( ତୁଳସୀ ଗଛ ) ଅଚାନକ ସୁଖିଯିବାର ଅର୍ଥ କଣ ? କଣ ହେବ ଆପଣଙ୍କ ସହିତ

କହିବାକୁ ଗଲେ ପ୍ରାୟତଃ ଲୋକମାନେ ବାସ୍ତୁ ଗଛ ଯେମିତି କି ତୁଳସୀ ଗଛ, ମନି ପ୍ଳାଣ୍ଟ, ଅପରାଜିତା ଗଛ ଓ ପାରିଜାତ ଗଛ ଭଳି ବାସ୍ତୁ ଗଛ ଗୁଡିକୁ ଘରର ବାସ୍ତୁ ଦୋଷ ଓ ଘରର ସମସ୍ତ ସମସ୍ୟାର ନିବାରଣ କରିବା ପାଇଁ ଘରେ ଲଗାଇ ଥାନ୍ତି । ଏହି କ୍ରମରେ ଆଜି ଆମେ ଆପଣଙ୍କୁ ପବିତ୍ର ଗଛ ତୁଳସୀ ଭଳି ଅନ୍ୟ ସମସ୍ତ ବାସ୍ତୁ ଗଛ ଗୁଡିକ ଯଦି ଅଚାନକ ଶୁଖି ଯାଉଛି ତେବେ ଏହାର ଫଳାଫଳ କେତେକ ଭୟଙ୍କର ହୋଇପାରେ ସେହି ବିଷୟରେ କହିବୁ । ଏହା ସହିତ କହିବୁ କି ଏହା ଆପଣଙ୍କ ପାଇଁ କେତେ ଶୁଭ ଓ ଅଶୁଭ ଅଟେ ।

କହିବାକୁ ଗଲେ ଶାସ୍ତ୍ର ଅନୁସାରେ ଘରେ ଲଗାଉଥିବା ସମସ୍ତ ବାସ୍ତୁ ଗଛ ଗୁଡିକ ମଧ୍ୟରେ ତୁଳସୀ ଗଛର ମହତ୍ଵ ବହୁତ ଅଧିକ ଅଟେ । ଘରେ ସକରାତ୍ମକ ଊର୍ଜାର ପ୍ରବାହ, ଶାନ୍ତି ଓ ସୁଖ ସମୃଦ୍ଧି ପାଇଁ ତୁଳସୀ ଗଛକୁ ପ୍ରାୟତଃ ସମସ୍ତଙ୍କ ଘରେ ସ୍ଥାପନା କରାଯାଏ ।

ତୁଳସୀ ଗଛ

ଘର ମଧ୍ୟରେ ଯଦି ଆପଣ ତୁଳସୀ ଗଛ କିମ୍ବା ଅନ୍ୟ କୌଣସି ବାସ୍ତୁ ଗଛ ଲଗାଇଛନ୍ତି ଓ ତାହା ଅଚାନକ ଶୁଖି ଯାଉଛି ତେବେ ଏହା ଆପଣଙ୍କ ପାଇଁ ଅଶୁଭ ହୋଇଥାଏ । କହିବାକୁ ଗଲେ ତୁଳସୀ ଗଛ ମାତା ବୃନ୍ଦାବତୀ ଶାନ୍ତି ଓ ସୁଖ ସମୃଦ୍ଧିର ପ୍ରତୀକ ଅଟନ୍ତି । ଏମିତିରେ ଯେଉଁ ଘରେ ବିନା କାରଣରେ କିମ୍ବା ସମୟ ପୂର୍ବରୁ ତୁଳସୀ ଗଛ ଶୁଖିଯାଏ ନଚେତ ମରିଯାଏ ତେବେ ସେହି ଘରୁ ଧୀରେ ଧୀରେ ଶାନ୍ତି ଓ ସୁଖ ଚାଲିଯାଏ । ଘରେ ଅଶାନ୍ତିକର ପରିବେଶ ରହିବା ସହିତ ପରିବାରର ସଦସ୍ୟମାନଙ୍କ ମଧ୍ୟରେ ବିବାଦ ଲାଗିଥାଏ । ଏହା ସହିତ ଆର୍ଥିକ କ୍ଷେତ୍ରରେ ମଧ୍ୟ କ୍ଷତି ହୋଇଥାଏ । ତେଣୁ ଘରେ ଯଦି ତୁଳସୀ ଗଛ ଲାଗାଇଛନ୍ତି ତେବେ ତାର ଧ୍ୟାନ ରଖନ୍ତୁ କେବେବି ମରିବାକୁ ଦିଅନ୍ତୁ ନାହିଁ ।

ଅପରାଜିତା ଗଛ

ଯଦି ଅପରାଜିତା ଗଛ ବିଷୟରେ କହିବା ତେବେ ଏହି ଗଛ ଆପଣଙ୍କର ଉନ୍ନତି ଓ ସଫଳତା ପାଇଁ ଘରେ ସ୍ଥାପନା କରାଯାଇଥାଏ । ଏହି ଗଛ ଶୁଖିଯିବା କିମ୍ବା ମରିଯିବା ଘର ଓ ପରିବାରର ଉନ୍ନତିରେ ବାଧା ଆସିବାର ଏକ ସଂକେତ ଦେଇଥାଏ । ଏମିତିରେ କୌଣସି ବି କାର୍ଯ୍ୟ ସଠିକ ରୂପରେ ହୋଇ ନ ଥାଏ ।

ମନି ପ୍ଳାଣ୍ଟ

ଘରେ କେବେ ବି ଧନର ଅଭାବ ନ ହେଉ ସେଥିପାଇଁ ଘରେ ମନି ପ୍ଳାଣ୍ଟର ଗଛ ଲଗାଯାଏ । କିନ୍ତୁ ଯଦି ଅଚାନକ ଏହି ଗଛ ଶୁଖିଯାଏ ତେବେ ଏହାର ଅର୍ଥ ଆପଣଙ୍କୁ ଧନ ହାନି ହେବ କିମ୍ବା ଆପଣଙ୍କର ଟଙ୍କା ଅଯଥା ଖର୍ଚ ହେବ । ଏହା ସହିତ କୌଣସି ବଡ କ୍ଷତି ହେବାର ସଂକେତ ଦେଇଥାଏ ।

ଶନି ଗଛ

ଶନି ଗ୍ରହକୁ ଶାନ୍ତି କରିବା ପାଇଁ ଘରେ ଶନି ଗଛ ଲଗାଯାଏ । ଏମିତିରେ ଯଦି ଆପଣଙ୍କ ଘରେ ଏହି ଗଛଟି ଅଚାନକ ଶୁଖି ଯାଉଛି ତେବେ ସେଠି ଶନିଙ୍କର କୃପା ରୁହେ ନାହିଁ । ଏହା ସହିତ ସେହି ଘରେ କୌଣସି ଶୁଭ କାର୍ଯ୍ୟ ବି ହୁଏ ନାହିଁ ।

ପାରିଜାତ ଗଛ

ଘରର ମାନ ସମ୍ମାନ ଉଚ୍ଚ କରିବା ପାଇଁ ଘର ମଧ୍ୟରେ ପାରିଜାତ ଗଛ ସ୍ଥାପନ କରାଯାଇ ପୂଜା କାରାଯାଏ । ଏମିତିରେ ଯେଉଁ ଘରେ ଏହି ଗଛ ଶୁଖିବା ଆରମ୍ଭ ହୋଇଥାଏ ସେହି ଘରର ମାନ ସମ୍ମାନ ତଳକୁ ଚାଲିଯାଏ । ଏହା ସହିତ ଘରେ ନକାରାତ୍ମକ ଶକ୍ତି ବି ପ୍ରବେଶ କରିବାକୁ ଲାଗେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।