ଘରର ଉତ୍ତର ଦିଗରେ ରଖି ଦିଅନ୍ତୁ ଏସବୁ ଭିତରୁ କୌଣସି ଗୋଟିଏ ବି ଜିନିଷ, ହେବ ଧନ ପ୍ରାପ୍ତି

କହିବାକୁ ଗଲେ ସମସ୍ତେ ନିଜର ଭବିଷ୍ୟତରେ ଖୁସିରେ ରହିବା ପାଇଁ ବର୍ତ୍ତମାନ ଠାରୁ ହିଁ କିଛି ସେଭିଙ୍ଗ କରିଥାଉ । କିନ୍ତୁ ବେଳେ ବେଳେ କିଛି କାରଣ ବଶତଃ ଆମେ ଇଚ୍ଛା ଥିଲେ କି ସେଭିଙ୍ଗ କରି ପାରି ନ ଥାଉ । ଏହା ପଛର କାରଣ ବାସ୍ତୁଦୋଷ ହୋଇପାରେ । କିନ୍ତୁ ଏହି ଦୋଷକୁ ଆପଣ ଦୂର କରି ପାରିବେ । କହିବାକୁ ଗଲେ ବାସ୍ତୁ ଶାସ୍ତ୍ର ନିୟମ ଅନୁସାରେ ଧନ ପ୍ରାପ୍ତ କରିବା ପାଇଁ ଆପଣ ଘରର ଉତ୍ତର ଦିଗରେ କିଛି ଖାସ ଜିନିଷ ରଖିବା ଦ୍ଵାରା ଆପଣ ମାଲାମାଲ ହୋଇଯିବେ । ତେବେ ଆସନ୍ତୁ ଜାଣିବା ତାହା କେଉଁ ଜିନିଷ ଅଟେ ।

ଯଦି ଆପଣ ପାଖରେ ଟଙ୍କା ରହୁ ନାହିଁ ତେବେ ଆପଣ ଘରର ଉତ୍ତର ଦିଗରେ ଗୋଟେ ତମ୍ବା କଳସରେ ପାଣି ଭର୍ତ୍ତି କରି ରଖି ଦିଅନ୍ତୁ । ଏହି କଳସରେ ଗୋଟିଏ ନଡିଆ ବି ରଖି ଦିଅନ୍ତୁ । ଏହିଭଳି କରିବା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ଧନର ଅପବ୍ୟୟ ବି କମ ହେବ ।

ଯେଉଁ ଲୋକମାନେ ଘରେ ସୁଖ ସମୃଦ୍ଧି ଚାହୁଁଛନ୍ତି ତେବେ ଉତ୍ତର ଦିଗରେ ଭଗବାନଙ୍କ ସିଂହାସନ ରଖନ୍ତୁ । ପୁଣି ସେହି ଦିଗରେ ମାଛର ଆକ୍ୟୁରିୟମ ବି ରଖନ୍ତୁ ।

ଧନ ପ୍ରାପ୍ତି ପାଇଁ ଘର କିମ୍ବା ଦୋକାନର ଉତ୍ତର ଦିଗରେ ଫେଂଗଶୁଈ କଇଁଛ ରଖନ୍ତୁ । ଏହା ଦ୍ଵାରା ଧନ ବୃଦ୍ଧି ବି ହେବ ।

ଯଦି ବ୍ୟପାରରେ କ୍ଷତି ହେଉଛି କିମ୍ବା ବିଜନେସ ସଠିକ ରୂପରେ ଚାଲୁ ନାହିଁ ତେବେ ଆପଣ ଦୋକାନରେ କିମ୍ବା ଅଫିସର ଉତ୍ତର ଦିଗରେ କୁବେର ଓ ଲକ୍ଷ୍ମୀଙ୍କ ଯନ୍ତ୍ର ରଖି ଦିଅନ୍ତୁ ।

ଯଦି କୌଣସି ଘରର ବାସ୍ତୁ ଦୋଷ ଅଛି ତେବେ ଉତ୍ତର ଦିଗରେ ସବୁଜ ରଙ୍ଗ ପିରାମିଡ ରଖି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଜୀବନର ସମସ୍ତ ବାଧା ଦୂର ହୋଇଯିବ ।

ଯଦି ଘରର ସୁଖ ସୁବିଧା ଜିନିଷକୁ ବଢେଇବାକୁ ଚାହୁଁଛନ୍ତି ତେବେ ଘରର ସେହି ରୁମରେ ଚାନ୍ଦି, ତମ୍ବା ଓ ତମ୍ବା ର ପିରାମିଡ ରଖନ୍ତୁ ଯେଉଁଠି ପରିବାରର ସଦସ୍ୟ ଅଧିକ ସମୟ ରହୁଥିବେ । ଏହିଭଳି କରିବା ଦ୍ଵାରା ପରିବାର ଲୋକଙ୍କ ଆୟ ବୃଦ୍ଧି ହେବ ।

ଯଦି ଆପଣଙ୍କ ଉପରେ ଅନ୍ୟ ଜଣଙ୍କ ଖରାପ ନଜର ପଡୁଛି କିମ୍ବା ଆପଣଙ୍କ ଘର ଉନ୍ନତି ହେଉ ନାହିଁ ଓ ପର୍ଯ୍ୟାପ୍ତ ଧନ ଆସୁ ନାହିଁ ତେବେ ଏହି ସମସ୍ତ ସମସ୍ୟାକୁ ଦୂର କରିବା ପାଇଁ ଆପଣ ଘରର ଦକ୍ଷିଣ – ପଶ୍ଚିମ ଦିଗରେ ପଞ୍ଚମୁଖୀ ହନୁମାନଙ୍କ ପ୍ରତିମା କିମ୍ବା ଫଟୋ ଲଗାନ୍ତୁ ।

ଆପଣଙ୍କ ଆର୍ଥିକ ସ୍ଥିତିରେ ଖରାପ ଅଛି ତେବେ ସେଥିରୁ ବଞ୍ଚିବା ପାଇଁ ଘରର ଉତ୍ତର ଦିଗରେ ମାଟିର ଛୋଟ ଘଡି କିମ୍ବା ମାଠିଆରେ ପାଣି ରଖି ଦିଅନ୍ତୁ । କିନ୍ତୁ ଧ୍ୟାନ ରଖିବାକୁ ହେବ କି ଏହି ପାତ୍ରଟି ପୁରା ପାଣିରେ ଭରିଥିବ ।

ଫେଂଗ୍ଶୁଈ ଅନୁସାରେ ଗୋଲଡେନ ବିଲେଇ ବହୁତ ପ୍ରଭାବିତ ଅଟେ । ଏହା ଅଶୁଭକୁ ବି ଶୁଭ କରି ଦେବ । ଏହି ବିଲେଇ ମେଟାଲ ଧାତୁରେ ତିଆରି ହୋଇଥିଲେ ଅଧିକ ଲାଭ ମିଳିବ ।

ଘରର ଉତ୍ତର ଦିଗରେ ଚାନ୍ଦିର ପାତ୍ରରେ କର୍ପୂର ଜଳାଇବା ଦ୍ଵାରା ଘରର ନକରାତ୍ମକ ଶେଷ ହୋଇଯିବ । ଏହା ସହିତ ଆପଣଙ୍କ ଭାଗ୍ୟ ବି ମଝବୁତ ହୋଇଯିବ ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।