Bahubali 2 ଫିଲ୍ମରେ କାମ କରି ଫେମସ ହୋଇଥିବା କଳାକାର ମାନଙ୍କର ରିଅଲ ଲାଇଫ ପାର୍ଟନର

ଆପଣମାନେ ସମସ୍ତେ ବାହୁବଳି ଓ ବାହୁବଳି ୨ ନିଶ୍ଚିତ ଦେଖିଥିବେ । ୨୦୧୭ରରେ ରିଲିଜ ହୋଇଥିବା ବାହୁବଳି ଫିଲ୍ମ ସେହି ବର୍ଷ ବହୁତ ରେକର୍ଡ ବି ଭାଙ୍ଗି ଥିଲା ଓ ବକ୍ସ ଅଫିସରେ ସୁପର ଡୁପର ହିଟ ମଧ୍ୟ ହୋଇଥିଲା । ଏହା ସହିତ ଏହି ଫିଲ୍ମରେ ଅଭିନୟ କରୁଥିବା ସବୁ ଷ୍ଟାରମାନେ ବି ଫ୍ୟାନମାନଙ୍କ ହୃଦୟରେ ଏକ ଖାସ ଜାଗା କରିନେଇଥିଲେ । ଏମିତିରେ ଆଜି ଆମେ ଆପଣଙ୍କୁ ଏହି ଫିଲ୍ମରେ ଅଭିନୟ କରିଥିବା କିଛି ଷ୍ଟାରମାନଙ୍କର ପର୍ସନାଳ ଲାଇଫ ବିଷୟରେ କହିବାକୁ ଯାଉଛୁ ।

ରମ୍ୟା କୃଷ୍ଣନ

ରମ୍ୟା କୃଷ୍ଣନ ବାହୁବଳି ଫିଲ୍ମରେ ବାହୁବଳିର ମାର ଅଭିନୟରେ ନଜର ଆସିଥିଲେ । କହିବାକୁ ଗଲେ ରମ୍ୟା କୃଷ୍ଣନ ସାଉଥ ଇଣ୍ଡଷ୍ଟ୍ରିର ଜଣେ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । କିନ୍ତୁ ଫିଲ୍ମ ବାହୁବଳିରୁ ବି ତାଙ୍କୁ ଆହୁରି ଅଧିକ ପପୁଲାରିଟି ମିଳିଲା । ରମ୍ୟା କୃଷ୍ଣନ ନିଜର ଦମଦାର ଅଭିନୟ ଓ ଲୁକ କାରଣରୁ ସମସ୍ତଙ୍କ ହୃଦୟରେ ଏକ ଖାସ ଜାଗା କରିଛନ୍ତି । ଆପଣଙ୍କୁ କହିଦେଉଛୁ କି ରମ୍ୟା କୃଷ୍ଣନ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଡାଇରେକ୍ଟର କୃଷ୍ଣା ବାମସୀଙ୍କୁ ବର୍ଷ ୨୦୦୩ରେ ବିବାହ କରିଥିଲେ । ଦୁଇ ଜଣଙ୍କର ଗୋଟିଏ ପୁଅ ବି ଅଛି ।

ପ୍ରଭାସ

ଅଭିନେତା ପ୍ରଭାସଙ୍କ ବିଷୟରେ ଆଜି ସମସ୍ତେ ଜାଣିଛନ୍ତି । ସେ ଆଜି ପୁରା ବିଶ୍ଵରେ ପରିଚିତ ଅଟନ୍ତି । ପ୍ରଭାସ ବାହୁବଳି ଫିଲ୍ମ କରିବା ପରେ ତାଙ୍କର ଫ୍ୟାନ ଫୋଲଇଙ୍ଗ ବି ଆଗ ଅପେକ୍ଷା ଆହୁରି ବଢି ଯାଇଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଭାସ ଅବିବାହିତ ଅଛନ୍ତି । କିନ୍ତୁ ଖବର ଆସୁଛି କି ସେ ଜଲ୍ଦି ହିଁ ନିଜର ଗର୍ଲ ଫ୍ରେନ୍ଡ ଶିବା କୁମାରୀଙ୍କୁ ବିବାହ କରି ପାରନ୍ତି ।

ଅନୁଷ୍କା ଶେଟ୍ଟୀ

ବାହୁବଳି ଫିଲ୍ମର ମୁଖ୍ୟ ଅଭିନେତ୍ରୀ ରୂପରେ ନଜର ଆସିଥିବା ଅନୁଷ୍କା ଶେଟ୍ଟୀ ବି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ଫିଲ୍ମରେ ଅନୁଷ୍କା ଶେଟ୍ଟୀଙ୍କ ଅଭିନୟ ଓ ତାଙ୍କର ସୁନ୍ଦରତାକୁ ସମସ୍ତେ ବହୁତ ପ୍ରଶଂସା କରିଥିଲେ । କିନ୍ତୁ ଯଦି ତାଙ୍କର ପର୍ସନାଳ ଲାଇଫ ବିଷୟରେ କହିବା ତେବେ ସେ ବି ବର୍ତ୍ତମାନ ପର୍ଯ୍ୟନ୍ତ ନିଜ ଲାଇଫରେ ଏକୁଟିଆ ଅଛନ୍ତି ।

ରାଣା ଦଗ୍ଗୁବତୀ

ଅଭିନେତା ରାଣା ଦଗ୍ଗୁବତୀ ସାଉଥର ବହୁତ ସୁପର ହିଟ ଫିଲ୍ମରେ କାମ କରିସାରିଛନ୍ତି । ବାହୁବଳି ଫିଲ୍ମରେ ବି ତାଙ୍କର ଦମଦାର ଅଭିନୟର ବହୁତ ପ୍ରଶଂସା ହୋଇଥିଲା । ସେ ଏହି ଫିଲ୍ମରେ ନେଗେଟିବ କିରଦାରରେ ନଜର ଆସିଥିଲେ । କହିବାକୁ ଗଲେ କିଛି ଦିନ ତଳେ ହିଁ ରାଣା ଦଗ୍ଗୁବତୀ ଓ ମିହିକା ବଜାଜ ବିବାହ ବନ୍ଧନରେ ବାନ୍ଧି ହେଇ ସାରିଛନ୍ତି ।

ସତ୍ୟରାଜ

ଫିଲ୍ମରେ କଟପା ଭୂମିକାରେ ନଜର ଆସିଥିବା ଅଭିନେତା ସତ୍ୟରାଜ ଦର୍ଶକମାନଙ୍କ ମଧ୍ୟରେ ଏହି ଫିଲ୍ମ ମାଧ୍ୟମରେ ବହୁତ ପପୁଳାର ହୋଇଥିଲା । ଆପଣଙ୍କୁ କହିଦେଉଛୁ କି ଅଭିନେତା ସତ୍ୟରାଜ ୧୯୭୯ରେ ମାହେଶ୍ୱରୀଙ୍କୁ ବିବାହ କରିଛନ୍ତି ଓ ତାଙ୍କ ପତ୍ନୀ ଜଣେ ପ୍ରଡ୍ୟୁସର ଅଟନ୍ତି । ଦୁଇ ଜଣଙ୍କର ଦୁଇଟି ସନ୍ତାନ ବି ଅଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।