ଏହି ପୂର୍ବତନ କ୍ରିକେଟରଙ୍କର ହେଲା ନିଧନ, ଖେଳ ଜଗତରେ ଶୋକର ଛାୟା

ଉତ୍ତରପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ତଥା ପୂର୍ବତନ ଭାରତୀୟ ଓପନର୍ ଚେତନ ଚୌହାନଙ୍କର ରବିବାର 73 ବର୍ଷ ବୟସରେ ଦେହାନ୍ତ ହୋଇଛି । ୟୁପି ମନ୍ତ୍ରୀ ଚେତନ ଚୌହାନ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି । ଚୌହାନ ଗତ ମାସରେ କରୋନା ପଜିଟିଭ୍ ବୋଲି ଜଣାପଡିଥିଲା । ତାଙ୍କର ଅଙ୍ଗ ଗୁଡିକ କାମ କରିବା ବନ୍ଦ କରି ଦେଇଥିଲେ ଏବଂ ସେ ଗୁରୁଗ୍ରାମର ଡାକ୍ତରଖାନାରେ ଭେଣ୍ଟିଲେଟରରେ ଥିଲେ ।

11 ଜୁଲାଇରେ କରୋନା ହୋଇଥିଲା

ଉତ୍ତର ପ୍ରଦେଶ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଚୌହାନଙ୍କୁ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଜୁଲାଇ 11 ରେ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପିଜି ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଜୁଲାଇ 15 ରେ, ତାଙ୍କୁ ଲକ୍ଷ୍ନୌର PGI ରୁ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଗତକାଲି ସ୍ୱାସ୍ଥ୍ୟ ଖରାପ ଥିବାରୁ ଭେଣ୍ଟିଲେଟର ରେ ରଖା ଯାଇଥିଲା । କରୋନା ଯୋଗୁଁ ୟୁପିରେ ଦ୍ୱିତୀୟ ମନ୍ତ୍ରୀଙ୍କ ମୃତ୍ୟୁ ହୋଇଛି ।

ଏହା ପୂର୍ବରୁ କମଲ ରାନୀ ବରୁଣ ମଧ୍ୟ କରୋନା କାରଣରୁ ମୃତ୍ୟୁ ବରଣ କରିଥିଲେ । ଗତ ମାସରେ ଜୁଲାଇ 21 ରେ ଅମରୋହା ଜିଲ୍ଲାର ନୌଗାଓଁ ବିଧାନସଭାର ବିଧାୟକ ଚେତନ ଚୌହାନ ତାଙ୍କର 73 ତମ ଜନ୍ମଦିନ ପାଳନ କରିଥିଲେ ।

କିଡନୀ କାମ ବନ୍ଦ କରିଦେଲା

ଶନିବାର ଦିନ ଡିଡିସିଏ ର ଜଣେ ବରିଷ୍ଠ ଅଧିକାରୀ କହିଥିଲେ, ‘ସକାଳେ ଚେତନ ଜୀଙ୍କର କିଡନୀ କାମ କରିବା ବନ୍ଦ କରିଦେଲା ଏବଂ ପରେ ଅନେକ ଅଙ୍ଗ ମଧ୍ୟ କାମ କରିବା ବନ୍ଦ କରିଦେଲା ସେ ଲାଇଫ ସପୋର୍ଟ ରେ ଅଛନ୍ତି । ଆମେ ପ୍ରାର୍ଥନା କରୁଛୁ କି ସେ ଭଲ ହୋଇଯାନ୍ତୁ’ । ଭାରତ ପାଇଁ 40 ଟି ଟେଷ୍ଟ ଖେଳିଥିବା ଚୌହାନ ସୁନୀଲ ଗାଭାସ୍କରଙ୍କ ଦୀର୍ଘ ଦିନର ଓପନିଂ ପାର୍ଟନର ଥିଲେ । ସେ ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ଆସୋସିଏସନ ରେ ମଧ୍ୟ ବିଭିନ୍ନ ପଦବୀରେ ରହିଥିଲେ ଏବଂ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳର ମ୍ୟାନେଜର ମଧ୍ୟ ଥିଲେ ।

ସିଏମ୍ ଯୋଗୀ ଆଦିତ୍ୟନାଥ ଟ୍ୱିଟ୍ କରି କହିଛନ୍ତି ଯେ କ୍ୟାବିନେଟରେ ମୋର ସହକର୍ମୀ ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଶ୍ରୀ ଚେତନ ଚୌହାନଙ୍କ ଅକାଳ ବିୟୋଗର ଦୁଖ ଖବର ମିଳିଲା । ଭଗବାନ ଶ୍ରୀ ରାମ, ଶ୍ରୀ ଚୌହାନ ଜି ଙ୍କ ପରିବାରକୁ ଏହି ଅପାର ଦୁଖକୁ ସହିବାକୁ ଓ ତାଙ୍କ ଆତ୍ମାକୁ ଶ୍ରୀ ଚରଣ ରେ ସ୍ଥାନ ପ୍ରଦାନ କରନ୍ତୁ । ॐ ଶାନ୍ତି ‘

ଚୌହାନ ବିଶ୍ୱର ପ୍ରଥମ କ୍ରିକେଟର ଥିଲେ ଯିଏ ଶତକ ହାସଲ ନକରି ଦୁଇ ହଜାର ରନ୍ ସ୍କୋର କରିଥିଲେ ।

ୟୁପି ର କ୍ୟାବିନେଟ ମନ୍ତ୍ରୀ ତଥା ପୂର୍ବତନ ଓପନର୍ ଚେତନ ଚୌହାନ 21 ଜୁଲାଇ 1947 ରେ ଜନ୍ମଗ୍ରହଣ କରିଥିଲେ । ସେ କ୍ରିକେଟର ଭାବରେ କ୍ୟାରିୟର ଆରମ୍ଭ କରିଥିଲେ । ସୁନୀଲ ଗାଭାସ୍କରଙ୍କ ସହ ତାଙ୍କର ଯୋଡି ଅତ୍ୟନ୍ତ ଲୋକପ୍ରିୟ ଥିଲା । ଭାରତର ପୂର୍ବତନ ଓପନର୍ 40 ଟି ଟେଷ୍ଟରେ 2084 ରନ୍ ସ୍କୋର କରିଥିଲେ ଏବଂ ତାଙ୍କର ସର୍ବାଧିକ ସ୍କୋର 97 ଥିଲା । ଏହା ବ୍ୟତୀତ ସେ 7 ଟି ୱାନଡେ ଅନ୍ତର୍ଜାତୀୟ ଖେଳିଥିଲେ । ସେ ଶତକ ହାସଲ ନକରି କ୍ୟାରିୟରରେ ଦୁଇ ହଜାର ରନ୍ ସ୍କୋର କରିବାରେ ଦୁନିଆର ପ୍ରଥମ କ୍ରିକେଟର ଥିଲେ ।

ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।