ଭାରତରେ ଚାଇନିଜ ଆପ ଗୁଡିକର ଚାହିଦା ଖୁବ ଅଧିକ ବଢ଼ିବାରେ ଲାଗି ଯାଇଥିଲା । ଭାରତୀୟ ମାନେ ଖାସ କରି ଚାଇନିଜ ଆପ ଟିକଟକ ପଛରେ ଖୁବ ପାଗଳ ହୋଇଯାଇଥିଲେ । ଏମିତି ବି ଲୋକ ଏହି ଆପ ଚାଲିଯିବା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସ୍ମାର୍ଟଫୋନରୁ ଚାଇନିଜ୍ ଆପ୍ ହଟାଇବା ଏବଂ ଚାଇନାର ଉତ୍ପାଦକୁ ବୟକଟ୍ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଭୋକାଲ୍ ଫର୍ ଲୋକାଲ୍’ ପଦକ୍ଷେପ ଦ୍ୱାରା ପ୍ରଜ୍ୱଳିତ ହୋଇଥିଲା ।
ଏହା ଦ୍ୱାରା ଚୀନ୍ ରୁ ତିଆରି ଆପରୁ ମୁକ୍ତି ପାଇବାକୁ ଏବଂ ଅନ୍ୟ ବିକଳ୍ପ ପାଇଁ ‘ଚାଇନା ଆପ୍ ଅପସାରଣ’ ଆପ୍ ଆସିଲା । ଏହି ଆପ ଚାଇନିଜ ଆପ୍ କୁ ଖୋଜି ଡ଼ିଲିଟ କରିବାରେ ସହାୟକ ହେଉଥିଲା । ତେବେ ଏହି ଚାଇନିଜ ଆପ ଗୁଡିକ ର ବିକଳ୍ପ ମଧ୍ୟ ପ୍ଲେ ଷ୍ଟୋର ରେ ରହିଛି । ଭାରତ ର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ବିପଦ ଥିବାରୁ ଏହି 59 ଆପ କୁ ଭାରତରେ ପ୍ଲେ ଷ୍ଟୋର ରୁ ହଟେଇ ଦିଆ ଯାଇଛି । ଏହି ଆପ ଗୁଡିକ ଭାରତରୁ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ ।
ଏକୁଟିଆ ଟିକ ଟକ ଦିନକୁ ବେରୋଜଗାର ଲୋକ ଙ୍କ ଠାରୁ ଏକ କୋଟି ଟଙ୍କା କମେଇ ଦେଉଥିଲା । ଏହି ପଇସା ସବୁ ଯାଉଥିଲା ଚୀନ ପାଖକୁ ଏବଂ ସେହି ପଇସା ରେ ଅସ୍ତ୍ର ଶାସ୍ତ୍ର କିଣି, ଭାରତ ସହ ଯୁଦ୍ଧ କରିବ ଚୀନ । ଏହା ଛଡା ଏହି ଆପ ଗୁଡିକ ବ୍ୟାନ ହେଲା ପରେ ପ୍ରାୟ 50 ହଜାର ଚାଇନିଜ ନାଗରିକ ତାଙ୍କ ଚାକିରୀ ହରାଇଛନ୍ତି ।
ଯଦିଓ, ଆପ୍ ଏହାର ଲଞ୍ଚ ହେବାର କିଛି ଦିନ ପରେ ଗୁଗୁଲ୍ ପ୍ଲେ ଷ୍ଟୋରରୁ କାଢ଼ି ଦିଆଯାଇଥିଲା ଏବଂ ବର୍ତ୍ତମାନ, ଯଦି ଆପଣ ଚାଇନିଜ ଆପ ବର୍ଜନ କୁ ସମର୍ଥନ କରନ୍ତି ତେବେ ଆପଣଙ୍କୁ ଚାଇନିଜ୍ ଆପ୍ ମାନୁଆଲୀ ଅପସାରଣ କରିବାକୁ ପଡିବ । ଅତୀତର ଘଟଣାଗୁଡ଼ିକ ମଧ୍ୟ ଦାବି କରେ ଯେ ଚାଇନିଜ୍ ଆପ୍ ଚାଇନିଜ୍ ସର୍ଭର ସହିତ ଉପଭୋକ୍ତା ଙ୍କ ତଥ୍ୟ ଚୋରାଇବା ପାଇଁ ଦାୟୀ, ତେଣୁ ଏହା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସମସ୍ୟା ସୃଷ୍ଟି କରେ । ଚୀନ ଚାହିଁଲେ ଭାରତ ଭଳି ଦେଶରେ ଆରାମ ସେ ଦଙ୍ଗା ସୃଷ୍ଟି କରି ଦେଶ କୁ ଖରାପ ପରିସ୍ଥିତି ରେ ପକାଇ ପାରିବ ।
ଯୁଦ୍ଧ ସମୟରେ ମଧ୍ୟ ଦେଶର ଆଭ୍ୟନ୍ତରୀଣ ସ୍ଥିତି ଖରାପ କରି ଚାଇନା ଯୁଦ୍ଧ କୁ ସହଜରେ ଜିତି ପାରିବ । ତେବେ ଆସନ୍ତୁ ଜାଣିବା ଅଧିକ ଲୋକପ୍ରିୟ ଚାଇନିଜ ଆପ ବଦଳରେ ଆପଣ ଅନ୍ୟ କେଉଁ ଆପ ବ୍ୟବହାର କରି ପାରିବେ । ଆମେ ଆଶା କରୁଛୁ ନିମ୍ନ ଲିଖିତ ଆପ ଗୁଡ଼ିକ ଆପଣଙ୍କ ସ୍ମାର୍ଟଫୋନରେ ଚାଇନିଜ୍ ଆପ୍ ଗୁଡ଼ିକୁ ସହଜରେ ବଦଳାଇବାରେ ସାହାଯ୍ୟ କରିବ । ଚାଇନିଜ ଆପ ବର୍ଜ୍ଜନ ପାଇଁ ଆମ ସଭିଙ୍କୁ ଏକାଠି ହେବାକୁ ପଡ଼ିବ କାରଣ ଏହା ଦେଶର ସୁରକ୍ଷାର ପ୍ରଶ୍ନ ଅଟେ ।
1. ବୋଲୋ ଇଣ୍ଡିଆ, ରୋପୋସୋ: ଚିଙ୍ଗରି, ଲିଟଲାଟ ଆପ ଗୁଡିକ ଟିକଟକ ପାଇଁ ବିକଳ୍ପ
2. PUBG ମୋବାଇଲ୍ ପାଇଁ ବିକଳ୍ପ ହେଉଛି କଲ୍ ଅଫ୍ ଡ୍ୟୁଟି, ଗାରେନା ଫ୍ରି ଫାୟାର ।
3. ଶେୟାର ଚାଟ୍ ହେଉଛି ହେଲୋ ପାଇଁ ବିକଳ୍ପ
4. ଗୁଗୁଲ ଦ୍ୱାରା ଫାଇଲଗୁଡିକ ହେଉଛି ShareIt, Xender ପାଇଁ ବିକଳ୍ପ
5. ଗୁଗୁଲ୍ କ୍ରୋମ୍ ହେଉଛି UC ବ୍ରାଉଜର୍ ପାଇଁ ବିକଳ୍ପ ।
6. ଆଡୋବ୍ ସ୍କାନ୍, ମାଇକ୍ରୋସଫ୍ଟ ଲେନ୍ସ ହେଉଛି କ୍ୟାମସ୍କାନର୍ ପାଇଁ ବିକଳ୍ପ ।
7. B612 ବିୟୁଟି ଏବଂ ଫିଲ୍ଟର୍ କ୍ୟାମେରା, କ୍ୟାଣ୍ଡି କ୍ୟାମେରା ହେଉଛି ବିୟୁଟି ପ୍ଲସ୍ ପାଇଁ ବିକଳ୍ପ ।
8. ଫ୍ଲିପକାର୍ଟ, ଆମାଜନ ଇଣ୍ଡିଆ, କୋଭସ୍ ହେଉଛି କ୍ଲବ ଫ୍ୟାକ୍ଟ୍ରି ପାଇଁ ବିକଳ୍ପ, ଏବଂ ଶେନ୍ ଆପ ପାଇଁ ମଧ୍ୟ ।
9. ନର୍ଟନ୍ ଆପ୍ ଲକ୍: ଆପ୍ ଲକ୍ ପାଇଁ ବିକଳ୍ପ ।
10. କାଇନ୍ ମାଷ୍ଟର, ଆଡୋବ୍ ପ୍ରିମିୟର୍ ହେଉଛି ଭିଭା ଭିଡ଼ିଓ ପାଇଁ ବିକଳ୍ପ ।
11. ପେରିସ୍କୋପ୍ ଆପ ହେଉଛି ଲାଇଭ୍ ମେ, କ୍ୱାଇ ପାଇଁ ବିକଳ୍ପ ।
12. ଗୁଗୁଲ୍ ନ୍ୟୁଜ୍: UC ନ୍ୟୁଜ୍ ପାଇଁ ବିକଳ୍ପ ।
13. ଆପ୍ କ୍ଲୋନର୍: ପରେଲଲ ସ୍ପେସ ପାଇଁ ବିକଳ୍ପ ।
ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।