ରେକର୍ଡ ସ୍ତରରୁ 6 ହଜାରରୁ ବି ଅଧିକ କମିଲା ସୁନା ଦର, ଜାଣନ୍ତୁ କେତେ ରହିଛି ବର୍ତ୍ତମାନର ରେଟ

ସୁନାର ଦର କମିବା ଗତ ସୋମବାର ଠାରୁ ହିଁ ଚାଲିଛି । ବୁଧବାର ଦିନ ଫିଉଚର ବଜାର ରେ ୨୩୭୪ ଟଙ୍କା କମିଥିଲା । ଏହା ପରେ ସୁନା ନିଜ ଐତିହାସିକ ଦାମ୍ ରୁ ୬୬୩୬ ଟଙ୍କା କମିଯାଇଥିଲା ଏବଂ ୫୦୦୦୦ ରୁ କମ ହେଇଯାଇଥିଲା । ବୁଧବାର ଦିନ ସୁନାର ଦର ଫିଉଚର ମାର୍କେଟ ରେ କମିଯାଇଛି । ଆନ୍ତର୍ଜାତୀୟ ମାର୍କେଟ ଲସ୍ ଦ୍ଵାରା ଭାରତୀୟ ମାର୍କେଟକୁ ବି ପ୍ରଭାବ ପକାଇଛି । ଆନ୍ତର୍ଜାତୀୟ ବଜାରରେ ସୁନା ୫% କମ୍ ହେଇଯାଇଛି ।

ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ଲଗାତାର ତିନି ଦିନ ଧରି ହ୍ରାସ ପାଇଛି । ଏମସିଏକ୍ସରେ ଗୋଲ୍ଡ ଫ୍ୟୁଚର ଅକ୍ଟୋବର କାରୋବାର 2374 ଟଙ୍କା ହ୍ରାସ ପାଇଁ 49, 655 ଟଙ୍କାରେ ପହଞ୍ଚିଥିଲା । ମଙ୍ଗଳବାର ଦିନ ସୁନା 51, 929 ଟଙ୍କାରେ ଥିଲା । କାରୋବାର ସମୟରେ ଗୋଲ୍ଡ ଫ୍ୟୁଚର ଅଧିକତମ 51650 ଟଙ୍କା ପ୍ରତି 10 ଗ୍ରାମରେ ପହଞ୍ଚିଥିଲା । ଏହି ପ୍ରକାରରେ ଐତିହାସିକ ଦାମ 56, 191 ରୁ ସୁନାର ଦର ହ୍ରାସ ପାଇଛି ।

ବଜାର ରେ ଥିବା ସୁନା:-

ବଜାର ରେ ଥିବା ସୁନା ର ଦାମ୍ ଏବେ ବି ଅଧିକା ଅଛି । ଇଣ୍ଡିଆ ବୁଲିୟନ୍ ଆଣ୍ଡ ଜୁୱେଲରି ଆସୋସିଏସନ୍ ଙ୍କ କହିବା ଅନୁସାରେ ବୁଧବାର ଦିନ ୨୪ କରେଟ୍ ୯୯୯ ଗୋଲ୍ଡ ସୁନା ର ଦାମ୍ ୫୩, ୯୫୨ ଟଙ୍କା ୧୦ ଗ୍ରାମ ପ୍ରତି ଥିଲା ଏବଂ ଚାନ୍ଦି ର ଦାମ୍ ୭୧୯୯୯ ଟଙ୍କା ଗୋଟେ କିଲୋ ପ୍ରତି ଥିଲା ।

ଚାନ୍ଦି ଦାମ ବି କମିଲା:-

ସେପ୍ଟେମ୍ବର ରେ ସିଲଭର ଫିଉଚର କାରବାର ରେ ବି ୪୬୪୭ ଟଙ୍କା କମିବା ସହିତ ୬୨୨୮୭ ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ପୁଣି ଥରେ ୬୪୨୮୭ ପର୍ଯ୍ୟନ୍ତ ବଢ଼ି ଯାଇଥିଲା ।

ଅନ୍ତରସ୍ତ୍ରୀୟ ବଜାରରେ ସୁନାର ଦାମ୍ କମିଯାଇଛି । ଲୋକମାନଙ୍କ ପାଇଁ ଏବେ ଟିକେ ଚିନ୍ତା କମ୍ ହେବାର ଜଣା ପଡ଼ିଛି । କାରଣ ସୁନା ର ଦାମ୍ ଆକାଶ ଛୁଆଁ ହୋଇଥିଲା । କିନ୍ତୁ ବର୍ତମାନ ସୁନା ର ଦର କମିଯାଇଛି ।

କାହିଁକି କମୁଛି ସୁନା ଚାନ୍ଦି ଦର:-

ଆମେରିକା ରେ ଦ୍ଵିତୀୟ ଆର୍ଥିକ ପ୍ୟାକେଜ୍ ର ଆଶା, ଡଲାର ରେ ମଜବୁତି ଏବଂ ଆର୍ଥିକ ପରିସ୍ଥିତି ରେ ସୁଧାର ଆସିଥିବା କାରଣ ରୁ ସୁନା ର ଦର କମିବାରେ ଲାଗିଛି । ଏହା ପରେ ରୁସ୍ ରେ କରୋନା ଭାଇରସ ର ଟୀକା ବାହାରିଥିବାର ଖବର ମିଳିଛି । ଯେତେବେଳେ ଅର୍ଥ ବ୍ୟବସ୍ଥା ରେ ସୁଧାର ର ସଂକେତ ମିଳିଥାଏ ସେତେବେଳେ ଲୋକ ସେୟାର୍ ବଜାର ବା ଅନ୍ୟ ନିବେଶ ଦିଗ ଆଡ଼କୁ ଯିବାକୁ ଲାଗନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଦେଶଦୁନିଆ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।