଜାପାନ, ଚୀନ ଏବଂ କୋରିଆ ମଧ୍ୟ ସେମାନଙ୍କ ଗଚ୍ଛିତ ତୈଳ ବାହାର କରିବ । ଭାରତ ଏହି ସବୁ ଦେଶ ସହ ଆଲୋଚନା କରି ଅଶୌଧିତ ଗଚ୍ଛିତ ତୈଳ ବାହାର କରିବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ପେଟ୍ରୋଲ ମନ୍ତ୍ରଣାଳୟ ।

ରିପୋର୍ଟ ଅନୁଯାୟୀ ଏବେ ଭାରତ ପାଖରେ ୨ କୋଟି ୬୫ ଲକ୍ଷ ବ୍ୟାରେଲ ଅଶୌଧିତ ତୈଳ ଗଚ୍ଛିତ ଅଛି । ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ହ୍ରାସ ପାଇଁ ଗଚ୍ଛିତ ଅଶୌଧିତ ତୈଳର ବ୍ୟବହାର କରିବାକୁ ଆମେରିକା ଅନ୍ୟ ଦେଶ ମାନଙ୍କୁ ପରାମର୍ଶ ଦେଇଛି । ଆମେରିକା ପ୍ରାୟ ୫ କୋଟି ବ୍ୟାରେଲ ଗଚ୍ଛିତ ତୈଳ ବାହାର କରିବ । ବର୍ତ୍ତମାନ ତୈଳ ଉତ୍ପାଦନ କମ୍ ଥିବାରୁ ଆନ୍ତର୍ଜାତୀୟ ବଜାରରେ ଅଶୌଧିତ ତୈଳ ଦର ଅଧିକ ରହିଛି ।

ସେହି ଗଚ୍ଛିତ ତୈଳ ସବୁ ବାହାର କଲେ ପେଟ୍ରୋଲ ଏବଂ ଡିଜେଲ ଦାମ୍ ଶସ୍ତା ହେବ । ପେଟ୍ରୋଲ ଓ ଡିଜେଲ ଦର ଶତକରୁ ମଧ୍ୟ ଅଧିକ ବୃଦ୍ଧି ପାଇଥିବା ବେଳେ କିଛି ଦିନ ପୂର୍ବରୁ ପେଟ୍ରୋଲ ଉପରୁ ୫ ଟଙ୍କା ଏବଂ ଡିଜେଲ ଉପରୁ ୧୦ ଟଙ୍କା ଦର ହ୍ରାସ କରିଥିଲେ କେନ୍ଦ୍ର ସରକାର । ଏହାପରେ ଅନେକ ରାଜ୍ୟ ପେଟ୍ରୋଲ ଓ ଡିଜେଲ ଉପରୁ ଭ୍ଯାଟ ମଧ୍ୟ ହ୍ରାସ କରିଛନ୍ତି ।

ଲୋକମାନେ ପେଟ୍ରୋଲ ଓ ଡିଜେଲ ଉପରେ ନିତିଦିନିଆ ନିର୍ଭର କରୁଥିବା ବେଳେ ଏହାର ଦରଦାମ ବୃଦ୍ଧି ଲୋକଙ୍କ ପକେଟ ଓ ବଜେଟକୁ ଖୁବ୍ ପ୍ରଭାବିତ କରୁଥିଲା । ଦେଶରେ ଏନେଇ ଦିନକୁ ଦିନ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଥିଲା । ବହୁତ ତର୍କବିତର୍କ ଓ ଚର୍ଚ୍ଚା ପରେ ଗତ ଏକ ମାସ ଧରି ପେଟ୍ରୋଲ ଓ ଡିଜେଲ ବୃଦ୍ଧିରେ ଲଗାମ ଲାଗିବା ସହ ସାମାନ୍ଯ ହ୍ରାସ ମଧ୍ୟ ହୋଇଥିଲା ।

ଏବେ ତଥାପି ଶତକରେ ରହିଛି ପେଟ୍ରୋଲ ଦର । ତେବେ ଅଶୌଧିତ ତୈଳ ବ୍ୟାରେଲ ବାହାର ହେବା ପରେ ଯଦି ଆଗକୁ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ହୁଏ ତେବେ ସାଧାରଣ ଲୋକଙ୍କୁ ନିହାତି ଭାବେ ଆଶ୍ଵସ୍ତି ମିଳିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।