ଖେଳରେ ଖେଳରେ ଜୀବନ ଚାଲିଗଲା ଏହି ନିରୀହ ଶିଶୁଟିର, ବାପା କହିଲେ ଧୁମ ଧାମରେ ପ୍ରଥମ ଜନ୍ମଦିନ ପାଳିଥାନ୍ତୁ ହେଲେ…

ସବୁ ମାତା ପିତା ଙ୍କ ପାଇଁ ତାଙ୍କ ପିଲାମାନେ ଜୀବନ ଠାରୁ ଅଧିକ ମୂଲ୍ୟବାନ ହୋଇଥାଏ । ପିଲା ର ଦେହରେ କିଛି ଟିକେ ଆଘାତ ଲାଗି ଗଲେ ବାପା ମା ଙ୍କ ଦେହ ଭୀତରୁ କଲିଜା ବାହାରି ଆସିଥାଏ । ନିଜ ଆଖି ସାମ୍ନା ରେ ନିଜ ଶିଶୁ ର ମୃତ୍ୟୁ କୁ ଦେଖି ତାଙ୍କ ହୃଦୟରେ କେଉଁ ପ୍ରକାର ଆଘାତ ଲାଗିଥିବ ଆପଣ ବୂଝି ପାରୁଥିବେ ନିଶ୍ଚୟ । ଏମିତି ଏକ ଦୁର୍ଘଟଣା ମଧ୍ୟପ୍ରଦେଶ ର ରାଜଧାନୀ ଭୋପାଳ ଠାରେ ହୋଇଥିଲା । ଏଠାରେ ଗୋଟେ ୮ ମାସ ର ଶିଶୁ ଖେଳୁ ଖେଳୁ ତାର ମୃତ୍ୟୁ ହୋଇଥିଲା । ଚାଲନ୍ତୁ ପୁରା ଦୁର୍ଘଟଣା ବିଷୟରେ ଜାଣିବା ।

କରେଣ୍ଟ ଲାଗିକି ହୋଇଥିଲା ଶିଶୁ ର ମୃତ୍ୟୁ- ଭୋପାଳ ର ବଜରୀୟା ଥାନା ଠାରେ ରହୁଥିବା ରାଜୀବ ବିଶ୍ଵକର୍ମା ତାଙ୍କର ୮ମାସ ର ଛୋଟ ପୁଅ ଋଷଭ କୁ ହରେଇଥିଲେ । ସେ ଘରେ ଖେଳୁ ଖେଳୁ ପାଣି ମଟର ପାଖରେ ପହଞ୍ଚିଥିଲା । ମଟର ଚାଲୁଥିବା ସମୟରେ ସେ ମଟର ତାରକୁ ଧରିଦେଇଥିଲା । ତାର ଧରିବା ପରେ ସେ ତଳେ ପଡିଗଲା ଓ ବେହୋସ ହୋଇଗଲା ।

ଲୋକ ମାନେ ବେହୋସ ହୋଇଯାଇଥିବା ପିଲା କୁ ହସ୍ପିଟାଲ ନେଇ ଯାଇଥିଲେ । ସେ ୫ ଘଣ୍ଟା ଯାଏ ଜୀବନ – ମରଣ ସହ ଲଢୁଥିଲା । କିନ୍ତୁ ଛୋଟ ପିଲାଟି ଶେଷରେ ହାର ମାନିଗଲା ଆଉ ପ୍ରାଣତ୍ୟାଗ କରିଦେଲା । ପିଲା ର ମରିବା ଖବର ପାଇ ମା ବେହୋସ ହୋଇ ଯାଇଥିଲେ । ସେଇ ପିଲାର ବାପା ଚିଲେଇ ଚିଲେଇ କାନ୍ଦୁଥିଲେ । ଘରେ ଛୋଟ ଶିଶୁ ର ମରିବା ଦୁଖରେ ଘରେ ପୁରା ପରିବାରରେ ଦୁଖ ର ଛାୟା ପଡିଯାଇଥିଲା । ଆଗକୁ ଆସୁଥିବା ପିଲାର ଜନ୍ମ ଦିନକୁ ବାପା ମା ପାଳନ କରି ପାରିଲେ ନାହିଁ ।

ଋଷଭ ମା ବାପା ଙ୍କ ର ଗୋଟେ ବୋଲି ସନ୍ତାନ ଥିଲା । ବାପା ରାଜୀବ କାନ୍ଦି କାନ୍ଦି କହୁଥିଲେ ମୋ ପୁଅ କାଲୀ ୯ ମାସର ହୋଇଥାନ୍ତା । ତାର ଜନ୍ମଦିନ ଆଉ ୩ ମାସ ଥିଲା । ଆମେ ତାର ଜନ୍ମ ଦିନକୁ ଖୁବ ଧୁମଧାମ ରେ ପାଳନ କରିଥାନ୍ତୁ ପ୍ଲାନିଂ ହୋଇଥିଲା । କିନ୍ତୁ ଭଗବାନ ତାର ଆଗକୁ ଥିବା ଜନ୍ମ ଦିନ ପାଳନ କରେଇ ଦେଲେନି ।

ଏହି ଘଟଣା ବହୁତ ଦୁଖ ଦେଇଥିଲା ସେମାନଙ୍କୁ । ଯିଏ ବି ଏହି ଘଟଣା ବିଷୟରେ ଶୁଣୁଥିଲେ ବହୁତ ଦୁଃଖ କରୁଥିଲେ । ପିଲା କରେଣ୍ଟ ଲାଗି ମରିବା ଘଟଣା ଏକ ଦୁର୍ଭାଗ୍ୟ ପୂର୍ଣ୍ଣ ଘଟଣା ଥିଲା । ପିଲାଟି ବହୁତ ଛୋଟ ଥିଲା । ସେଥି ଲାଗି ପିଲା ଉପରେ ୨୪ ଘଣ୍ଟା ଲକ୍ଷ ରଖିବାକୁ ପଡୁଥିଲା । ଏଥିପାଇଁ  ଆମେ ଆପଣଙ୍କୁ ଏହା କହିବାକୁ ଚାହୁଁଛୁ ଯେ ଆପଣ ନିଜପିଲା ଉପରେ ସବୁବେଳେ ନଜର ରଖନ୍ତୁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।