କଣ ଆପଣ ବି ଫୁଟିଥିବା ଚା’ ପତି ପିଙ୍ଗିଦେଉଛନ୍ତି ? ତେବେ ରହିଯାଆନ୍ତୁ ଓ ଥରେ ଏହାକୁ ନିଶ୍ଚୟ ଦେଖନ୍ତୁ

ପ୍ରାୟତଃ ସମସ୍ତେ ସକାଳୁ ଚା’ ପିଇ ଥାଆନ୍ତି । ଯଦି ଆପଣ ଚା’ ପିଇ ସାରି ତାହାର ପତିକୁ ଫୋପାଡ଼ି ଦେଉଛନ୍ତି ତା ହେଲେ ଆପଣ ଏହା ଜାଣି ରଖିବା ଉଚିତ କି ଚାହା ପତିରେ ଆପଣଙ୍କର ବହୁତ ଉପକାର ହୋଇପାରିବ । କାରଣ ଚାହାପତିରେ ଆପଣଙ୍କର ଏତେ ଉପକାର ହୋଇପାରିବ ତାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିବା ଚା’ ପିଇ ସାରିବା ପରେ ତାହାର ପତିକୁ କିପରି କାର୍ଯ୍ୟରେ ଲଗାଇବେ । ଏହାଦ୍ୱାରା ଆପଣଙ୍କର କିପରି ଲାଭ ହୋଇପାରିବ ଓ ଏଥିରୁ ଆପଣ କିପରି ଲାଭ ପାଇପାରିବେ ।

ଯଦି ଆପଣଙ୍କ ଘରେ ଛୋଟ କୁଣ୍ଡରେ ଗଛ ଲଗାଇଛନ୍ତି ତେବେ ଆପଣ ତାହାପାଇଁ ଆପଣ ବଜାରରୁ ବହୁତ ଦାମିକା ଖତ ବା ସାର ଆଣୁଥିବେ । କାରଣ ଆପଣଙ୍କ ଗଛ ଭଲରେ ବଢୁ ଓ ସୁନ୍ଦର ଦେଖାଯାଉ । ତାହାଲେ ଆପଣ ଚାହା ପିଇ ସାରିଲାପରେ ଆପଣ ପତିକୁ ନ ଫୋପାଡି ଏହାକୁ ଥରେ ଭଲ ପାଣିରେ ଧୋଇ ଏହାକୁ ଆପଣଙ୍କ ଗଛର ମୂଳରେ ମାଟି ସହିତ ପୋତିଦିଅନ୍ତୁ । ଏହା ଏକ ଖତ ରୂପରେ କାମ କାମ କରିବ ଓ ଆପଣଙ୍କ ଗଛକୁ ଭଲ ପୋଷକ ଦେବ ।

ଦ୍ୱିତୀୟରେ ଆମେ ସବୁବେଳେ ଚେଷ୍ଟା କରିଥାଉ କି ଆମ ଆଖିର ତଳେ ହୋଇଥିବା କଳା ଦାଗକୁ ହଟେଇବା ପାଇଁ । ତାହାଲେ ଆପଣ ବ୍ୟବହାର କରାଯାଇଥିବା ଚାହା ପତିକୁ ଆପଣ ଥରେ ଭଲ ପାଣିରେ ଧୋଇ ଏହାକୁ ପତଳା କପଡ଼ାରେ ଗୁଡ଼ାଇ ନିଜର ଆଖି ଉପରେ ରଖି ଦିଅନ୍ତୁ , ଏହିଭଳି ଆପଣ କିଛି ଦିନ କଲାପରେ ଆପଣଙ୍କ କଳା ଦାଗ ଧୀରେ ଧୀରେ ଚାଲିଯାଇଥାଏ ।

ଯଦି ଆପଣଙ୍କର କୌଣସି ଜାଗାରେ ଘାଆ ହୋଇଥାଏ , ତେବେ ଆପଣ  ଵ୍ୟଵହାର କରାଯାଇଥିବା ଚାହା ପତିକୁ ଏକ ପତଳା କପଡ଼ାରେ ଗୁଡ଼ାଇ ସେଠାରେ କିଛି ସମୟ ଲଗାଇ ଲଗାଇ ରଖନ୍ତୁ ,ଏପରି କିଛି ଦିନ କଲାପରେ ଆପଣଙ୍କ ଘାଆ ଶୀଘ୍ର ଭଲ ହୋଇଯାଇଥାଏ ।

ଯଦି ଆପଣ ଆପଣଙ୍କ କେଶରେ ଚମକ ଆଣିବାକୁ ଚାହାନ୍ତି ତେବେ ଆପଣ ବ୍ୟବହାରିତ ଚାହା ପତିକୁ ପାଣିରେ ଫୁଟାଇ ସେହି ପାଣିରେ ମୁଣ୍ଡକୁ ଧୋଇ ଦିଅନ୍ତୁ , ଆପଣଙ୍କ କେଶ ସୁନ୍ଦର ଓ ଚମକ ଦାର ହୋଇଯିବ ।

ଯଦି ଆପଣଙ୍କ ଘରର ଫର୍ନିଚର ପୁରୁଣା ବା ବହୁତ ଖରାପ ହୋଇଯାଇଛି ତେବେ ଆପଣ ବ୍ୟବହାରିତ ଚାହା ପତିକୁ ପାଣିରେ ପକାଇ ଫୁଟେଇ ଦିଅନ୍ତୁ ଓ ସେହି ପାଣିକୁ ଆପଣଙ୍କ ଫର୍ନିଚର ଉପରେ ସ୍ପ୍ରେ କରି ତାକୁ ସଫା କରିଦିଅନ୍ତୁ , ଏହାଦ୍ୱରା ଆପଣଙ୍କ ପୁରୁଣା ଫର୍ନିଚରକୁ ସହଜରେ ସଫା କରିଦେଇଥାଏ । ଆଗକୁ ମଧ୍ୟ ଏହିଭଳି ସ୍ୱାସ୍ଥ୍ୟ ଟିପ୍ସ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।