ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ତଥା ଓଲିଉଡ କୁଇନ ଏବେ ଭାରି ଖୁସି । ଏମିତି କିଛି ଖବର ଆସିଛି କି ବର୍ଷା ପ୍ରିୟଦର୍ଶିନୀ ଏବେ ବହୁତ ଖୁସି ଅଛନ୍ତି । ଅନୁଭବ ଙ୍କ ବିନା ସେ ଏକ ନୂଆ ବାଟରେ ପାଦ ଦେଇଛନ୍ତି । ଏବଂ ଅନୁଭବ ଙ୍କ ବିନା ସେ ଏହି ବାଟରେ ଏକୁଟିଆ ଖୁସିରେ ଚାଲିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ନିକଟରେ ଓଲିଉଡ ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ଘରୋଇ କାଲି ଦାଣ୍ଡ ରେ ପଡି ହାଟରେ ଗଡିଲା ।
ଏହି ସେଲିବ୍ରିଟି ବିବାହର ଦୀର୍ଘ ବର୍ଷ ପରେ ମଧ୍ୟ ବିବାହରେ ଖୁସି ନ ଥିବ କାରଣରୁ ବିବାହ ବିଚ୍ଛେଦ ପାଇଁ କୋର୍ଟ ର ଦ୍ବାରସ୍ଥ ହୋଇଥିଲେ । ଅନୁଭବ ନାନା ଅଭିଯୋଗ ସହିତ ଛାଡପତ୍ର ପାଇଁ ଆବେଦନ କରିଛନ୍ତି । ସ୍ବାମୀ ଙ୍କୁ ମଦୁଆ ଏବଂ ଘରୋଇ ହିଂସା ର ଅଭିଯୋଗ ଆଣିଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ସୋସିଆଲ ମିଡିଆରେ ମଧ୍ୟ ଦୁହେଁ ଦୁହିଁଙ୍କୁ ଟାର୍ଗେଟ କରି ବିବାଦ ଘେରକୁ ଆସିଥିଲେ ଏହି ଦୁହେଁ ।
ସ୍ବାମୀ ସ୍ତ୍ରୀ ଙ୍କ କାଲି ଯାହା ହେଉନା କାହିଁକି ଏବେ ଉଭୟଙ୍କ ମାମଲା କୋର୍ଟ ରେ ରହିଛି କିନ୍ତୁ ଏପଟେ ବର୍ଷା ନିଜର ଖୁସିର ବ୍ୟବସ୍ଥା ଆରମ୍ଭ କରିସାରିଲେଣି । କୁହାଯାଏ ମାନବ ସେବା ହିଁ ଈଶ୍ୱର ସେବା ତେଣୁ ଅସଜଡା ଏବଂ ଅସନ୍ତୋଷ ବୈବାହିକ ଜୀବନ ସଂସଦ କୋର୍ଟ ଉପରେ ଛାଡ଼ିଦେଇ ବର୍ଷା ସାମାଜିକ କାର୍ଯ୍ୟରେ ମନ ଲଗାଉଛନ୍ତି । ସମ୍ମାନିତ ନାମକ ଗୋଟେ ସଂସ୍ଥା ଗଢି ଦୁଃଖୀ, ଅସାହିତ ଲୋକ ମାନଙ୍କୁ ସାହାଯ୍ୟ କରି ନିଜର ସୁଖ ଖୋଜୁଛନ୍ତି ଓଲିଉଡ ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ।
ବର୍ଷା ଟୁଇଟର ରେ ପୋଷ୍ଟ କରି ନିଜର ଖୁସି ଦର୍ଶାଇଛନ୍ତି ସେ କହିଛନ୍ତି କିଛି ବର୍ଷା ପୂର୍ବେ ଆଜିର ତାରିଖରେ ସମ୍ମାନିତ ଏକ ପ୍ରତିଷ୍ଟନିତ ଆରମ୍ଭ କରିଥିଲି । ଏହି ଟିମ ଟି ଏତେ ସହଜରେ ହୋଇନଥିଲା । ସମାଜରେ ଅସାହିତ ଲୋକମାନଙ୍କୁ ସାହାଯ୍ୟ କରି ତାଙ୍କ ସ୍ବପ୍ନ ସାକାର କରି ସେ ଖୁସି ଅଛନ୍ତି ବୋଲି ବର୍ଷା ଟୁଇଟ କରି ଜନାଇଛନ୍ତି ।
ବର୍ଷା କହିଛନ୍ତି ଏ ପର୍ଯ୍ୟନ୍ତ ଆମ ପାଖରେ ଏକ ସହଜ ରାସ୍ତା ନଥିଲା । ମାନବିକତା ପାଇଁ ସେ ତାଙ୍କୁ ସହଯୋଗ କରିବ । ସେ ନିଜ ଟିମ ର ପ୍ରତେକ ଲୋକଙ୍କୁ ସାହାଯ୍ୟ କରି ଦୁଃଖୀ ଙ୍କ ଚେହେରାରେ ହସ ଦେଖି ଜୀବନ ପଥରେ ଆଗେଇ ଯିବାକୁ କହିଛନ୍ତି ବର୍ଷା ।
ଏବଂ ନିଜର ଘରର କଳି କୁ ପଛରେ ପକେଇ ଜୀବନରେ ଆଗକୁ ବଢିବାରେ ଲାଗିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଏବଂ କୋର୍ଟ ଉପରେ ନିଜ ବୈବାହିକ ଜୀବନର ସବୁ ଦାୟିତ୍ବ ଛାଦିଦେଇଛନ୍ତି ବର୍ଷା । ଏହି ନୂଆ ରାସ୍ତାରେ ଯାଇ ଖୁସି ରହିବାକୁ ଚେଷ୍ଟା କରିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ।
ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।