SSR ମାମଲା- NCB ସାମ୍ନାରେ ରାକୁଲ ଖୋଲିଲେ ରାଜ, ରିୟା କରୁଥିଲା ସୁଶାନ୍ତଙ୍କ ସହିତ ଜବରଦସ୍ତି… ଫାର୍ମହାଉସ ରେ ହେଉଥିଲା ତମାସା

ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ ପରେ NCB ରିୟା ଚକ୍ରବର୍ତ୍ତୀ ଙ୍କୁ ଗିରଫ କରିଥିଲା । ଏବଂ ରିୟା ବହୁତ ବଡ଼ ବଡ଼ ନାମ ଖୁଲାସା କରିଥିଲେ । ଏହାପରେ ଅଭିନେତ୍ରୀ ରାକୁଲ ପ୍ରିତ ଙ୍କୁ NCB ଡକାଇଥିଲା । ସକାଳ ୧୦ ଟାରୁ ରାକୁଲ ଙ୍କୁ ପଚରା ଉଚୁରା କରାଯାଇଥିଲା ଏବଂ ବର୍ତମାନ NCB ସାମ୍ନାରେ ବହୁତ ବଡ଼ ବଡ଼ ଖୁଲାସା ରାକୁଲ ପ୍ରିତ କରିଛନ୍ତି । ସୁଶାନ୍ତ ଙ୍କୁ ନେଇ ଏବଂ ରିୟା ଙ୍କୁ ନେଇ ଏବଂ ଦୀପିକା ପାଦୁକୋନ ଙ୍କୁ ନେଇ ରାକୁଲ ବହୁତ ଭୟଙ୍କର ଖୁଲାସା କରିଛନ୍ତି ।

ରାକୁଲ କହିଛନ୍ତି ସୁଶାନ୍ତ ଙ୍କ ଫାର୍ମ ହାଉସ ରେ ସବୁବେଳେ ପାର୍ଟି ହେଉଥିଲା । ଯେତେବେଳେ ରାକୁଲ ଙ୍କୁ ସୁଶାନ୍ତ ସିଂ ରାଜପୁତ ଙ୍କ ବିଷୟରେ ପଚରା ଗଲା ସେତେବେଳେ ସେ ଜୋର କାନ୍ଦିବାକୁ ଲାଗିଥିଲେ । ତେବେ ଏମିତି କଣ ହୋଇଥିଲା କି ସୁଶାନ୍ତ ଙ୍କ ନା ଶୁଣିବା ମାତ୍ରେ ହିଁ ରାକୁଲ କାନ୍ଦିପକାଇଲା ଚାଲନ୍ତୁ ଜାଣିବା ।

ଆଜି ରାକୁଲ ଙ୍କୁ ସକାଳ ୧୦:୩୦ ଟାରେ NCB ଅଫିସ ପହଞ୍ଚିବାର ଥିଲା । କିନ୍ତୁ ରାକୁଲ ଅଧା ଘଣ୍ଟା ପୂର୍ବରୁ ମାନେ ୧୦ ଟାରେ ହିଁ ପହଁଚିଯାଇଥିଲେ । ରକୁଲ ଙ୍କ ପହଞ୍ଚିବା ପରେ ହିଁ ସିଧା ଜେରା ଆରମ୍ଭ ହୋଇଥିଲା । ଏଥର କେ ପି ଏସ ମଲ୍ହୋତ୍ରା ଏହାକୁ ଲିଡ଼ କରିଥିଲେ । ରାକୁଲ ଙ୍କୁ ପ୍ରଥମ ପ୍ରଶ୍ନ କରା ଯାଇଥିଲା କି କଣ ତୁମେ କେବେ ଡ୍ରଗ ନେଇଛ? ରାକୁଲ କହିଲେ ହଁ ମୁଁ ଡ୍ରଗ ନେଇଛି ଏବଂ କେବେ କେବେ ଏହାକୁ ନିଏ ।

ଦୂତିୟ ପ୍ରଶ୍ନ ଥିଲା କି କଣ ତୁମେ କେବେ ଡ୍ରଗ କିଣିଛି? ରାକୁଲ କହିଲେ ନା ମୁ କେବେ ବି ଡ୍ରଗ କିଣି ନାହିଁ ବରଂ କିଛି ପାର୍ଟି ରେ ଡ୍ରଗ ମିଳୁଥିଲା ଏବଂ ମୁ ସେଠାରୁ ଡ୍ରଗ ନେଇଥିଲି । ତାପରେ NCB ଅଧିକାରୀ ପ୍ରଶ୍ନ କରିଥିଲେ ତେବେ ଆପଣ ଏମିତି ପାର୍ଟି ରେ ସବୁବେଳେ ଯାଉଥିଲେ? ରାକୁଲ ଉତ୍ତର ଦେଲେ ନାହିଁ ମତେ ରିୟା ଚକ୍ରବର୍ତ୍ତୀ କେତେ ଥର ଜବରଦସ୍ତି ଡ଼କାଇଥିଲେ । ଏବଂ ସାଙ୍ଗ ପାଇଁ ମୁ ସେଠିକୁ ଯାଉଥିଲି ।

ତାପରେ ପ୍ରଶ୍ନ କରାଗଲା କି ତୁମେ ପାର୍ଟି କରିବାକୁ କେଉଁଠି କୁ ଯାଉଥିଲ? ଉତ୍ତର ଶୁଣିଲେ ଆଶ୍ଚର୍ୟ୍ଯ ହୋଇଯିବେ । ରାକୁଲ କହିଲେ ସବୁବେଳେ ସୁଶାନ୍ତ ଙ୍କ ଫାର୍ମ ହାଉସ ରେ ଏହି ପାର୍ଟି ହୁଏ । ସେହି ପାର୍ଟି ରେ ସବୁ ଲୋକ ଡ୍ରଗ ନିଅନ୍ତି । ଏହି ପାର୍ଟି ଗୁଡିକରେ ବହୁତ ପଇସା ଖର୍ଚ୍ଚ ହେଉଥିଲା । ସୁଶାନ୍ତ ଙ୍କ ପଇସାରେ ରିୟା ଏମିତି ପାର୍ଟି କରୁଥିଲେ । ତାପରେ NCB ଅଧିକାରୀ ପ୍ରଶ୍ନ କରିଥିଲେ କି ଯଦି ସେହି ପାର୍ଟିରେ ସମସ୍ତେ ଡ୍ରଗ ନେଉଥିଲେ ତେବେ ସୁଶାନ୍ତ ସିଂ ରାଜପୁତ ମଧ୍ୟ ନେଉଥିବେ? ସୁଶାନ୍ତ ଙ୍କ ନା ଶୁଣିବା ମାତ୍ରେ ହିଁ ରାକୁଲ ପ୍ରିତ କାନ୍ଦିବାକୁ ଲାଗୁଥିଲେ ।

ରାକୁଲ କହିଲେ ସୁଶାନ୍ତ ବହୁତ ଭଲ ଲୋକ ଥିଲେ । ସେ ବହୁତ ଖୋଲା ହୃଦୟର ଲୋକ ଥିଲେ । କିନ୍ତୁ ଏତିକିରେ NCB ତାଙ୍କୁ ଅଟକାଇ ଥିଲା ଏବଂ କହିଲା ସିଧା ସିଧା ଉତ୍ତର ଦିଅନ୍ତୁ ଏବଂ ତାପରେ କାନ୍ଦି କାନ୍ଦି ରାକୁଲ କହିଲେ ସୁଶାନ୍ତ କେବଳ ମାରୱାନା ନେଉଥିଲେ ତାହା ପୁଣି କେବେ କେବେ । ଏବଂ ଏହି କଥା ରିୟା ନିଜେ ରାକୁଲ ଙ୍କୁ କହିଥିଲା । କିନ୍ତୁ ପାର୍ଟି ରେ ରିୟା ସୁଶାନ୍ତ ଙ୍କୁ ଜବରଦସ୍ତି ଡ୍ରଗ ଦେଉଥିଲେ ।

ସୁଶାନ୍ତ ଙ୍କ ସହିତ ଜଗଡ ମଧ୍ୟ କରୁଥିଲେ । ଏବଂ ଜବରଦସ୍ତି କରୁଥିଲେ ରିୟା ବୋଲି କହିଛନ୍ତି ରିୟା ଙ୍କ ଖାସ ସାଙ୍ଗ ରାକୁଲ ପ୍ରିତ । ରିୟା ଙ୍କ ସାଙ୍ଗ ରାକୁଲ ସବୁ ସତ କହିଶାରିଚନ୍ତି । ରାକୁଲ ଦୀପିକା ପାଦୁକୋନ ଙ୍କୁ ନେଇ ମଧ୍ୟ ବହୁତ କିଛି କହିଛନ୍ତି । ଖବର ମିଳିଛି ରାକୁଲ କହିଚନ୍ତି ଦୀପିକା ପାଦୁକୋନ ମଧ୍ୟ ଡ୍ରଗ ନିଅନ୍ତି । କିନ୍ତୁ ଦୀପିକା ଙ୍କୁ ନେଇ ବେଶି କିଛି ଖବର ମିଳିନାହିଁ । କିନ୍ତୁ ରାକୁଲ ରିୟା ଙ୍କ ବିରୁଦ୍ଧରେ ଯେଉଁ ଖୁଲାସା କରିଛନ୍ତି ତାହା ଏବେ ସୁଶାନ୍ତ ଙ୍କ ମାମଲାକୁ ବହୁତ ଆଗକୁ ନେଇଛି । ଖୁବ ଶୀଘ୍ର ସୁଶାନ୍ତ ଙ୍କ ହତ୍ୟାକାରୀ, ଡ୍ରଗ ମାଫିଆ ମାନଙ୍କୁ ଶାସ୍ତି ମିଳିବାକୁ ଯାଉଛି ବୋଲି କହିଛିି NCB ର ଟିମ ।

ବଲିଉଡ ରେ ଡ୍ରଗ ମାଫିଆ ଙ୍କୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।