ଆଜିର ରାଶିଫଳ, 11 ଜୁଲାଇ 2020, ଶନିବାର, ଆଜି ଶନିଦେବଙ୍କ କୃପା ରହିବ ଏହି ୪ଟି ରାଶି ଉପରେ, ଆୟର ନୂତନ ସ୍ରୋତ ପ୍ରାପ୍ତ ହେବ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୦ ଜୁଲାଇ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଅଫିସରେ ଆପଣଙ୍କୁ କୌଣସି ଏମିତି କାମ ଦିଆଯିବ, ଯାହାକୁ ଆପଣ ସହଜରେ ପୁରା କରି ଦେବେ । ଆଜି ଆପଣ କୌଣସି ମାମଲାରେ ଏକ୍ସପର୍ଟର ରାୟ ନେଇ ପାରନ୍ତି । ଆପଣଙ୍କ ବୈବାହିକ ଜୀବନ ଭଲ ରହିବ । କାର୍ଯ୍ୟ କିମ୍ବା ବ୍ୟାପାରରେ ଉନ୍ନତି କରିବେ । କାର୍ଯ୍ୟ କ୍ଷେତ୍ରରେ ଭଲ ପ୍ରଦର୍ଶନ ବି କରିବେ । ଆପଣ ବିରୋଧୀମାନଙ୍କ ମୁହଁ ବନ୍ଦ କରିବାରେ ସକ୍ଷମ ବି ହେବେ । କର୍ମଚାରୀମାନଙ୍କ ପାଇଁ ଏହି ସମୟ ଲାଭଦାୟକ ରହିବ । ଆର୍ଥିକ ସ୍ଥିତି ମଜବୁତ ରହିବ ।

ବୃଷ

ଆଜି ଆପଣଙ୍କ ଚିନ୍ତା କରାଯାଇଥିବା କାମ ପୁରା ହୋଇଯିବ । ଅଫିସରେ କୌଣସି ସହକର୍ମୀଙ୍କ ଠାରୁ ଆପଣଙ୍କୁ ସାହାର୍ଯ୍ୟ ମିଳିବ । ଜୀବନସାଥିଙ୍କ ସହ ବାହାରାକୁ ଯିବାର ପ୍ଲାନିଙ୍ଗ କରି ପାରନ୍ତି । ଆପଣଙ୍କ ଆମଦାନୀ ଭଲ ହେବ । ଆୟର ନୂତନ ସ୍ରୋତରୁ ଭଲ ଲାଭ ମିଳିବ । ସମ୍ପତ୍ତି ସମ୍ବନ୍ଧିତ କାଗଜପତ୍ରରେ ହସ୍ତାକ୍ଷର କରିବା ସମୟରେ ଆପଣଙ୍କୁ ସାବଧାନ ରହିବାକୁ ହେବ । ଆପଣଙ୍କ ମାନସିକ ଶାନ୍ତି ସହିତ ନିଜର କାର୍ଯ୍ୟ ପୁରା କରିବାରେ ସକ୍ଷମ ହେବେ ।

ମିଥୁନ

ଆଜି ଆପଣଙ୍କୁ ନିଜର ଖର୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ପଡିବ । କୌଣସି ବି ନିଷ୍ପତିରେ ଜଲ୍ଦବାଜୀ କରନ୍ତୁ ନାହିଁ । ଏହି ରାଶିର ଲୋକମାନଙ୍କୁ ଉନ୍ନତିର ନୂତନ ଅବସର ପ୍ରାପ୍ତ ହେବ । ଏହି ରାଶିର ଯେଉଁମାନେ ଲେଖକ ଅଟନ୍ତି, ତାଙ୍କୁ କୌଣସି କବିତା ପାଇଁ ପ୍ରଶଂସା ମିଳିପାରେ । ଘରେ ଚାଲୁଥିବା ସମସ୍ୟାର ଅନ୍ତ ହେବ । ଶାନ୍ତିରେ ରୁହନ୍ତୁ । ଘରର ଶାନ୍ତିପୂର୍ଣ ସ୍ଥିତି ପାଇଁ ଆପଣଙ୍କୁ ଇଶ୍ଵରଙ୍କୁ ଧନ୍ୟବାଦ କରିବା ଉଚିତ । ଏହି ସମୟରେ ଔଷଧ ଉପରେ ଖର୍ଚ ହୋଇପାରେ ।

କର୍କଟ

ଆଜି ଅଫିସ କାମ ପାଇଁ ବାହାରକୁ ଯିବାକୁ ପଡିପାରେ । ଆଜି ଆପଣ କିଛି ମସ୍ତି ମୁଡରେ ରହିବେ । ଏହା ଦ୍ଵାରା ଆପଣଙ୍କ ମନ ଖୁସିରେ ରହିବ । ଆୟ ଅଧିକ ହେବା ଦ୍ଵାରା ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆପଣଙ୍କ ଭାଗ୍ୟ ଆପଣଙ୍କୁ ଆର୍ଥିକ ଲାଭ ପ୍ରାପ୍ତ କାର୍ବ । ଯୋଜନା ଉପରେ ଅମଳ କରନ୍ତୁ । ମହିଳା ମିତ୍ରାଙ୍କ ସହିତ ଆପଣ ଅଧିକ ସମୟ ବ୍ୟତୀତ କରିବେ । ଆଇନ ମାମଲାରେ କିଛି ଟଙ୍କା ଖର୍ଚ ହୋଇପାରେ ।

ସିଂହ

ଆଜି ଆପଣଙ୍କ ପୂଜା ପାଠ ପ୍ରତି ମନ ରହିବ । ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ଆଜି ଆପଣ କାର୍ଯ୍ୟ ସ୍ଥଳରେ କିଛି ପରିବର୍ତ୍ତନ କରି ପାରନ୍ତି । ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଦେବ । ନିବେଶକମାନଙ୍କ ପାଇଁ ଏହି ସମୟ ସକାରାତ୍ମକ ଅଟେ । କହିବାକୁ ଗଲେ ଆପଣଙ୍କ ଚାକିରି କିମ୍ବା ବ୍ୟାପାର ପାଇଁ ଏହି ସମୟ ଭଲ ଅଟେ । ଆଜିର ଦିନରେ ନିଜର ପ୍ରିୟଜନଙ୍କ ସହ ସମୟ ବିତାଇବେ । ଆପଣଙ୍କ ନିଜର ସାଥିଙ୍କ ସହିତ ଘରେ ବସି କୌଣସି କଥାକୁ ନେଇ ଆଲୋଚନା କରିବେ ।

କନ୍ୟା

ଆଜି ଆପଣ ନିଜର ସମୟ ଅନ୍ୟ କାହାକୁ ଦେବେ । ଘରର ବାତାବରଣ ସୁଖମୟ ରହିବ । ଏହି ରାଶିର ଛାତ୍ରମାନେ ବହୁତ ପରିଶ୍ରମ କରିବେ । ଆର୍ଥିକ ସ୍ଥିତି ସାମାନ୍ୟ ରହିବ । ଆପଣଙ୍କୁ ନିଜର ପ୍ରୋଫେଶନଲ ଲାଇଫ ପ୍ରତି ସତର୍କ ରହିବାକୁ ପଡିବ । ଏହି ସମସ୍ୟାରେ ଆର୍ଥିକ କ୍ଷତି ହୋଇପାରେ । ଖାଦ୍ୟପାନ ଯୋଗୁ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ବ୍ୟାପାରରେ ଆପଣଙ୍କ ପ୍ରତିସ୍ପର୍ଧିଙ୍କୁ କଡା ଟକ୍କର ଦେଇ ପାରିବେ । କର୍ମଚାରୀମାନଙ୍କୁ ଅଳ୍ପ ସମସ୍ୟାର ସାମ୍ନା କରିବାକୁ ପଡିପାରେ ।

ତୁଳା

ଆଜି ଆପଣଙ୍କ କାମ ପୁରା ହୋଇଯିବ । କାମର ଗତି ବି ସଠିକ ରହିବ । ଆପଣଙ୍କୁ ନିଜକୁ ଆରାମ ଅନୁଭବ କରିବେ । ମନରେ କୌଣସି କଥାକୁ ନେଇ ଦ୍ଵନ୍ଦ ରହିପାରେ । ଏହି ରାଶିର ଲୋକମାନଙ୍କୁ ନିଜର ପାର୍ଟନର ମିଳିପାରେ । କାର୍ଯ୍ୟ ଓ ବ୍ୟାପାରରେ ଆପଣଙ୍କ ବୌଦ୍ଧିକ କ୍ଷମତା ଓ ପ୍ରତିଭାର ପ୍ରଶଂସା ହେବ । ପ୍ରମୋଶନର ସମ୍ଭାବନା ଅଛି । କିନ୍ତୁ ଏଥିପାଇଁ ଅପେକ୍ଷା କରିବାକୁ ପଡିବ । ବ୍ୟାପାରରେ ଆପଣଙ୍କ ମାନ ବଢିବ । ଆପଣ ନିଜର ପ୍ରତିସ୍ପର୍ଧିମାନଙ୍କୁ କଡା ଟକ୍କର ଦେବେ ।

ବିଚ୍ଛା

ପୂର୍ବରୁ ଯୋଜନା କରି ସମସ୍ତ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କୁ କାର୍ଯ୍ୟରେ ପ୍ରଶଂସା ସହିତ ପଦ ଓ ପ୍ରତିଷ୍ଠାରେ ବି ଉନ୍ନତି ହେବ । ଆପଣଙ୍କ ଜୀବନରେ କୌଣସି ଅଜଣା ବ୍ୟକ୍ତିର ପ୍ରବେଶ ହୋଇପାରେ । ଆୟର ନୂତନ ସ୍ରୋତ ଆପଣଙ୍କୁ ପ୍ରାପ୍ତ ହେବ । ଅଚାନକ ଘରେ କୌଣସି ଅତିଥି ଆସି ପାରନ୍ତି । ଯାହା ଦ୍ଵାରା ଘରର ବାତାବରଣରେ କିଛି ପରିବର୍ତ୍ତନ ହୋଇପାରେ । ଆପଣଙ୍କୁ ବିଜୁଳି ପ୍ରତି ସାବଧାନ ରହିବାକୁ ହେବ । ଏହି ସମୟ ଆପଣଙ୍କୁ ସ୍ୱାସ୍ଥ୍ୟ ଭଲ ରହିବ ।

ଧନୁ

ପ୍ରୋଫେଶନଲ ଲାଇଫରେ ଆପଣଙ୍କୁ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜର ସମ୍ପର୍କକୁ ମଜବୁତ କରିବା ପାଇଁ ନିଜର ଘର ଲୋକମାନଙ୍କ କଥାକୁ ମାନିବା ଉଚିତ । ଆଜି ଆପଣ ନିଜର ସମସ୍ତ ସମସ୍ୟାକୁ ନେଇ ବହୁତ ଚିନ୍ତିତ ରହି ପାରନ୍ତି । ଆପଣଙ୍କୁ ଆପଣଙ୍କ ସସହକର୍ମୀଙ୍କ ସମର୍ଥନ ମିଳିବ । ଏହି ସମସ୍ୟାରେ ଆପଣଙ୍କ ଆପଣଙ୍କ ବ୍ୟାପାରରେ ଲାଭ ମିଳିପାରେ । ଆଜି ସ୍ୱାସ୍ଥ୍ୟ ସହ ଜଡିତ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ ।

ମକର

କୌଣସି ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ । ସବୁଦିନର ଜୀବନରେ କିଛି ନୂତନତା ଆସିପାରେ । ସମ୍ପତ୍ତି ସମ୍ବନ୍ଧିତ ମାମଲାରେ ସମୟ ଭଲ ଅଛି । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ଉନ୍ନତି ହେବ । ନୂତନ ଅବସର ପ୍ରାପ୍ତ ହେବ । ଆଜିର ଦିନ ଶୁଭ ଅଟେ । ସାମାଜିକ ଦୂରତା ଉପରେ ଧ୍ୟାନ ଦିଅନ୍ତୁ ଏହି ସମୟରେ ପ୍ରୋଫେଶଲ ଲାଇଫ ଭଲ ପ୍ରମାଣିତ ହୋଇପାରେ । କିନ୍ତୁ କିଛି ମାମଳାକୁ ନେଇ ଆପଣ ଚିନ୍ତିତ ରହି ପାରନ୍ତି । ଆପଣଙ୍କୁ ସତର୍କ ରହିବାକୁ ହେବ ।

କୁମ୍ଭ

ନିଜର ପରିବାର ସହିତ ବିତାଇଥିବା ସମୟର ଭରପୁର ଆନନ୍ଦ ମିଳିବ । ଜୀବନସାଥିଙ୍କ ସହିତ କେଉଁ ସ୍ଥାନକୁ ବୁଲିବାକୁ ଯାଇ ପାରନ୍ତି । ଆପଣ କୌଣସି କାମକୁ ନୂତନ ରୂପରେ ଆରମ୍ଭ କରିବ ପାଇଁ ବିଚାର କରି ପାରନ୍ତି । ମାତା ପିତାଙ୍କ ଆଶୀର୍ବାଦ ନିଅନ୍ତୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ନକାରାତ୍ମକ ପରିଣାମରୁ ବଞ୍ଚିବା ପାଇଁ ଆପଣଙ୍କୁ କାହାର ଉପଦେଶ ନେବାକୁ ପଡିପାରେ ।

ମୀନ

ସମ୍ପତ୍ତି ସମ୍ବନ୍ଧିତ ମାମଲାରେ ସମାଧାନ ହୋଇଯିବେ । ନିଜର ସାମାଜିକ ପ୍ରତିଷ୍ଠା କାୟମ ରହିବ । ଘରର ପରିସ୍ଥତିକୁ ଭଲ କରିବା ପାଇଁ ଆପଣଙ୍କୁ ପରିଶ୍ରମ କରିବାକୁ ପଡିପାରେ । କାରୋବାର ମାମଲାରେ କିଛି ଲୋକମାନେ ଆପଣଙ୍କ ଠାରୁ ଉପଦେଶ ନେଇ ପାରନ୍ତି । ବ୍ୟାପାରରେ ଅଚାନକ ଧନଲାଭ ହେବ । ଦରକାରୀ ଲୋକମାନଙ୍କୁ ଖାଦ୍ୟ ପଦାର୍ଥ ଦାନ କରିବେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।