ହିନ୍ଦୁ ଧର୍ମରେ ସବୁଦିନର ନିଜସ୍ୱ ମହତ୍ଵ ଥାଏ । ଶାସ୍ତ୍ରରେ ଅନୁସାରେ ଗୁରୁବାରକୁ ଧନ ଓ ସମୃଦ୍ଧିର ବୁଦ୍ଧି ପାଇଁ ଖାସ ରୂପରେ ପାଳନ କରାଯାଏ । ଏହା ସହିତ ଭାଗବାନ ବିଷ୍ଣୁଙ୍କ ଆରାଧନା ପାଇଁ ଗୁରୁବାର ଦିନକୁ ସର୍ବୋତମ ବି କୁହାଯାଏ । ଗୁରୁବାର ଦିନ ଲକ୍ଷ୍ମୀ ନାରାୟଣ ପୂଜା କରିବା ଦ୍ଵାରା ଜୀବନରେ ଖୁସି ଆସିଥାଏ । ଏହା ସହିତ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଦୂରତା ବି ଆସି ନ ଥାଏ । ଧନର ବୃଦ୍ଧି ବି ହେଇଥାଏ ।
ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ପୂଜା ଅର୍ଚନା କରିବାର ବିଶେଷ ରୂପରେ ବିଧି ବିଧାନ ବି ଅଛି । ଏହି ଦିନରେ ଯଦି ଆପଣ ଭଗବାନ ବିଷ୍ଣୁଙ୍କ ବିଧି ବିଧାନ ପୂର୍ବକ ପୂଜା କରୁଛନ୍ତି ତେବେ ଆପଣଙ୍କୁ ଜୀବନରେ ସମସ୍ତ ସୁଖ ପ୍ରାପ୍ତି ବି ହେବ । ଭଗବାନ ବିଷ୍ଣୁଙ୍କୁ ଜଗତର ପାଳନ କର୍ତା ବି କୁହାଯାଏ । ଆପଣଙ୍କୁ କହିଦେଉଛୁ କି ଗୁରୁ ଏକ ମହତ୍ଵପୂର୍ଣ ଗ୍ରହ ଅଟେ ଓ ବୃହସ୍ପତିଙ୍କୁ ଦେବତାମାନଙ୍କ ଗୁରୁ ବି କୁହାଯାଏ ।
କହିବାକୁ ଗଲେ ଜୀବନରେ ବହୁତ୍ଵ ସମସ୍ୟା ଆସିଥାଏ ଓ ବେଳେ ବେଳେ ଆମେ ତାହାର କିଛି ସମାଧାନ ବାହର କରି ପାରି ନ ଥାଉ । କିଛି ସମସ୍ୟା ଯେମିତି କି କଠିନ ପରିଶ୍ରମ କରିବା ସତ୍ବେ ବି ତାହାର ଫଳ ମିଳେ ନାହିଁ । ଉଚିତ ଜୀବନସାଥୀ ମିଳେ ନାହିଁ । ଘରେଲୁ ସମସ୍ୟା, ମାନସିକ ଚିନ୍ତା ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗୁରୁବାର ଦିନ ପୂଜା କରିବା ଉଚିତ । ଏତିକି ନୁହେଁ ଯଦି ଜାତକରେ ଗୁରୁ ଖରାପ ସ୍ଥିତିରେ ଅଛି ତେବେ ମନୁଷ୍ୟ ନିଜ ଜୀବନରେ କେବେ ବି ଉନ୍ନତି କରି ପାରିବ ନାହିଁ ।
ଗୁରୁକୁ ଧନ, ବୈବାହିକ ଜୀବନ ଓ ସନ୍ତାନ କାରକ ବି କୁହାଯାଏ । ଗୁରୁବାର ଦିନ କେସର, ହଳଦିଆ ଚନ୍ଦନ କିମ୍ବା ହଳଦୀ ଦାନ କରିବା ବହୁତ ଶୁଭ ହୋଇଥାଏ । ଏହିଭଳି କରିବା ଦ୍ଵାରା ଗୁରୁ ମଜବୁତ ହୋଇଥାଏ । ଯାହା ଦ୍ଵାରା ଆରୋଗ୍ୟ ଓ ସୁଖର ବୃଦ୍ଧି ହୋଇଥାଏ । ଏହା ସହିତ ଘରେ ସୁଖ ଶାନ୍ତି ବି ଆସିଥାଏ । ଯଦି ଆପଣ ଏହି ଜିନିଷ ଗୁଡିକର ଦାନ କରି ପାରୁ ନାହାନ୍ତି ତେବେ ଏହାକୁ ଟିକା ରୂପରେ ବି ବ୍ୟବହାର କରି ପାରିବେ ।
ଧର୍ମ ଶାସ୍ତ୍ରରେ ଗୁରୁବାର ଦିନ ବୃହସ୍ପତି ଦେବତାଙ୍କ ଆର୍ଧନାର ବିଭିନ୍ନ ନିୟମ ବିଷୟରେ କୁହା ଯାଇଛି । ଯାହାକୁ କରିବା ଦ୍ଵାରା ଆପଣଙ୍କ ଜାତକର ବୃହସ୍ପତି ମଜବୁତ ହୋଇଥାଏ ଓ ସମସ୍ତ କାର୍ଯ୍ୟ ବି ହୋଇଯିବ । ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦରେ ସମସ୍ତ ସମସ୍ୟାରୁ ମୁକ୍ତି ବି ମିଳିଯିବ । ଯଦି ଭାଗ୍ୟ ସାଥ ଦେଉ ନାହିଁ କିମ୍ବା କୌଣସି ସମସ୍ୟା ଚାଲୁ ଅଛି ତେବେ ଗୁରୁବାର ଦିନ କିଛି ସହଜ ଉପାୟ କରିବା ଦ୍ଵାରା ଆପଣନାକ ଭାଗ୍ୟ ବଦଳି ପାରିବ ।
ଏହି ଦିନରେ ଯଦି ଆପଣ କିଛି ଉପାୟ କରୁଛନ୍ତି ତେବେ ଆପଣଙ୍କ ଜୀବନରେ କୌଣସି ପ୍ରକାରର ସମସ୍ୟା ହେବ ନାହିଁ । ତେବେ ଚାଳନ୍ତୁ ଜାଣିବା ଗୁରୁବାର ଦିନର ସେହି ଉପାୟ ବିଷୟରେ ।
ବ୍ରମ୍ହ ମୁହୂର୍ତରେ ଉଠି ସାନ୍ନ କରନ୍ତୁ । ସ୍ନାନ ସମୟରେ ‘ଓଁ ବୃ ବୃହସ୍ପତେ ନମଃ’ ଜପ କରନ୍ତୁ ।
ଗୁରୁର ସମସ୍ତ ପ୍ରକାରର ଦୋଷ ଦୂର କରିବା ପାଇଁ ଆପଣ ଗୁରୁବାର ଦିନ ସ୍ନାନ କରିବା ପାଣିରେ ଅଳ୍ପ ହଳଦୀ ମିଶ୍ରଣ କରି ସ୍ନାନ କରନ୍ତୁ । ଏହା ସହିତ ସ୍ନାନ ସମୟରେ ‘ଓଁ ନମୋ ଭଗବତେ ବାସୁଦେବାୟ’ ମନ୍ତ୍ରର ଉଚରଣ କରନ୍ତୁ ।
ଗୁରୁବାର ଦିନ ବ୍ରତ ରଖନ୍ତୁ । କଦଳୀ ଗଛରେ ପାଣି ଦେଇ ପୂଜା କରନ୍ତୁ । ଏହିଭଳି କରିବା ଦ୍ୱାରା ବିବାହରେ ଆସୁଥିବା ସମସ୍ତ ସମସ୍ୟାର ସମାଧାନ ହୋଇଯିବ ।
ସାନ୍ନ ପରେ ହଳଦୀ ରଙ୍ଗର ପାଟ ବସ୍ତ୍ର ଧାରଣ କରନତୁ । ଏହା ପରେ ଭଗବାନ ବିଷୁଙ୍କ ପ୍ରତିମା କିମ୍ବା ଫଟୋରେ ଘିଅର ଦୀପ ପ୍ରଜ୍ଵଳିତ କରନ୍ତୁ । ଏହା ସହିତ ହଳଦିଆ ରଙ୍ଗର ଫୁଲ ସହିତ ତୁଲସୀ ପାତ୍ର ଅର୍ପଣ କରନ୍ତୁ ।
ମୁଣ୍ଡରେ ହଳଦୀ, ଚନ୍ଦନ ଓ କେସର ଟିକା ଲଗାନ୍ତୁ । ଏହି ଦିନରେ ସକାଳ ସମୟରେ ବୁଟ ଡାଲି ଓ ଅଳ୍ପ ଗୁଡକୁ ଘରର ମୁଖ୍ୟ ଦ୍ଵାରରେ ରଖନ୍ତୁ । ଯଦି ଆପଣ ଗୁରୁବାର ଦିନ ବ୍ରତ ରଖୁଛନ୍ତି ତେବେ ସତ୍ୟନାରାୟଣଙ୍କ ବ୍ରତ କଥା ନିଷ୍କିତ ଶୁଣନ୍ତୁ ଓ ପଢନ୍ତୁ ।
ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।