bollywood ହିରୋଇନ Raveena ଟଣ୍ଡନ ଙ୍କ ସ୍ଵାମୀଙ୍କୁ ଆଗରୁ କେବେ ଦେଖି ନଥିବେ, କୌଣସି ହିରୋଙ୍କ ଠୁ ନୁହନ୍ତି କମ

ଗୋବିନ୍ଦାଙ୍କ ପ୍ରତ୍ୟେକ ଫିଲ୍ମ ଦର୍ଶକ ମାନଙ୍କ ଉପରେ ଏକ ଯାଦୁ ଭଳି ଛାଇ ରହିଥାଏ । ତାଙ୍କର ପ୍ରତ୍ୟକଟି ଫିଲ୍ମ ଦର୍ଶକମାନଙ୍କୁ ବହୁତ ପସନ୍ଦ ଆସିଥାଏ । ଗୋବିନ୍ଦାଙ୍କ ସହିତ ଯେକୌଣସି ଆଭିନେତ୍ରୀ କାମ କରିଛନ୍ତି ସେମାନଙ୍କୁ ଆଗକୁ ବଢିବାରେ କେହି ଅଟକେଇ ପାରି ନାହାନ୍ତି । ସେହିଭଳି ଏକ ଅଭିନେତ୍ରୀ ହେଉଛନ୍ତି ରବିନା ଟଣ୍ଡନ । ଯିଏକି ଗୋବିନ୍ଦାଙ୍କ ସହିତ ବହୁତ ଫିଲ୍ମରେ ଅଭିନୟ କରିଛନ୍ତି ।

ସେ ଗୋବିନ୍ଦାଙ୍କ ସହିତ ବହୁତ ହିଟ ଫିଲ୍ମରେ କାମ କରିଛନ୍ତି । ତାଙ୍କୁ ଦର୍ଶକ ମାନେ ମଧ୍ୟ ବହୁତ ପସନ୍ଦ କରିଛନ୍ତି । କିନ୍ତୁ ବର୍ତ୍ତମାନ ରବିନା ବଲିଉଡରେ ଆଉ ଦେଖା ଯାଉ ନାହାନ୍ତି । ତେବେ ଆସନ୍ତୁ ଜାଣିବା ସେ କାହିଁକି ଅଚାନକ ବଲିଉଡ଼ରୁ ଦୁରେଇ ଗଲେ ।

ରବିନା ଟଣ୍ଡନ ବଲିଉଡ ଅଭିନେତ୍ରୀ ଭାବରେ ବେଶ ଜଣାଶୁଣା । ରବିନାଙ୍କୁ ଫିଲ୍ମ ତାଙ୍କର କଲେଜ ପଢ଼ୁଥିବା ସମୟରେ ମିଳିଥିଲା । ଏହି ଫିଲ୍ମର ନାମ ଥିଲା ‘ ପତ୍ଥର କେ ସନମ ‘ । ସେ ତାଙ୍କର ଅଭନେତ୍ରୀ କ୍ୟାରିୟର ପାଇଁ ଅଧାରୁ ପାଠପଢା ବନ୍ଦ କରିଦେଇଥିଲେ । ତାଙ୍କର ଏହି ଫିଲ୍ମ ବହୁତ ହିଟ ହୋଇଥିଲା । ସେଥିପାଇଁ ତାଙ୍କୁ ବହୁତ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।

ଏହାପରେ ସେ ତାଙ୍କର ଫିଲ୍ମ ସହରୁଖ ଖାଁନଙ୍କ ସହିତ କରିଥିଲେ, ଯାହାର ନାମ ‘ ଜମାନା ଦିୱାନା ‘ ରେ କାମ କଲେ । ଏହାପରେ ସେ କେବେବି ପଛକୁ ବୁଲି ଚାହିନାହାନ୍ତି । ଏହା ପରେ ସେ ୨୦୦୦ ମସିହାରେ ଭୁଲ ଓ ବୁଲନ୍ଦୀ ଭଳି ଫିଲ୍ମରେ କାମ କରିଥିଲେ । ଏହି ଫିଲ୍ମ ପାଇଁ ମଧ୍ୟ ତାଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଭାବରେ ପୁରସ୍କୃତ କରାଯାଇଥିଲା ।

ରବିନା ୨୦୦୩ ମସିହାରେ ସତ୍ତା ଓ ଦୋବାରା ଫିଲ୍ମ କରିଥିଲେ । କିନ୍ତୁ ଏହା ଏତେ ଖାସ ପ୍ରଭାବ ପକେଇ ପାରିଲା ନାହିଁ । ଏହା ପରେ ସେ ଦିଲବାଲେ ଭଳି ଏକ ସୁପର ହିଟ ଫିଲ୍ମରେ ଦର୍ଶକମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । ଏହା ପରେ ଅନ୍ଦାଜ ଅପନା ଅପନା ଫିଲ୍ମରେ ସଲମାନ ଖାଁନ ଓ ଅମୀର ଖାଁନଙ୍କ ସହିତ ନଜର ଆସିଥିଲେ । ଏହା ପରେ ସେ ଆଖିଓ ସେ ଗୋଲୀ ମାରେ ଓ ଦୁଲହେ ରାଜା ଭଳି ଫିଲ୍ମରେ ଗୋବିନ୍ଦାଙ୍କ ସହିତ ନଜର ଆସିଥିଲେ ।

ତାଙ୍କୁ ଦର୍ଶକ ମାନେ ଗୋବିନ୍ଦାଙ୍କ ସହିତ ବହୁତ ପସନ୍ଦ କରିଥିଲେ । ଏହା ପରେ ସେ ଅନୀଲ ଥଡାନିଙ୍କ ସହିତ ବିବାହ କରିଥିଲେ । ଅନିଲ ଜଣେ ପ୍ରତିଷ୍ଠିତ ବିଜିନେସମ୍ୟାନ ଅଟନ୍ତି । ସେ କୋଟି କୋଟି ଟଙ୍କାର ମାଲିକ ଅଛନ୍ତି । ତାଙ୍କର ଗୋଟେ ଝିଅ ଓ ଗୋଟେ ପୁଅ ଅଛନ୍ତି, ରାଶା ଥଡାନୀ ଓ ରନବୀର ଥଡାନୀ । ବିବାହ ପରେ ରବିନା ବଲିଉଡ ଫିଲ୍ମ ଦୁନିଆରୁ ଦୁରେଇ ଯାଇଥିଲେ । ଏହା ପରେ ୨୦୧୫ ମସିହାରେ ଆସିଥିବା ବମ୍ବେ ଭେଲଭେଟ ଫିଲ୍ମରେ ଫେରିଥିଲେ ।

ଏହାପରେ ୨୦୧୮ ରେ ଆସିଥିବା ମାତ୍ର ଫିଲ୍ମରେ ଏକ ନୂଆ ରୂପରେ ଅଭିନୟ କରି ସେ ସମସ୍ତଙ୍କୁ ହତଚକିତ କରିଦେଇଥିଲେ । ଏହି ଫିଲ୍ମପାଇଁ ତାଙ୍କୁ ବହୁତ ପୁରସ୍କାରରେ ମଧ୍ୟ୍ୟ ସମ୍ମାନିତ କରାଯାଇ ଥିଲା । ସେ ଆଜିବି ମଧ୍ୟ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।