ଏହି ଜିନିଷ ଗୁଡିକର ସେବନ କରି ସୁଗାର ରୋଗୀ ଏହିଭଳି ଭାବରେ ରଖି ପାରିବେ ନିଜର ଇନ୍ସୁଲିନ ଲେବୁଲକୁ ଠିକ

ଆଜିକାଲିର ବ୍ୟସ୍ତପୂର୍ଣ ଜୀବନ ଓ ଅନିୟମିତ ଜୀବନଶୈଳୀ କାରଣରୁ ଲୋକମାନେ ବିଭିନ୍ନ ପ୍ରକାରର ରୋଗରେ ପୀଡିତ ହେଉଛନ୍ତି । କହିବାକୁ ଗଲେ ବର୍ତ୍ତମାନ ସମୟରେ ପ୍ରାୟତଃ ଲୋକମାନେ ମଧୁମେହ କିମ୍ବା ସୁଗାର ରୋଗରେ ଅଧିକ ପୀଡିତ ହେଉଛନ୍ତି । ଏହା ଏକ ଏମିତି ରୋଗ ଅଟେ, ଯଦି କୌଣସି ବ୍ୟକ୍ତି ଏହି ରୋଗର ଶିକାର ହୋଇଯାଏ, ତେବେ ସେହି ବ୍ୟକ୍ତିର ଶରୀରରେ ଏହି ରୋଗ ସାରା ଜୀବନ ରହିଥାଏ ।

ଏହି ରୋଗର ସବୁଠୁ ଖରାପ କଥା ଏହା ଅଟେ କି ଏହା ଅନ୍ୟ କେତେକ ରୋଗକୁ ନିମନ୍ତ୍ରଣ ଦେଇଥାଏ । ଏହା ସହିତ ଯଦି ଆପଣ ନିଜର ଖାଦ୍ୟପାନକୁ ନିୟତ୍ରଣରେ ରଖିବେ ନାହିଁ ତେବେ ଆପଣଙ୍କ ଶରୀରକୁ ଆହୁରି ଅଧିକ ହାନି ପହଞ୍ଚିବ । ଏହି ରୋଗର ଶିକାର ହେବା ପରେ ଯଦି ଆପଣଙ୍କ ଇନ୍ସୁଲିନ ଲେବୁଲ କମ ହୋଇ ଯାଉଛି ତେବେ ଆପଣଙ୍କୁ ଇନ୍ସୁଲିନର ଇଂଜେକସନ ବି ନେବାକୁ ପଡିଥାଏ ।

ଏମିତିରେ ଆଜି ଆମେ ଆପଣଙ୍କୁ କିଛି ଏମିତି ହିଁ ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାର ସେବନ କରି ଆପଣ ଇନ୍ସୁଲିନର ଲେବୁଲକୁ କଣ୍ଟ୍ରୋଲରେ ରଖି ପାରିବେ ।

୧. ହଳଦୀ :

ହଳଦୀକୁ ସବୁବେଳ ରୋଷେଇ କରିବା ସମୟରେ ବ୍ୟବହାର କରାଯାଇଥାଏ । ଯଦି କୌଣସି ବ୍ୟକ୍ତିକୁ ଟାଇପ ୨ର ଡାୟବିଟୀଜ ଅଛି । ତେବେ ତାକୁ ହଳଦୀର ସେବନ କରିବା ଉଚିତ । ହଲଦିରେ କରକ୍ୟୁମିନ ନାମକ ସକ୍ରିୟ ଘଟକ ଥାଏ । ଯାହା ଡାୟବିଟୀଜକୁ କମ କରିବାରେ ସାହାର୍ଯ୍ୟ କରିଥାଏ ।

୨. ମେଥି :

ମେଥିକୁ ଆଯୁର୍ବେଦିକ ଔଷଧ ବି କୁହାଯାଏ । ମେଥିର ସେବନ ଡାୟବିଟୀଜର ରୋଗୀମାନଙ୍କ ପାଇଁ ଲାଭଦାୟକ ହୋଇଥାଏ । ମେଥି ପାଉଡରକୁ ସକାଳେ ଖାଲି ଗରମ ପାଣି ସହିତ ସେବନ କରିବା ଦ୍ଵାରା ସୁଗାରକୁ କଣ୍ଟ୍ରୋଲ କରା ଯାଇ ପାରିବ । ଏହା ସହିତ ଶରୀରରେ ଇନ୍ସୁଲିନର ମାତ୍ରା ବି ବଢିଥାଏ ।

୩. ବେରୀ :

ବେରୀର ସେବନ ଡାୟବିଟୀଜର ରୋଗୀମାନଙ୍କ ପାଇଁ ଭଲ ହୋଇଥାଏ । ବେରୀରେ ସୁଗାରର ସ୍ତର ସାମାନ୍ୟ ରହିଥାଏ ଓ ଇନ୍ସୁଲିନର ଲେବୁଲ ବି ସଠିକ ରହିଥାଏ ।

୪. ମିସ୍ସୀ ରୁଟି :

ଡାୟବିଟୀଜ ରୋଗୀମାନଙ୍କ ପାଇଁ ଗହମର ରୋଟି ଭଲ ହୋଇ ନ ଥାଏ । ତାଙ୍କୁ ବୁଟ ଡାଲିର ଅଟାର ରୁଟି ସେବନ କରିବା ଉଚିତ । ଏହା ଦ୍ଵାରା ସୁଗାର କଣ୍ଟ୍ରୋଲରେ ରହିଥାଏ । ବୁଟ ଡାଲି ଅଟାରେ ଗ୍ଲିସେମିକ ଇଂଡେକ୍ସ ୭୦ ହୋଇଥାଏ ଓ ଯେତେବେଳେ କି ଗହମ ଅଟାରେ ଗ୍ଲିସେମିକ ଇଂଡେକ୍ସ ୧୦୦ ହୋଇଥାଏ ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।