ରକ୍ତ ତିଆରି କରିବାର ମେସିନ ହେଉଛି ଏହି ଜିନିଷ, ଏତେ ରକ୍ତ ହେବଯେ ଆପଣଙ୍କୁ ଡୋନେଟ କରିବାକୁ ପଡିବ

ଆଜି ଆମେ ଏମିତି ଏକ ଚମତ୍କାରୀ ରେସିପି ବିଷୟରେ ଜାଣିବା ଯାହା ରକ୍ତ ତିଆରି କରିବା ଯନ୍ତ୍ର ଅଟେ । ଯଦି ଆପଣଙ୍କ ଶରୀରରେ ରକ୍ତର ଅଭାବ ରହିଛି ତେବେ ଏହାକୁ ସେବନ କରିବା ଦ୍ୱାରା ଆପଣଙ୍କୁ କେବେ ମଧ୍ୟ ରକ୍ତର ଅଭାବ ଓ ଏନିମିଆ ହେବ ନାହିଁ । ଏହି ରେସିପି ଆପଣଙ୍କ ରକ୍ତକୁ ପରିଷ୍କାର ମଧ୍ୟ କରିବ । ଯାହା ଦ୍ଵାରା ଲିଭର୍ ଓ କିଡନୀ ଆଦି ରୋଗ ଏବଂ ଅନ୍ୟ ପ୍ରକାର ପେଟ ରୋଗ ମଧ୍ୟ ଆପଣଙ୍କୁ ହେବ ନାହିଁ । ଏହା ଆପଣଙ୍କ ମୋଟାପଣ କୁ ମଧ୍ୟ ଦୂର କରିବାରେ ସହାୟକ ହେବ ।

ଏହି ରେସିପି ର ମୁଖ୍ୟ ସାମଗ୍ରୀ ହେଉଛି କିସମିସ୍ । କିସମିସ ର ଉପକାରିତା ଆପଣ ଜାଣିଥିବେ । ଅନେକ ପ୍ରକାର ରୋଗର ପ୍ରତିକାର ପାଇଁ ଏହାର ବ୍ୟବହାର ହୋଇଥାଏ । କିସମିସ ରେ ଭରପୁର ମାତ୍ରାରେ ଆଇରନ୍, ପୋଟାସିୟମ, କାଲସିୟମ, ମ୍ୟାଗ୍ନେସିୟମ ଓ ଫାଇବର୍ ଥାଏ । ପ୍ରତିଦିନ ଏହାର ସେବନ କରିବା ଦ୍ୱାରା ଶରୀରକୁ ଅନେକ ମାତ୍ରାରେ ଶକ୍ତି ମିଳିଥାଏ ଓ ଆଣ୍ଠୁ, ଗଣ୍ଠି, ଅଣ୍ଟା ଓ ହାତଗୋଡ ଆଦି ବ୍ୟଥା ମଧ୍ୟ ଭଲ ହୋଇଥାଏ ।

ପେଟ ରୋଗ ଗୁଡ଼ିକ ଯଥା ଗ୍ୟାସ୍, ଅର୍ଶ, ବଦହଜମି ଆଦି ମଧ୍ୟ ଠିକ୍ କରିଥାଏ । ଶରୀରର ଚର୍ବିକୁ କମ୍ କରି ମୋଟାପଣ କୁ ମଧ୍ୟ ଦୂର କରିଥାଏ । ଅଦରକାରୀ କୋଲେଷ୍ଟୋରେଲ୍ କୁ ଶରୀରରୁ ସଫା ମଧ୍ୟ କରିଥାଏ । ଏହା ଏକ ଉତ୍ତମ ଜଳଖିଆ ପରି ମଧ୍ୟ କାମ କରିଥାଏ । ଯଦି ଆପଣ ଜିମ୍ ଯାଉଛନ୍ତି ତେବେ ଏହାର ସେବନ କରିବା ଦ୍ୱାରା କିମ୍ବା ଏହାକୁ ଚୋବାଇ ଖାଇବା ଦ୍ବାରା ଆପଣଙ୍କୁ ଅନେକ ମାତ୍ରା ରେ ଶକ୍ତି ମିଳିବ ଓ ହାଡ଼ ମାଂସ ଆଦିକୁ ମଜବୁତ୍ କରିବ ।

ଏହି ରେସିପିକୁ ତିଆରି କରିବା ପାଇଁ ପ୍ରଥମେ ୨୦ ଗ୍ରାମ କିସମିସ ନେଇ ତାକୁ ପରିଷ୍କାର ଭାବେ ଧୋଇ ଦିଅନ୍ତୁ । ତାପରେ ଏକ ପାତ୍ର ରେ ଗ୍ୟାସ୍ ରେ ଏକ ରୁ ଦୁଇ ଗ୍ଲାସ୍ ପାଣି ନିଅନ୍ତୁ ଓ ସେହି କିସମିସ କୁ ସେଥିରେ ପକାନ୍ତୁ । ବର୍ତ୍ତମାନ ଏହାକୁ ୫-୭ ମିନିଟ୍ ଯାଏ ଭଲ ସେ ଫୁଟାଇ ଦିଅନ୍ତୁ ।

ଏହା ଆପଣ ରାତିରେ ଶୋଇବା ପୁର୍ବରୁ କରନ୍ତୁ ଓ ରେସିପିକୁ ଏହି ପରି ରାତିସାରା ଘୋଡାଇ ରଖନ୍ତୁ । ସକାଳୁ ଖାଲି ପେଟରେ ଏହାକୁ ଛାଣି କରି ତା ପାଣିକୁ ପିଆନ୍ତୁ ଓ କିସମିସ କୁ ମଧ୍ୟ ଚୋବାଇ ଖାଆନ୍ତୁ । କିମ୍ବା ବଳିଥିବା କିସମିସ କୁ ଆଉ ଥରେ କ୍ଷୀର ସହ ଫୁଟାଇ ଖାଆନ୍ତୁ ।

ଏହା ଶରୀରରେ ରକ୍ତ ବୃଦ୍ଧି କରିବା ସହ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିବ । ଏହିପରି ପ୍ରତିଦିନ ସେବନ କଲେ ଆପଣଙ୍କୁ ଶାରୀରିକ ଶକ୍ତି ମଧ୍ୟ ମିଳିବ ଓ ହାଡ଼ ମଜବୁତ୍ ହେବା ସହ ଆହୁରି ଅନେକ ପ୍ରକାର ରୋଗରୁ ମଧ୍ୟ ମୁକ୍ତି ମିଳିବ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।