ଏବେ ଭାରତକୁ ସହାୟତା କଲା ଏହି ଦେଶ, ଚୀନ ସହ ଲଢ଼ିବା ପାଇଁ ଦେଲା ଏହି ଯୁଦ୍ଧାସ୍ତ୍ର

ଭାରତକୁ ସହାୟତା କରିବା ପାଇଁ ଏବେ ମିତ୍ରତାର ହାତ ବଢାଇଛି ଏହି ଦେଶ, ଭାରତକୁ ଦେଇଛି ବ୍ରହ୍ମାସ୍ତ୍ର । ଏବେ ଭାରତ ଆଉ ଚୀନ ସମୁଖରେ ମୁଣ୍ଡ ନୂଆଇବ ନାହିଁ କି ଚୀନ ଭାରତକୁ ଆଉ ନାଲି ଆଖି ଦେଖାଇବ ନାହିଁ । କାରଣ ଏହି ବ୍ରହ୍ମାସ୍ତ୍ର ବହୁତ କମ ଦେଶ ମାନଙ୍କ ପାଖରେ ଅଛି । ଭାରତ ଭଳି ଦେଶ ସହିତ ଯୁଦ୍ଧ କରିବା ପୂର୍ବରୁ ଏବେ ଚୀନ 100 ଥର ଚିନ୍ତା କରିବ । ତେବେ ଏହି ମିତ୍ର ଦେଶର ନାମ ହେଉଛି ଫ୍ରାନ୍ସ ।

ଫ୍ରାନ୍ସ ଭାରତକୁ ଦେଇଛି ରାଫେଲ ବିମାନ ଭାରତକୁ ଜୁଲାଇ ମାସ ସୁଧା 6 ଟି ରାଫେଲ ଫ୍ରାନ୍ସ ପକ୍ଷରୁ ମିଳିଯିବ, ଏଥିସହ ଆଶା କରାଯାଉଛି କି ଏଫଓଏସ କ୍ଲିଅରାନ୍ସ ମିଳିଯିବା ପରେ କିଛି ଅତ୍ୟଧିକ ରାଫେଲ ଭାରତକୁ ଫ୍ରାନ୍ସ ପ୍ରଦାନ କରିବ । ଦେଶପାଇଁ ଶୁଭଖବର ହେଉଛି ଯେଉଁ ରାଫେଲ ଆମକୁ କିଛିମାସ ପରେ ମିଳିବାକୁ ଥିଲା ତାହା ବର୍ତ୍ତମାନ ସମୟରେ ସୂଚିତ ହୋଇସାରିଛି ଓ ଫ୍ରାନ୍ସ ଭାରତକୁ ଅଡିସନାଲ ରାଫେଲ ଦେବାକୁ ରାଜି ହୋଇଯାଇଛି ।

ଆପଣଙ୍କ ମନରେ କିନ୍ତୁ ଗୋଟିଏ କଥା ଆସୁଥିବ କି ଫ୍ରାନ୍ସ କେତେ ପରିମାଣର ରାଫେଲ ଭାରତକୁ ପ୍ରଦାନ କରିବ ? ଆପଣଙ୍କୁ ଏହି ବିଷୟରେ ମଧ୍ୟ ଜଣାଇଦେବାକୁ ଚାହୁଁଛୁ କି ସମୁଦାୟ 8ଟି ରାଫେଲ ଫ୍ରାନ୍ସ ଭାରତକୁ ପଠାଇବ ଓ କିଛି ରାଫେଲ ଅଛି ଯାହାକି ଅନୁମୋଦନ ନମିଳିବା ପର୍ଯ୍ୟନ୍ତ ଫ୍ରାନ୍ସ ଅନ୍ୟ ରାଫେଲ ଗୁଡିକୁ ଭାରତକୁ ସପ୍ଲାଏ କରିପାରିବ ନାହିଁ ।

ରାଫେଲ ମିଳିଯିବାପରେ ଭାରତ ଆହୁରି ଶକ୍ତିଶାଳୀ ହୋଇଯିବ ଓ ଚୀନର ସମ୍ପୁର୍ଣ ଭାବରେ ମୁକାବିଲା କରିବ । ରିପୋର୍ଟ ଅନୁଯାୟୀ ସେନାଧକ୍ଷ କହିଛନ୍ତି କି ଆମେ କୌଣସି ମତରେ ଏହି ବିବାଦକୁ ବଢାଇବାକୁ ଚାହୁଁନାହୁଁ କି ଚୀନ ଆଗରେ ମୁଣ୍ଡ ମଧ୍ୟ ନୂଆଁଇବୁ ନାହିଁ । କାରଣ ସୀମାରେ ଭାରତୀୟ ଟ୍ୟାଙ୍କ ଓ ସୈନ୍ୟ ଚୀନଠାରୁ ଭଲ ପୋଜିସନରେ ରହିଛନ୍ତି ଓ ଭାରତ ଏହି ସମୟରେ 1962 ମସିହା ଭଳି ଭୁଲ କରିବ ନାହିଁ । କାରଣ 1962 ମସିହାରେ ଭାରତର ଏୟାରଫୋର୍ସ ବହୁତ ସବଳ ଥିଲା କିନ୍ତୁ ରଣନୀତି ରେ ଭୁଲ ପଦକ୍ଷେପ କାରଣରୁ ଏହି ଭୁଲମାନ ହୋଇଥିଲା ।

ଏହା ଉପରେ ଫ୍ରାନ୍ସ ସୂଚନା ଦେଇଛି କି ଫ୍ରାନ୍ସରୁ ସିଧା ରାଫେଲ ଭାରତକୁ ଆସିବ । ଏହା ପୂର୍ବରୁ କୁହାଯାଉଥିଲା କି ଫ୍ରାନ୍ସରୁ କତାର ଓ ପରେ ଇଣ୍ଡିଆକୁ ଏହି ରାଫେଲ ଆସିବ । କାରଣ ବାଟରେ ଆସିବା ସମୟରେ ଫୁଏଲ ଆବଶ୍ୟକତା ହୋଇଥାଏ କିନ୍ତୁ ଭାରତ କହିଛି ଯେ ଯେତେ ଶିଘ୍ର ସମ୍ଭବ ଆମକୁ ରାଫେଲ ଆବଶ୍ୟକ କାରଣ ସୀମାରେ ଚାଇନା ଯେଉଁଭଳି ଭାବରେ ହରକତ କରୁଛି ଓ ଦେଶରେ ଯେଉଁଭଳି ଭାବରେ କରୋନା ପରିସ୍ଥିତି ଲାଗିରହିଛି, କୌଣସି ବି ସମୟରେ ଯୁଦ୍ଧ ହୋଇଯାଇପାରେ ସେଥିପାଇଁ ଭାରତ ଯଥାଶୀଘ୍ର ସମ୍ଭବ ଫ୍ରାନ୍ସରୁ ରାଫେଲ ଆଣିବାପାଇଁ ଚେଷ୍ଟା ଜାରିରହିଛି ।

ଫ୍ରାନ୍ସ ଭଳି ରୁଷ ମଧ୍ୟ ଭାରତକୁ ସାହାର୍ଯ୍ୟ କରିବାପାଇଁ ଆଗେଇ ଆସିଛି । ରୁଷ ସହ ଭାରତର ବୁଝାମଣା ହୋଇଛି କି ରକ୍ଷା ବିଭାଗ ପାଇଁ ରୁଷ ଭାରତକୁ ଏଫ400 ଦେବାସହ କିଛି ହେଲିକେପ୍ଟର ଓ କିଛି ଆକ୍ରମଣକାରୀ ଜିନିଷ ଦେବାପାଇଁ କହିଛି, ରୁଷ ଯଥାଶୀଘ୍ର ସମ୍ଭବ ଭାରତକୁ ଏହି ଯୁଦ୍ଧ ଜିନିଷ ଯୋଗାଇବ ବୋଲି କହିଛି । ସେ ପଟେ ରୁଷ ଭାରତକୁ ଆଶ୍ବସ୍ଥି ରହିବା ପାଇଁ ଆଶ୍ୱାସନା ଦେଇଛି ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।