Health Tips- କେବଳ 3 ଦିନରେ ଠିକ ହେଇଯିବ Calcium ର କମି, ହାତ ଗୋଡ ଦରଜ ବି ହେଇଯିବ ଭଲ, ଆଖି ପାଇଁ ବି ରାମବାଣ

ଯଦି ଆପଣଙ୍କ ହାତ ଗୋଡ ଓ ଗଣ୍ଠି ରେ ବ୍ୟଥା ହେଉଛି ଓ ଉଠିବା ବସିବା ସମୟରେ କଷ୍ଟ ଅନୁଭବ କରୁଛନ୍ତି, ବିନା କାମ ରେ ମଧ୍ୟ ଥକି ଯାଉଛନ୍ତି କିବା ରାତିରେ ଠିକ ସେ ନିଦ ହେଉନାହିଁ ଓ ସବୁବେଳେ ମନ ବ୍ୟସ୍ତ ରହୁଛି ଏହାର ଅର୍ଥ ଆପଣଙ୍କ ଶରୀରରେ କ୍ୟାଲସିୟମ ର ଅଭାବ ଅଛି । ଆମ ଶରୀରରେ ୯୦% କାଲସିୟମ କେବଳ ହାଡ ଓ ଦାନ୍ତ ରେ ଥାଏ । କିନ୍ତୁ କାଲସିୟମ ର ଆବଶ୍ୟକତା ଆମ ଶରୀରର ପ୍ରତ୍ୟେକ କୋଷିକା ପାଇଁ ରହିଛି ।

ଖାସ କରି ଆମର ସ୍ନାୟୁ ବିଭାଗ, ରକ୍ତ, ମାଂସପେଶୀ ଓ ହୃଦୟ ପାଇଁ ମଧ୍ୟ କାଲସିୟମ ର ବିଶେଷ ଆବଶ୍ୟକ ରହିଛି । ବୟସ ବଢିବା ସହ ଅନେକ କାରଣରୁ ଆମ ଶରୀରରେ କାଲସିୟମ ର ଅଭାବ ହୋଇଥାଏ । ଏପରି ନୁହେଁ କି କାଲସିୟମ ର ଅଭାବ କେବଳ ୩୦ ବର୍ଷ ପରେ ହିଁ ହୁଏ ବରଂ ଏହା କୌଣସି ବି ବୟସର ଲୋକଙ୍କୁ ହୋଇପାରେ ।

ଅଧିକ ଅସ୍ୱାସ୍ଥ୍ୟକର ଭୋଜନ ଦ୍ୱାରା ମଧ୍ୟ କାଲସିୟମ ର ଅଭାବ ହୋଇଥାଏ. କାଲସିୟମ ର ଅଭାବ ମହିଳାମାନଙ୍କ ଠାରେ ଅଧିକ ଦେଖା ଯାଇଥାଏ । କାରଣ ସେମାନଙ୍କୁ ମାସିକ ଧର୍ମ, ଗର୍ଭଧାରଣ ଓ ସ୍ତନ୍ୟପାନ ଆଦି ସୋପାନ ଦେଇ ଯିବାକୁ ପଡିଥାଏ ।

ଶରୀରରେ ଭିଟାମିନ-ସି ର ଅଭାବ, ସୋଡ଼ା ଓ କଫି ର ଅଧିକ ସେବନ ଯୋଗୁଁ ମଧ୍ୟ କାଲସିୟମ ର ଅଭାବ ଦେଖା ଦେଇଥାଏ । ଆସନ୍ତୁ ୨ଟି ଉପାୟ ଶିଖିବା ଯାହା ଦ୍ୱାରା କେବଳ ୩ ଦିନ ରେ ହିଁ ଆମ ଶରୀରରେ କାଲସିୟମ ର ଅଭାବ ଦୂର ହୋଇଯିବ ଓ ସମସ୍ତ ଶାରୀରିକ ସମସ୍ୟା ଠିକ ହୋଇଯିବ ।

ନଂ.୧- ଏଥିପାଇଁ ପ୍ରଥମେ କେବଳ ୫ଟି ପିସ୍ତା ବାଦାମ ନିଅନ୍ତୁ ଓ ଏହାକୁ ରାତିରୁ ଏକ ଛୋଟ ଗିନା ରେ ପାଣି ନେଇ ସେଥିରେ ଭିଜାଇ ରଖନ୍ତୁ । ସକାଳୁ ଏହାର ଚୋପାକୁ ଛଡାଇ ଦିଅନ୍ତୁ ଓ ଏକ ଗ୍ଲାସ ଉଷୁମ କ୍ଷୀର ସହ ଏହାର ସେବନ କରନ୍ତୁ.ଏହି ପ୍ରକ୍ରିୟାକୁ ସକାଳୁ ଖାଲି ପେଟ ରେ କରନ୍ତୁ ।

ନଂ.୨- ଦ୍ଵିତୀୟ ପର୍ଯ୍ୟାୟରେ ମଧ୍ୟ ଏକ ଗ୍ଲାସ ଉଷୁମ କ୍ଷୀର ନିଅନ୍ତୁ ଓ ଏଥିରେ ଏକ ଚାମୁଚ ମାଣ୍ଡିଆ ଭଲ ଭାବେ ମିଶାଇ, ସନ୍ଧ୍ୟା ଭୋଜନ ର ଅଧଘଣ୍ଟା ରୁ ୪୫ ମିନିଟ ପୂର୍ବରୁ ସେବନ କରନ୍ତୁ ।

ଏହିପରି ଦିନକୁ ଦୁଇଥର ସେବନ କରିବା ଦ୍ୱାରା କେବଳ ୩ ଦିନ ରେ ଆପଣଙ୍କ ଶରୀରରେ କାଲସିୟମ ଅଭାବ ଦୂର ହେବା ସହ ଆପଣଙ୍କ ଶରୀରରେ କେବେ ବି ଏହାର ଅଭାବ ହେବ ନାହିଁ ।