କହିବାକୁ ଗଲେ କରୋନା ଭୟାଭୟ ସମୟରେ ଆମେରିକାକୁ ପୁଣି ଥରେ ଏକ ବଡ ଝଟକା ଲାଗିବ । ବର୍ତ୍ତମାନ ସମୟରେ ଆମେରିକାକୁ ଗୋଟିଏ ନୁହେଁ ଦୁଇଟି ବାତ୍ୟା ମାଡି ଆସୁଛି । ଯାହାକି ବହୁତ ହିଁ ଭୟଙ୍କର ଅଟେ । ଏହି ଦୁଇଟି ବାତ୍ୟା କାରଣରୁ ପବନର ଗତି ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ପ୍ରବାହ କରିବ ଓ ଏହି କାରଣରୁ ଆମେରିକାର କିଛି ଅଞ୍ଚଳରେ ବନ୍ୟାର ପରିସ୍ଥିତି ମଧ୍ୟ ଦେଖା ଯାଇପାରେ ।
ଏହି ଦୁଇଟି ବାତ୍ୟାର ନାମ ହେଉଛି ହରିକେନ ମାରୋକ ଓ ଟ୍ରଫିକାନ ଷ୍ଟ୍ରୋମ ଲୋରା । ଯାହାକି ଆମେରିକାର ସ୍ଥଳପଥକୁ ସ୍ପର୍ଶ କରି ସାରିଛି । ଏମିତିରେ ସରକାର ବାତ୍ୟାର ମୁକାବିଲା କରିବା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ବି ଆରମ୍ଭ କରି ଦେଇଛନ୍ତି ।
ଏହା ସହିତ ଉପକୂଳବର୍ତ୍ତୀ ସ୍ଥାନ ଗୁଡିକରେ ବସବାସ କରୁଥିବା ଲୋକମାନଙ୍କୁ ସ୍ଥାନାନ୍ତରଣ କରାଯାଉଛି । ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇ ଦିଆ ଯାଉଛି । କହିବାକୁ ଗଲେ ଆମେରିକାର କରୋନା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ସମୟରେ ଏହି ଦୁଇଟି ବାତ୍ୟା ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି । ବାତ୍ୟା କାରଣରୁ ଆମେରିକାର କିଛି ଅଞ୍ଚଳରେ ବର୍ଷା ବି ଆରମ୍ଭ ହୋଇ ଯାଇଛି ।
ଆମେରିକାର ଇତିହାସରେ ଏହା ପ୍ରଥମ ଥର ଅଟେ ଯେତେବେଳେ ଆମେରିକାକୁ ଏହି ଦୁଇଟି ବଡ ବାତ୍ୟାର ସାମ୍ନା କରିବାକୁ ପଡୁଛି । ବାତ୍ୟାର ମୁକାବିଲା ପାଇଁ ରାଷ୍ଟ୍ରପତି କେତେକ ସ୍ଥାନାରେ ଉଧାର ଓ ରିଲିଫ କାର୍ଯ୍ୟ ପାଇଁ ନିର୍ଦେଶ ଦେଇଛନ୍ତି । କହିବାକୁ ଗଲେ ମାରୋକ ପ୍ରଭାବରେ ଘଣ୍ଟା ପ୍ରତି ୧୩୦ରୁ ୧୫୦ କିଲୋମିଟରୁ ବି ଅଧିକ ବେଗରେ ପବନ ଅତିବାହିତ କରୁଛି । କେତେକ ସ୍ଥାନରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳୁଛି ।
ଜାହାଜ ଗୁଡିକୁ ବି ସମୁଦ୍ରରୁ ଫେରି ଆସିବା ପାଇଁ ବି କୁହାଯାଇଛି । ଆମେରିକାର କୋସ୍ଟଗାର୍ଡକୁ ବି ଅଲର୍ଟ ଜାରି କରା ଯାଇଛି । କୁହାଯାଉଛି କି ଏହି ଦୁଇଟି ବାତ୍ୟା ଆମେରିକା ପାଇଁ ବହୁତ ଭୟଙ୍କର ହେବ ଓ ଆମେରିକାକୁ ଏହି ଦୁଇଟି ବାତ୍ୟା ଦ୍ଵାରା ବହୁତ ଅସୁବିଧା ଓ କ୍ଷତି ବି ହୋଇପାରେ ।
ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକକରି ଦିଅନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।