ଅକ୍ଟୋବର ମାସରୁ ବଦଳି ଯିବ ସବୁ ଟ୍ରାଫିକ ନିୟମ, ଜାଣି ନିଅନ୍ତୁ ନଚେତ ଦେବାକୁ ପଡିବ ଫାଇନ

କହିବାକୁ ଗଲେ ଆମ ଦେଶରେ କିଛି ଲୋକମାନେ ଟ୍ରାଫିକ ନିୟମକୁ ମାନନ୍ତି ନାହିଁ । ସେଥିପାଇଁ ସରକାର ବିଭିନ୍ନ ପ୍ରକାରର କଡା ନିୟମ ବି ଲାଗୁ କରିଛନ୍ତି । କିନ୍ତୁ କରୋନା କାରଣରୁ ପ୍ରାୟତଃ ସମସ୍ତ ପ୍ରକାରର ଟ୍ରାଫିକ ନିୟମକୁ କୋହଳ କରି ଦିଆ ଯାଇ ଥିଲା । ଏମିତିରେ ପୁଣି ଥରେ ସେହି ସମସ୍ତ ନିୟମକୁ କଡା କଡି ଭାବରେ ପାଳନ କରିବାକୁ ସରକାର ନିର୍ଦେଶ ଦେଇଛନ୍ତି ଓ ଏହା ସହିତ ସରକାର ଏହି ନିୟମ ଗୁଡିକରେ କିଛି ପରିବର୍ତ୍ତନ ବି କରିଛନ୍ତି ।

କହିବାକୁ ଗଲେ ଅକ୍ଟୋବର ମାସରୁ ଏହି ନୂଆ ନିୟମ ଲାଗୁ ହୋଇଯିବ । ଯାହାକି ଗାଡି କାଗଜପତ୍ରକୁ ନେଇ ଅଟେ । ତେବେ ଚାଳନ୍ତୁ ଜାଣିବା ସେହି ନିୟମ ବିଷୟରେ ।ପୁଣି ଥରେ ଟ୍ରାଫିକ ନିୟମ ଗୁଡିକରେ କିଛି ପରିବର୍ତ୍ତନ କରା ଯାଇଛି ।

ଯାହା ଦ୍ଵାରା ଆପଣ ଟ୍ରାଫିକ ପୋଲିସ ଠାରୁ ବଞ୍ଚି ପାରିବେ ନାହିଁ । ବର୍ତ୍ତମାନ ଗାଡି ଡ୍ରାଇଭିଙ୍ଗ କରୁଥିବା ସମୟରେ ଆପଣଙ୍କୁ ଡ୍ରାଇଭିଙ୍ଗ ଲାଇସେନ୍ସ, ରେଜିସ୍ଟର, ଇଂସୁରାନ୍ସ ଓ ପଲ୍ଯୁସନ ସାର୍ଟିଫିକେଟ ଭଳି କାଗଜ ପତ୍ରକୁ ରଖିବା ଦରକାର ନାହିଁ । କହିବାକୁ ଗଲେ ଦେଶରେ ପ୍ରାୟତଃ ଲୋକମାନେ କାର କିମ୍ବା ବାଇକ ଡ୍ରାଇଭିଙ୍ଗ କରିବା ସମୟରେ ଟ୍ରାଫିକ ପୋଲିସଙ୍କ ଠାରୁ ଖସି ଯାଆନ୍ତି ।

ଏହା ଏଥିପାଇଁ ହୋଇଥାଏ କାରଣ ଅଧିକାଂଶ ଟ୍ରାଫିକ ପୋଲିସଙ୍କ ପାଖରେ ସମସ୍ତ କାଗଜପତ୍ର ଠିକ ଅଛି କି ନାହିଁ ଜାଣିବା ପାଇଁ ସେହିଭଳି କିଛି ସୁବିଧା ନ ଥାଏ । କିନ୍ତୁ ବର୍ତ୍ତମାନ ଏହିଭଳି ଆପଣ ଆଉ କରି ପାରିବେ ନାହିଁ । ଅର୍ଥାତ ଟ୍ରାଫିକ ପୋଲିସ ପାଖରେ ଆପଣଙ୍କର ପୂର୍ବରୁ ହିଁ ସମସ୍ତ କାଗଜପତ୍ରର ସୂଚନା ରହିଥିବ । କେନ୍ଦ୍ର ସରକାରଙ୍କର ପରିବହନ ମନ୍ତ୍ରାଳୟ ଏହି ଟ୍ରାଫିକ ନିୟମ ନିମନ୍ତେ ଏକ ନିର୍ଦେଶନାମା ଜାରି କରିଛନ୍ତି । ଯାହାକି ଅକ୍ଟୋବର ୧ରୁ ଲାଗୁ ହୋଇଯିବ ।

କେନ୍ଦ୍ର ସରକାରଙ୍କ ଅନୁସାରେ ଡ୍ରାଇଭିଙ୍ଗ ଲାଇସେନ୍ସ ଓ ଇ ଚାଲାଣ ସମେତ ଗାଡି କାଗଜପତ୍ରକୁ ଅକ୍ଟୋବର ମାସରୁ ସୂଚନା ପ୍ରଦ୍ୟୋଗିକ ସାଇଟରେ କରି ପାରିବେ । ମନ୍ତ୍ରାଳୟ ଟ୍ରାଫିକ ପୋଲିସମାନଙ୍କୁ ଚାଳକମାନଙ୍କ ଠାରୁ କାଗଜପାତ୍ର ମାଗିବା ପାଇଁ ମନା କରିଛନ୍ତି । ଏହା ବଦଳରେ ଏକ ସଫ୍ଟୱେର ତିଆରି କରାଯିବ ଯେଉଁଥିରେ ଟ୍ରାଫିକ ପୋଲିସ ଗାଡିର ନମ୍ବରକୁ ସେହି ସଫ୍ଟୱେରରେ ମାରି ସମସ୍ତ କାଗଜପତ୍ରର ଯାଞ୍ଚ କରି ପାରିବେ ।

ଏହା ଛଡା ଯଦି କୌଣସି ପୋଲିସ ପାଖରେ ଯାଞ୍ଚ କରିବା ନିମନ୍ତେ ଉପଯୁକ୍ତ ମେସିନ ନାହିଁ ତେବେ ସେ ନିଜ ମୋବାଇଲରେ ସେହି ସଫ୍ଟୱେରକୁ ଡାଉନଲୋଡ କରି ଗାଡିର କାଗଜପତ୍ରକୁ ଯାଞ୍ଚ କରି ପାରିବେ । ଅକ୍ଟୋବର ମାସରୁ ଟ୍ରାଫିକ ପୋଲିସ ଗାଡି ମାଲିକଙ୍କୁ କାଗଜପତ୍ରକୁ ନେଇ କୌଣସି ପ୍ରଶ୍ନ କରି ପାରିବେ ନାହିଁ । ଯଦି ଗାଡିର ଚାଲାଣ କଟା ଯାଇଛି ଓ ଗାଡି ଚାଳକ ଚାଲାଣ ଦେଇ ନାହାନ୍ତି ତେବେ ତାଙ୍କୁ ପରିବହନ ସମ୍ବନ୍ଧିତ ଟାକ୍ସ ଜମା କରିବାକୁ ପଡିବ ।

ଟାକ୍ସ ନ ଦେବା ପର୍ଯ୍ୟନ୍ତ ନା ହିଁ ଗାଡି ମାଲିକ ନିଜର ଗାଡି ବିକ୍ରି କରି ପାରିବ ଓ ନା ହିଁ କି ଡ୍ରାଇଭିଙ୍ଗ ଲାଇସେନ୍ସ ନବୀକରଣ କରି ପାରିବେ । ଚାଲାଣ ଯଦି ଜମା କରି ନାହାନ୍ତି ତେବେ ଆପଣ ପରିବହନ ସମ୍ବନ୍ଧିତ କୌଣସି ବି କାର୍ଯ୍ୟ କରି ପାରିବେ ନାହିଁ । କହିବାକୁ ଗଲେ ଏହି ସବୁ ନିୟମ ଲାଗୁ ହୋଇଗଲେ ଦେଶରେ ଟ୍ରାଫିକ ବ୍ୟବସ୍ଥାରେ ବହୁତ ସୁଧାର ଆସିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।