ନିଜ ନାଁରେ ଉଠୁଥିବା ଅପପ୍ରଚାର ନେଇ ମୁହଁ ଖୋଲିଲେ ଅନୁଭବ, କହିଲେ ଏମିତି

ଆପଣମାନେ ଜାଣିଥିବେ ଦିନକୁ ଦିନ ବର୍ଷା ଏବଂ ଅନୁଭବ ଙ୍କ ବିବାଦ ବଢ଼ିବାରେ ଲାଗିଛି । ଏବଂ ଦିନକୁ ଦିନ କେଶ ଟି ଜଟିଳ ରୁ ଜଟିଳ ହେଇଯାଉଛି । ଏହି ଦୁଇ ସୁନ୍ଦର ଯୋଡ଼ି ଓଲିଉଡ ରେ ଦିନେ ଫେମସ ଥିଲେ ଏବଂ ଆଜି ଓଲିଉଡ ଇଣ୍ଡଷ୍ଟ୍ରି ରେ ବିବାହ ବିଚ୍ଛେଦ କୁ ନେଇ ମଧ୍ୟ ଚର୍ଚ୍ଚାରେ । ଆଗ ଚର୍ଚ୍ଚା ଅପେକ୍ଷା ଏହି ଚର୍ଚ୍ଚା ସମ୍ପୂର୍ଣ୍ଣ ଅଲଗା । ବର୍ଷା ଅନୁଭବ ଡିଭୋର୍ସ ପାଇଁ ଆବେଦନ କରିଛନ୍ତି ।

ବର୍ଷା ଅନୁଭବ ଙ୍କୁ ଛାଡ଼ିବାକୁ ନାରାଜ କିନ୍ତୁ ଅନୁଭବ ବର୍ଷା ଙ୍କ ସହିତ ରହିବେନି ବୋଲି କହିଛନ୍ତି । ବର୍ଷା ପ୍ରିୟଦର୍ଶିନୀ ଅନୁଭବ ଙ୍କ ନାଆରେ ଅନେକ ଅଭିଯୋଗ ଆଣିଛନ୍ତି । ସେଥି ମଧ୍ୟରୁ ସେ ଅନ୍ୟ ବହୁତ ନାରୀ ଙ୍କ ସହିତ ସମ୍ପର୍କ ରଖିବା ଅଭିଯୋଗ ଅନୁଭବ ଙ୍କୁ ବହୁତ ଆଘାତ ଦେଇଛି । ଅନୁଭବ ଙ୍କ ଦିଲ୍ଲୀ ରେ ଜଣଙ୍କ ସହିତ ସମ୍ପର୍କ ଅଛି ବୋଲି ବର୍ଷା କହିଥିଲେ ଏବଂ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏଲିନା ସାମନ୍ତରାୟ ଙ୍କ ସହିତ ସମ୍ପର୍କ ରହିଛି ବୋଲି ଜଣାପଡିଛି ।

ବର୍ଷା କହିଥିଲେ ଅନୁଭବ ବହୁତ ଜଣଙ୍କ ସହିତ ସମ୍ପର୍କ ରଖିଛନ୍ତି ଏବଂ ଆୟିବୈବାଧ୍ୟ ସମ୍ପର୍କ ମଧ୍ୟ ରଖିଛନ୍ତି । ଏହାକୁ ନେଇ ଏବେ ମୁହଁ ଖୋଲିଛନ୍ତି ଅନୁଭବ, ସେ କହିଛନ୍ତି ମୋ ବାପା ଙ୍କ ଦେହ ଅସୁସ୍ଥ ଥିବାରୁ ମୁ କିଛି ଦିନ ହେଲା ଚୁପ ଥିଲି । ମୋ ନିରବତା କୁ କେହି ମଧ୍ୟ ସଫଳତା କାର୍ଯ୍ୟରେ ଲଗାଅ ନାହିଁ । ମୋ ନିରବତା ମାନେ ଏହା ନୁହେଁ ଜି ମୁ କିଛି କହିବି ନାହିଁ ।

ମୁ ଦିନେ ନା ଦିନେ ମୁହଁ ଖୋଲିବି ଆଊ ଯେଉଁ ସୋସିଆଲ ମିଡ଼ିଆ ମାନେ ମୋ ନା ରେ ଏମିତି ଟ୍ରୋଲ କରୁଛନ୍ତି ଏବଂ ମିଛ ପ୍ରଚାର କରୁଛନ୍ତି ସେମାନଙ୍କୁ ଉଚିତ ଜବାବ ଦେବୀ ବୋଲି ଅନୁଭବ ମହାନ୍ତି କହିଛନ୍ତି । ଅନୁଭବ କହିଚନ୍ତି କୋର୍ଟ କୁ ତାର କାମ କରିବାକୁ ଦିଅନ୍ତୁ ଏବଂ କୋର୍ଟ ମଧ୍ୟ ସେମାନଙ୍କ ପ୍ରତି ଲିଗାଲ ଆକ୍ସନ ନେବ ଯେଉଁମାନେ ମୋ ବିଷୟରେ ମିଛ ପ୍ରଚାର କରୁଛନ୍ତି ।

୧୨ ତାରିଖ କୁ ଅପେକ୍ଷା କରନ୍ତୁ । କୋର୍ଟ ଯାହା ନିଷ୍ପତି ନେବ ସେହି ନିଷ୍ପତି ରେ ଆମେ ଏକମତ ରହିବୁ ଏବଂ ସାହାଯ୍ୟ ଏବଂ ସହଯୋଗ କରନ୍ତୁ ବୋଲି କହିଛନ୍ତି ଅନୁଭବ । ଖୁବ ଶୀଘ୍ର ସତ କଣ ତାହା ସାମ୍ନାକୁ ଆସିଯିବ ତେଣୁ ସତ ସାମ୍ନାକୁ ଆସିବ ପୂର୍ବରୁ ମୋତେ ବଦନାମ କରନ୍ତୁ ନାହିଁ ବୋଲି କହିଛନ୍ତି ଅନୁଭବ ମହାନ୍ତି ।

ତେବେ ବର୍ଷା ଅନୁଭବ ଙ୍କ ବିବାଦ କୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।