ଚୀନର ପଡ଼ୋଶୀ ଦେଶ ହୋଇ ମଧ୍ୟ ଜାପାନରେ ବ୍ୟାପିଲା ନାହିଁ କରୋନା, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ଜାପାନ ଏକ ଶକ୍ତିଶାଳୀ ରାଷ୍ଟ୍ର ଅଟେ । ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟରେ ସର୍ବଦା ଏକ ପାଦ ଆଗରେ ଅଟେ ଜାପାନ । ଭାରତ ସହ ମିତ୍ରତା ସମ୍ପର୍କ ବହୁ ପୂର୍ବରୁ ରହିଛି ଜାପାନର । କିନ୍ତୁ ଏହି ଦେଶରେ କରୋନା ଏତେ ବିଶେଷ କ୍ଷତି କରି ପାରିଲା ନାହିଁ । ଚୀନର ପାଖ ଦେଶ ହୋଇ ମଧ୍ୟ ଏଠି କରୋନା କେସ୍ ଜିରୋ । କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଦେଶ ନା କରିଥିଲା ଲକଡାଉନ ନା କରିଥିଲା କୌଣସି ଗମନାଗମନ ଉପରେ ପ୍ରତିବନ୍ଧକ, ଏହା ପରେ ବି ଜାପାନ ବିଜୟ ପାଇଛି କରୋନା ମହାମାରି ଉପରେ,ଆସନ୍ତୁ ଜାଣିବା ଏହା କିପରି ହେଲା ।

କରୋନା ମହାମାରି ଏବେ ପୁରା ଦୁନିଆରେ ନିଜ କାୟା ବିସ୍ତାର କରିଚାଲିଛି । କିନ୍ତୁ ଏଭଳି ସମୟରେ ସମୟରେ ଜାପାନ ଏହି ରୋଗରୁ ଜିତି ପାରିଛି । ନା କରିଥିଲା ଲକଡାଉନ ନା କରିଥିଲା କୌଣସି ଗମନାଗମନ ଉପରେ ପ୍ରତିବନ୍ଧକ ଥିଲା ,କୌଣସି ଦୋକାନ ବଜାର ବି ବନ୍ଦ କରିନଥିଲା । ଖାଲି ଏତିକି ନୁହଁ ଜାପାନରେ ଖାଇବା ଦୋକାନ ଓ ସେଳୁନ ମଧ୍ୟ ଖୋଲା ଥିଲା ।

ଏହା ପରେ ବି ସେ ଏହି ମହାମାରି ଉପରେ ବିଜୟ ପ୍ରାପ୍ତ କରି ପାରିଛି । ଯେଉଁଠି ଅନେକ ଶକ୍ତିଶାଳୀ ଦେଶ ମାନଙ୍କରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଛି ସେଇଠି ଜାପାନ ରେ ଜମାରୁ ୮୦୮ ଲୋକ ଙ୍କ ମୃତ୍ୟୁ ଘଟିଛି । ଜାପାନ ଏପରି ଏକ ଦେଶ ଯେଉଁଠି ସିଡିସି ର କୌଣସି ରୋଗ ନିୟନ୍ତ୍ରଣ କେନ୍ଦ୍ର ନଥିଲା । ଏହା ପରେ ବି ଏହି ଦେଶ କରୋନା ଲଢେଇରେ ସଫଳ ହୋଇଛି ।

କାହିଁକି କରୋନା ଅଧିକ ବ୍ୟାପି ପାରିଲା ନାହିଁ ଜାପାନରେ ? କିପରି ଜାପାନ ରେ ଏପରି ସମ୍ଭବ ହେଲା ?

ଜନସାଧାରଣ ଙ୍କ ସାବଧାନତା-

ମାସ୍କ ପିନ୍ଦିବା ଏମାନଙ୍କ ଙ୍କର ଜୀବନଶୈଳୀ ର ଏକ ଅଂଶ । ଏହି ମାସ୍କ ପିନ୍ଦିବା ଅଭ୍ୟାସ ଏବେ ସେମାନଙ୍କ ପାଇଁ କୌଣସି ବରଦାନ ରୁ କମ ନୁହଁ । ଜାପାନରେ ବହୁତ କମ ମୋଟା ଲୋକ ଦେଖିବାକୁ ମିଳିଥାନ୍ତି । ସେମାନ ଙ୍କ କଥା କହିବା ଢଙ୍ଗ ଏପରି ଯେ ସେମାନଙ୍କ ମୁହଁରୁ ଲାଳ ବାହାରି ନଥାଏ । ଏହା ଛଡା ଜାପାନ ରେ ପ୍ରଥମ ସଂକ୍ରମଣ ବାହାରିବା ପରେ ଦେଶରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ କରି ଦିଆଯାଇଥିଲା । ଜାପାନରେ ୫୦ ହଜାରରୁ ଅଧିକ ପ୍ରଶିକ୍ଷିତ ସ୍ଵାସ୍ଥ୍ୟକର୍ମୀ ଅଛନ୍ତି ।

ସମସ୍ତଙ୍କୁ ୨୦୧୮ ରେ ଇନଫ୍ଲୁଏଞ୍ଜା ଓ ତପେଦିକ ପାଇଁ ବିଶେଷ ରୂପେ ପ୍ରଶିକ୍ଷିତ କରା ଯାଇଥିଲା । ଯେବେ ଜାନୁଆରୀ ରେ ଜାପାନ ରେ ପ୍ରଥମ ସଂକ୍ରମଣ ବାହାରିଲା ଏମାନଙ୍କୁ ତତ୍କାଳୀନ କାମରେ ଲଗାଇ ଦିଆଯାଇଥିଲା । ସେମାନେ ସମସ୍ତେ ନିଜ ଭୂମିକା ପାଳନ କରିଥିଲେ । ସେମାନେ କ୍ଲବ କିମ୍ବା ମେଡ଼ିକାଲ ଉପରେ ଅଧିକ ଆଖି ରଖିଥିଲେ ।

କଡା ପଦକ୍ଷେପ ଗ୍ରହଣ –

ଫେବୃଆରୀରେ ଯେବେ ଡାଇମଣ୍ଡ କ୍ରୁଜ୍ ସିପ୍‌ରେ ସଂକ୍ରମଣ ମାମଲା ସାମ୍ନାକୁ ଆସିଲା, ଜାପାନ ଅନ୍ତରାଷ୍ଟ୍ରୀୟସ୍ତରରେ ସମାଲୋଚନାର ଶିକାର ହେବାକୁ ପଡିଥିଲା, ଏହି ଘଟଣା ପରେ ସବୁ ବଦଳିଯାଇଥିଲା । ଏପ୍ରିଲ ରେ ଅଧିକ ସଂକ୍ରମଣ ହେବାରୁ ଜରୁରି କାଳୀନ ପରିସ୍ଥିତି ଲାଗୁକରା ଯାଇଥିଲା । ଏବେ ଜାପାନ ରେ ପ୍ରତିଦିନ ସଂକ୍ରମଣ ଙ୍କ ସଂଖ୍ୟା ୫୦ ରୁ କମ ଜଣାପଡିବାରୁ ସରକାର ଜରୁରୀକାଳୀନ ପରିସ୍ଥିତି ହଟାଇବାକୁ ଲାଗିଛନ୍ତି ।

ଅଧିକ ସାବଧାନତା ପାଳନ –

ସରକାରଙ୍କ ପରାମର୍ଶଦାତା ଓ ମହାମାରୀ ମାମଲାର ବିଶେଷଜ୍ଞ ଶିଗୁ ଓମି କହିଛନ୍ତି ଜାପାନ ର ଲୋକ ନିଜ ସ୍ୱାସ୍ଥ୍ୟ ପ୍ରତି ସବୁ ବେଳେ ସାବଧାନତା ଅବଲମ୍ବନ କରିଥାନ୍ତି । ଆଗରୁ ମଧ୍ୟ ଏହି ଭଳି ଭାଇରସ ଦେଖାଯାଇଥିବାରୁ ଲୋକ ଏହା ପାଇଁ ପ୍ରସ୍ତୁତ ଅଛନ୍ତି । ଏହି ସବୁ କାରଣରୁ ଜାପାନ ଏହି ମହାମାରି ଉପରେ ବିଜୟ ପ୍ରାପ୍ତ କରି ପାରିଛି ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।