ଏହି କାରଣରୁ Anil Kapoor ଙ୍କୁ ବିବାହ କରି ପାରିଲେ ନାହିଁ Bollywood ର ଏହି ସୁନ୍ଦର ଅଭିନେତ୍ରୀ, କରୁଥିଲେ ଅନିଲ କପୁରଙ୍କୁ ବହୁତ ପ୍ରେମ

ବଲୀଉଡର ଅଭିନେତା ଅନିଲ କପୁର ୬୪ ବର୍ଷର ହୋଇଯାଇଛନ୍ତି । ୨୪ ଡିସେମ୍ବରକୁ ତାଙ୍କର ଜନ୍ମଦିନ ହୋଇଥାଏ । ଯାହାକୁ ସେ ନିଜର ପରିବାର ଓ ବନ୍ଧୁମାନଙ୍କ ସହିତ ବହୁତ ଧୁମଧାମରେ ପାଳନ କରିଥାନ୍ତି । ଅନିଲ କପୁର ହିନ୍ଦୀ ସିନେମାର ଏମିତି ଜଣେ ଅଭିନେତା ଅଟନ୍ତି ଯିଏ ଆଜି ବି ଯୁବ ଅଭିନେତାଙ୍କୁ ଟକ୍କର ଦେଇଥାନ୍ତି । ତାଙ୍କର ଲୁକ ଓ ଷ୍ଟାଇଲ ଉପରେ ଲକ୍ଷ ଲକ୍ଷ ଫ୍ୟାନ ଦିବାନ ଅଛନ୍ତି । ଗୋଟିଏ ସମୟ ଏମିତି ଥିଲା ଯେତେବେଳେ ତାଙ୍କର ଏହିଭଳି ଅନ୍ଦାଜ ଉପରେ ବଲୀଉଡର ଧକ ଧକ ଗର୍ଲ ମାଧୁରୀ ଦୀକ୍ଷିତ ବି ଫିଦା ହୋଇଯାଇଥିଲେ ଓ ସେ ଅନିଲଙ୍କୁ ହୃଦୟ ଦେଇ ବସିଥିଲେ ।

କୁହାଯାଏ କି ମାଧୁରୀ ଦୀକ୍ଷିତ ଓ ଅନିଲ କପୁର ନିଜର ଫିଲ୍ମର ଶୁଟିଙ୍ଗ ସମୟରେ ପରସ୍ପରର ବହୁତ ପାଖାପାଖି ଚାଲି ଆସିଥିଲେ । କିନ୍ତୁ ଗୋଟିଏ ବଡ କାରଣ ଯୋଗୁ ମାଧୁରୀ ଦୀକ୍ଷିତ ଓ ଅନିଲ କପୁର ପରସ୍ପର ଠାରୁ ଦୂରେଇ ଗଲେ ।

କହିବାକୁ ଗଲେ ୯୦ ଦଶକରେ ମାଧୁରୀ ଓ ଅନିଲ କପୁର ଗୋଟିଏ ପରେ ଗୋଟିଏ ସୁପରହିଟ ଫିଲ୍ମ ଦେଇଥିଲେ । ମାଧୁରୀ ଓ ଅନିଲଙ୍କ ପ୍ରଥମ ବ୍ଲକବାଷ୍ଟ ଫିଲ୍ମ ‘ତେଜାବ’ ଥିଲା । ଯାହା ମାଧୁରୀ ଦୀକ୍ଷିତଙ୍କୁ ଭଲ ପରିଚୟ ଦେଇଥିଲା ଓ ମୋହିନୀ ନାଁ ଦ୍ଵାରା ମାଧୁରୀ ଦୀକ୍ଷିତ ବହୁତ ଫେମସ ମଧ୍ୟ ହୋଇଯାଇଥିଲେ । ଏହି ଫିଲ୍ମ ପରେ ମାଧୁରୀ ଦୀକ୍ଷିତ ଓ ଅନିଲ କପୁରଙ୍କ ଯୋଡି ଫିଲ୍ମ ରାମ ଲକ୍ଷଣ, ବେଟା, ପୁଷ୍କର, କିଶାନ କହନେୟା ଓ ରାଜା ଭଲି ବହୁତ ଫିଲ୍ମରେ କାମ କରିଲେ ।

ଏହି ସମୟରେ ମାଧୁରୀ ଦୀକ୍ଷିତ ଓ ଅନିଲ କପୁର ବହୁତ ପାଖାପାଖି ଚାଲି ଆସିଥିଲେ । ମିଡିଆ ରିପୋର୍ଟ ଅନୁସାରେ ଅନିଲ ଓ ମାଧୁରୀନଙ୍କ ଅଫେୟାର ଚର୍ଚା ସେହି ସମୟରେ ବହୁତ ଶୁଣିବାକୁ ମିଳୁଥିଲା । କିନ୍ତୁ ଅନିଲ କପୁର ସେହି ସମୟରେ ବିବାହିତା ଥିଲେ । ଏହା ପରେ ଅନିଲ କପୁରଙ୍କ ସ୍ତ୍ରୀ ସୁନିତା ଦୁଇ ଜଣଙ୍କର ଆଫେୟାର ବିଷୟରେ ଜାଣି ପାରିଲେ ଓ ଏହା ପରେ ସେ ପ୍ରାୟତଃ ଅନିଲ କପୁରଙ୍କ ଫିଲ୍ମ ସେଟ ଉପରେକୁ ଯିବାକୁ ଲାଗିଲେ ।

ଏମିତିରେ ମାଧୁରୀ ଦେଖିଲେ କି ଅନିଲ ନିଜର ପରିବାରର ବହୁତ ପାଖାପାଖି ଅଟନ୍ତି ଓ ସମସ୍ତେ ସମସ୍ତଙ୍କୁ ବହୁତ ଭଲ ପାଆନ୍ତି । ଏହା ପରେ ସେହି ଦିନ ଠାରୁ ହିଁ ମାଧୁରୀ ଦୀକ୍ଷିତ ନିଷ୍ପତି ନେଲେ କି ସେ ଅନିଲଙ୍କ ପରିବାର ପାଇଁ ସମସ୍ୟା ହେବେ ନାହିଁ ।

ତାଙ୍କ କାରଣରୁ ଅନିଲ ଓ ସୁନିତାଙ୍କ ମଝିରେ କୌଣସି ବି ପ୍ରକାରର ବିବାଦ ନ ଦେଖାଯାଉ ସେଥିପାଇଁ ସେ ଅନିଲ କପୁରଙ୍କ ଠାରୁ ଦୂରେଇ ଗଲେ । କହିଦେଉଛୁ କି ମାଧୁରୀ ଓ ଅନିଲ କପୁର ୧୭ ବର୍ଷ ପରେ ଫିଲ୍ମ ‘ଟୋଟାଲ ଧମଳା’ରେ ଏକତ୍ରିତ ନଜର ଆସିଥିଲେ । ଯାହା ବର୍ଷ ୨୦୧୯ରେ ରିଲିଜ ହୋଇଥିଲା ।

ବଲିଉଡ ର ସମସ୍ତ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ