ଭୁଲରେ ଖାଇ ସାରିବା ପରେ କରନ୍ତୁ ନାହିଁ ଏହି କାମ ନହେଲେ ଜୀବନ ସାରା ରୋଗରେ ଘାଣ୍ଟି ହେବେ ।

ସୁସ୍ଥ ରହିବା ପାଇଁ ସନ୍ତୁଳିତ ଖାଦ୍ୟ ସହିତ ଶାରୀରିକ ବାୟାମ ଜରୁରୀ।ତା ସହିତ ନିଶା ଜାତିୟ ଦ୍ରବ୍ଯ ଯଥା ମଦ ସିଗାରେଟ ଆଦିରୁ ଦୂରାଇ ରହିବା ଆଦି ଆବଶ୍ୟକ।ସୁସ୍ଥ ଖାଦ୍ୟରୁ ପ୍ରୋଟିନ ଭିଟାମିନ ମିନେରାଲ ଆଦି ମିଳିଥାଏ।ଡାକ୍ତରଙ୍କ କହିବା ଅନୁଯାୟୀ ଏସବୁ ଖାଇବା ଦ୍ବାରା ସୁସ୍ଥ ରହିଥାଉ ଓ ତାହାସହ ରୋଗପ୍ରତିରୋଧକ ଶକ୍ତି ବଢିଥାଏ।କେବଳ ସ୍ବାସ୍ଥ୍ୟକର ଖାଇବା ଖାଇଲେ ହେବନାହିଁ।ଖାଇବା ପରେ କଣ ସବୁ କରିବା ଉଚିତ୍ ଆସନ୍ତୁ ଜାଣିବା

।ବୈଜ୍ଞାନିକ ମତରେ ଖାଇବା ପରେ ସିଗାରେଟ ଟାଣିବା ଶରୀର ପ୍ରତି ଅତ୍ଯନ୍ତ କ୍ଷତିକାରକ ଅଟେ।ଦଶଟି ସିଗାରେଟ ଟାଣିଲେ ଯେତିକି କ୍ଷତି ହୁଏ ଖାଇସାରିବା ପରେ ଗୋଟିଏ ସିଗାରେଟ ଟାଣିଲେ ସେତିକି କ୍ଷତିହୁଏ।ଖାଇବାପରେ ସିଗାରେଟ ଟାଣିଲେ ପାକସ୍ଥଳୀ ଓ ଫୁସଫୁସ ରେ କ୍ଯାନ୍ସର ହୋଇଥାଏ।

ଚାହା ଏବଂ କଫି ଯଦି ଆପଣ ଖାଇବା ପରେ ଚାହା ପାଉଛନ୍ତି ଏଥିରୁ ଦୂରେଇ ରୁହନ୍ତୁ।ଏହା ଆପଣଙ୍କ ହଜମ ପକ୍ରିୟାକୁ କମେଇ ଦୀଏ।ଫଳ ଶରୀର ପାଇଁ ଭଲ ବୋଲି କୁହାଯାଏ ମାତ୍ର ମଧ୍ୟାହ୍ନ ଓ ରାତ୍ରି ଭୋଜନ ପରେ ଏହାକୁ ଖାଇଲେ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ।ଖାଇସାରିବା ପରେ କେବେବି ସାଙ୍ଗେ ସାଙ୍ଗେ ଶୋଇବା କଥା ନୁହେଁ।ଖାଇସାରି ଶୋଇଲେ ଶରୀରର ହଜମ ପକ୍ରିୟା ପ୍ରଭାବିତ ହୁଏ।ଖାଇବା ପରେ ଗାଧୋଇବାକୁ ମନା କାରଣ ଏହା ଦ୍ବାରା ଅଧିକ ରକ୍ତ ଶରୀରକୁ ପ୍ରବାହିତ ହୁଏ।ଏହା ଦ୍ବାରାଖାଦ୍ୟ ହଜମ ହୁଏନାହିଁ।