ଯୁଦ୍ଧରେ ବେଦନାର ସ୍ବର: ଆହା ପଦେ କହିବାକୁ କେହି ନାହିଁ, କାନ୍ଦି କାନ୍ଦି ଏକାକୀ ୟୁକ୍ରେନ ଛାଡି ଯାଉଥିବା ଏହି ଶିଶୁକୁ ଦେଖିଲେ ଆପଣ ବି କାନ୍ଦି ପକାଇବେ, ଦେଖନ୍ତୁ video

ଯୁଦ୍ଧ ଭୁଇଁରେ ବେଦନାର ସ୍ଵର ଗୁଞ୍ଜି ଉଠୁଛି । ଏବେବି ଲୋକଙ୍କ ଆଖିରୁ ଲୁହ ସୁଖୁନି କି ଭୟ କମୁନି । ଶରଣାର୍ଥୀ ପାଲଟିଥିବା ନାଗରିକ ଜିଇଁବାକୁ ସଂଘର୍ଷ କରୁଛି । ଭିଟାମାଟି ଛାଡି ଅନିଶ୍ଚିତ ରାସ୍ତାରେ ଆଗେଇ ଚାଲିଛନ୍ତି ହଜାର ହଜାର ଲୋକ । ମିଶାଇଲ ଆଉ ଗୁଳିମାଡରେ ବଦଳିଯାଇଛି ସଂପୂର୍ଣ୍ଣ ୟୁକ୍ରେନର ରୂପରେଖ । ଏବେବି ଜଳୁଛି ସହର । ଗୋଳାବାରୁଦର ଶବ୍ଦ ଭିତରେ ଅନେକ ଲୋକଙ୍କ ଜୀବନ ଚାଲିଯାଉଛି ଆଉ ଦେଖୁ ଦେଖୁ ମାଟିରେ ମିଶିଯାଉଛି ବିଶାଳ ଅଟ୍ଟାଳିକା ମାନ ।

ସମସ୍ତଙ୍କର କେବଳ ଗୋଟିଏ ଚିନ୍ତା ସବୁ ପଛେ ଚାଲିଯାଉ କିନ୍ତୁ ଜେଆବ୍ନ ବଞ୍ଚିଯାଉ । ଭିଟାମାଟି ଛାଡି ଜୀବନ ବଞ୍ଚାଇବା ଆଶାରେ ସମସ୍ତେ ଅଜଣା ରାସ୍ତାରେ ଆଗେଇ ଚାଲିଛନ୍ତି । କିଛି ଯୋଜନା ନାହିଁ କି ନିର୍ଦ୍ଦିଷ୍ଟ ଠିକଣା ବି ନାହିଁ । ଋଷ ୟୁକ୍ରେନ ଯୁଦ୍ଧ ରେ ବାସହରା ହୋଇ ଯାଇଛନ୍ତି ହଜାର ହଜାର ଲୋକ । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଭିଡିଓ । ପିଲାଟିର ବୟସ ୮ କି ୧୦ ବର୍ଷ ହେବ ।

ସମସ୍ତେ ନିଜ ନିଜ ଆତ୍ମୀୟଙ୍କୁ ନେଇ ଆଗେଇ ଚାଲିଛନ୍ତି କିନ୍ତୁ ଏହି ପିଲାଟି ଏକା ଚାଲୁଛି । ଜୀବନ କଣ ଜାଣିବା ଆଗରୁ ବଞ୍ଚିବାକୁ ସଂଘର୍ଷ କରୁଛି କୁନି ଶିଶୁଟି । ଆଖିରୁ ତା’ର ବୋହି ଯାଉଛି ଧାର ଧାର ଲୁହ ଆଉ ଶୁଭୁଛି ତା’ କ୍ରନ୍ଦନର ସ୍ଵର । ହେଲେବି ପଦ ଅଟକୁନି । କାନ୍ଦି କାନ୍ଦି ଆଗକୁ ବଢିଚାଲିଛି ନିରୀହ ନିଷ୍ପାପ ଶିଶୁଟି ।

ଏତେ ବଡ ରାସ୍ତାରେ ଆତ୍ମୀୟ ପରିଜନ କେହି ବି ଆହା ପଦେ କହିବାକୁ ନାହାନ୍ତି । ଯୁଦ୍ଧ ବିଭୀଷିକାରେ ସମସ୍ତେ ଜର୍ଜରିତ ହେଉଥିବା ବେଳେ ଏହି ଶିଶୁର କାନ୍ଦ କିଏ ବା ଶୁଣିବ । ଗୁଳି ମାଡରେ କାହାର ପୁଅ ଟଳି ପଡିଛି ତ ଆଉ କାହାର ବାପାମା । ଆଉ ଏହାରି ମଧ୍ୟରେ ଜୀବନ ବଞ୍ଚାଇବାକୁ ଯିଏ ଯୁଆଡେ ପାଉଛନ୍ତି ଧାଉଁଛନ୍ତି । ଜୀବନର ଗତିପଥ ଏକଦମ ବଦଳାଇ ଦେଇଛି ଯୁଦ୍ଧ । ଜୀବନ ଜାକର ପୁଞ୍ଜି ମାଟିରେ ମିଶି ଯାଇଛି ।

କେବେ ଶେଷ ହେବ ଯୁଦ୍ଧ ଆଉ କେବେ ଆସିବ ସେ ପୁରୁଣା ଦିନ ? ୟୁକ୍ରେନବାସୀ ଆଉ କେତେ ଯୁଝି ହେବେ ଏହି ଯୁଦ୍ଧରେ ? ସବୁକିଛି କେବଳ ପ୍ରଶ୍ନବାଚୀ ହୋଇ ରହିଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କାରଣରୁ ।