ଆଗାମୀ ମ୍ୟାଚ୍‌ରୁ ବାଦ ପଡିଛନ୍ତି ପାଣ୍ଡିଆ, ବିରାଟ କହିଲେ ମୁଁ ସବୁ ସମ୍ଭାଳି ନେବି, ସୃଷ୍ଟି କରିବି ନୂଆ ରେକର୍ଡ ।

ସୁସ୍ଥ ହେଉ ନାହାନ୍ତି ପାଣ୍ଡିଆ । ଆଗାମୀ ମ୍ଯାଚ ରୁ ବାଦ ପଡିଛନ୍ତି । ବିରାଟ କହିଲେ ମୁଁ ସବୁ ସମ୍ଭାଳି ନେବି । ଆଉ କରିବି ନୂଆ ରେକର୍ଡ । ହଁ ଦର୍ଶକ ବନ୍ଧୁ ଆସନ୍ତା ଅକ୍ଟୋବର 29 ରେ ହେବାକୁ ଥିବା ଇଂଲଣ୍ଡ ବିପକ୍ଷରେ ମ୍ଯାଚ ପାଇଁ ଲକ୍ଷ୍ନୌ ରେ ପହଞ୍ଚି ସାରିଛି ଟିମ ଇଣ୍ଡିଆ । ଅଧିନାୟକ ରୋହିତ ଶର୍ମା ଙ୍କ ସହ ଟିମ ର ଖେଳାଳି ମାନେ ପହଞ୍ଚିଛନ୍ତି । ଭାରତ ଲଗାତାର 5ଟି ମ୍ଯାଚ ଜିତି ସାରିଥିବା ବେଳେ ଆଗାମୀ ମ୍ଯାଚ ଇଙ୍ଗଣ୍ଡ ସହ ଖେଳିବ ।

କିନ୍ତୁ ମ୍ଯାଚ ପୂର୍ବରୁ ଆସିଛି ଟିମ ଇଣ୍ଡିଆ କୁ ନେଇ ବଡ ଖବର । ଭାରତକୁ ଲାଗିଛି ବଡ ଝଟକା । ଅଲ ରାଉଣ୍ଡର ହାର୍ଦ୍ଦିକ ପାଣ୍ଡିଆ ଇଂଲଣ୍ଡ ମ୍ଯାଚ ରେ ଖେଳିବେ ନାହିଁ । କିନ୍ତୁ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଏହି ମ୍ଯାଚ ରେ ଭାରତର ସବୁ କ୍ରିକେଟ ପ୍ରେମୀ ଙ୍କୁ ଦେବାକୁ ଯାଉଛନ୍ତି ଆଉ ଏକ ଭେଟି । ସାମ୍ନା କୁ ଆସିଛି ବିରାଟ ଙ୍କର ବୋଲିଙ୍ଗ କରିବାର ଦ୍ରୁଶ୍ଯ । ନେଟ ଭିତରେ ବିରାଟ କରୁଛନ୍ତି ବୋଲିଙ୍ଗ ପ୍ରାଟିଶ ।

ଆଗାମୀ ମ୍ଯାଚ ପାଇଁ ବିରାଟ କୋହଲି ନେଟ ଭିତରେ ବୋଲିଙ୍ଗ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ବିରାଟ ଙ୍କର ବୋଲିଙ୍ଗ ଦେଖି ସମସ୍ତେ ଏବେ ଭାବୁଛନ୍ତି ଇଂଲଣ୍ଡ ବିପକ୍ଷରେ ଭାରତ ପାଇଁ ଷଷ୍ଠ ବୋଲୋର ଭାବେ ନଜର ଆସିବେ ବିରାଟ କୋହଲି । କାରଣ ଦଳର ଷଷ୍ଠ ବୋଲୋର ଅର୍ଥର ହାର୍ଦ୍ଦିକ ପାଣ୍ଡିଆ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇ ପଡିଛନ୍ତି ।

ତେବେ ବିରାଟ ଙ୍କର ଏହି ଅନ୍ଦାଜ କୁ ଦେଖି କ୍ରିକେଟ ପ୍ରେମୀ ମାନଙ୍କ ମଧ୍ୟରେ ଆରମ୍ଭ ହୋଇ ଯାଇଛି ଉଶ୍ଚାହ । ଏଭଳି ସ୍ଥିତି ରେ ପରବର୍ତ୍ତୀ ମ୍ୟାଚ ରେ ବିରାଟ କୋହଲି ପାର୍ଟ ଟାଇମର ଭାବେ କିଛି ଓଭର ବୋଲିଙ୍ଗ କରି ପାରନ୍ତି । ତେବେ ନିୟୁଜଲ୍ୟାଣ୍ଡ ବିପକ୍ଷ ମ୍ୟାଚ ରେ ହାର୍ଦ୍ଦିକ ପାଣ୍ଡିଆ ବଦଳରେ ଟିମ ରେ 2ଟି ପରିବର୍ତ୍ତନ କରା ଯାଇଥିଲା ।

ମହମଦ ସାମୀ ଙ୍କୁ ବୋଲୋର ଭାବେ ସାମିଲ କରା ଯାଇଥିବା ବେଳେ ବ୍ୟାଟର ଭାବେ ସୂର୍ଯ୍ୟ କୁମାର ଯାଦବ ଙ୍କୁ ସମାଇଲ କରା ଯାଇଥିଲା । ନିୟୁଜଲ୍ୟାଣ୍ଡ ବିପକ୍ଷ ମ୍ଯାଚ ରେ ମହମଦ ସାମୀ ଭଲ ବୋଲିଙ୍ଗ କରି 5ଟି ୱିକେଟ ନେଇଥିଲେ । କିନ୍ତୁ ଇଂଲଣ୍ଡ ବିପକ୍ଷରେ ମହମଦ ସାମୀ ଙ୍କୁ ସାମିଲ କରାଯିବ କି ନାହିଁ ତାହା ଏ ଯାଏଁ ଜଣା ପଡି ନାହିଁ । ତେବେ ଦେଖାଯାଉ ଆଗାମୀ ମ୍ଯାଚରେ କାହାକୁ ସାମିଲ କରୁଛି ଟିମ ଇଣ୍ଡିଆ ।  ବନ୍ଧୁଗଣ ଆଗକୁ ଏଭଳି ଖେଳ ସମ୍ବଧିତ ବିବରଣୀ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।