କହିବାକୁ ଗଲେ ସମସ୍ତ ଚନ୍ଦା ମାମୁଁଙ୍କ କାହାଣୀ ଶୁଣି ବଡ ହୋଇଛନ୍ତି ଓ ସମସ୍ତେ ଜାଣିଛନ୍ତି କି ଆମ ପୃଥିବୀର ଗୋଟିଏ ଚନ୍ଦ୍ରମା ଅଛି । କିନ୍ତୁ ପାଖାପାଖି ୫୦ ବର୍ଷରୁ ବି ଅଧିକ ବର୍ଷ ପର୍ଯ୍ୟନ୍ତ ରିସର୍ଚ ପରେ ବୈଜ୍ଞାନୀମାନଙ୍କୁ ପୃଥିବୀ ପାଖରେ ଅନ୍ୟ ଦୁଇଟି ଚନ୍ଦ୍ରମା ନଜର ଆସିଛି । କିନ୍ତୁ ଏହି ଚନ୍ଦ୍ରମା ପୂରାପୂରି ଧୁଳି ମଧ୍ୟରେ ଅବସ୍ଥିତ ଓ ସାଧରାଣ ଲୋକମାନେ ଏହାକୁ ଦେଖି ପାରିବେ ନାହିଁ ।
ଏହି ରିସର୍ଚ ସର୍ବ ପ୍ରଥେମ ସେପ୍ଟେମ୍ବର ୨୦୧୮ ରେ ଏକ ସାଇନ୍ସ ଜର୍ନଲ Monthly Notices of the Royal Astronomical Societyରେ ଆସିଥିଲା, ଯେଉଁଥିରେ ବୈଜ୍ଞାନିକମାନଙ୍କ କହିବା ଥିଲା କି ପୃଥିବୀ ଆଖପାଖରେ ମୋଟ ତିନୋଟି ଚନ୍ଦ୍ରମା ଅଛି । ୟୁରୋପିୟନ ଦେଶ ହଂଗରୀର ରାଜଧାନୀ ବୁଦାପେସ୍ଟର ସବୁଠୁ ପୁରୁଣା ଓ ମହତ୍ଵପୂର୍ଣ ୟୁନିବର୍ସିଟୀ Eötvös Loránd Universityର ବୈଜ୍ଞାନିକମାନଙ୍କ ଏକ ଟିମ ବହୁତ ସମୟ ହେବ ଏହା ଉପରେ ରିସର୍ଚ କରୁଥିଲେ ।
କହିବାକୁ ଗଲେ ପୃଥିବୀ ଠାରୁ ପାଖପାଖି ୨,୫୦,୦୦୦ ମିଲ ଦୂରରେ କିଛି ରହସ୍ୟମୟୀ ବାଦଲ ଦେଖାଗଲା । ଏହାର ଦୂରତା ସେତିକି ହିଁ ଅଟେ ଯେତିକି ପୃଥିବୀ ଦୂରତା ଚନ୍ଦ୍ରମାର ଅଟେ । ଏହି ରହସ୍ୟମୟୀ ବାଦଲ ଉପରେ ରିସର୍ଚ କରିବା ପରେ ଏହି ଫଳାଫଳ ନଜର ଆସିଲା ।
କେମିତି ହେଲା ଆରମ୍ଭ
ଏହା ପୂର୍ବରୁ ବୈଜ୍ଞାନିକମାନଙ୍କୁ ପୃଥିବୀର ଆଖପାଖରେ କିଛି ନଜର ଆସୁଥିଲା ଓ ଏହି ରହସ୍ୟମୟୀ ବାଦଲ ସର୍ବ ପ୍ରଥେମ ୧୯୬୧ରେ ନଜର ଆସିଲା । ପୋଲାଣ୍ଡ ର ଅନ୍ତରିକ୍ଷବିଜ୍ଞାନୀ Kazimierz Kordylewski ସର୍ବ ପ୍ରଥମେ ଏହି ବାଦଲକୁ ଦେଖିଥିଲେ । କିନ୍ତୁ ସେହି ସମୟରେ ଏହା ସଠିକ ଭାବରେ ଜଣା ନ ଥିଲା କି ଏହା କଣ ଅଟେ । ଏହା ଛଡା କେତେକ ବୈଜ୍ଞାନିକମାନେ ବି ଏହା ଉପରେ ପ୍ରଶ୍ନ ଉଠାଇଥିଲେ ।
ଏହା ପରେ ଏହି ବାଦଲକୁ ଏହି ବୈଜ୍ଞାନିକଙ୍କ ନାମ ଉପରେ Kordylewski ବାଦଲ ରଖା ଗଲା । ହଂଗରୀର ବୈଜ୍ଞାନିକ Judit Slíz-Balogh କୁହନ୍ତି କି ପୃଥିବୀ ଠାରୁ ଠିକ ଚନ୍ଦ୍ରମାର ଆଖପାଖ ହେବା ଓ ଧୁଳି ହେବା କାରଣରୁ ଏହାକୁ ଦେଖିବା ବହୁତ କଷ୍ଟ ଅଟେ । ଏହା ପରେ ଜଣା ପଡିଲା କି ପୃଥିବୀ ପାଖରେ ଚନ୍ଦ୍ରମାର ପାଖରେ ଆଭାସୀ ଉପଗ୍ରହ (pseudo-satellite) ଅଛି ।
କେମିତି ଅଟେ ଏହି ଧୂଳିଭରା ଚନ୍ଦ୍ରମା
ନୂଆ ନିଷ୍କର୍ଷ ଗୁଡିକ ଅନୁସାରେ, Kordylewski ବାଦଲ ପାଖପାଖି ୧୫ ଡିଗ୍ରୀ ଲମ୍ବା – ଚଉଡା ଅଟେ । ଏହାର ବାସ୍ତବିକ ଆକାର ପୃଥିବୀ ଠାରୁ ୯ ଗୁଣା ଠାରୁ ଅଧିକ ବ୍ୟାପିଛି । ବାଦଲ ବହୁତ ବିଶାଳ ଅଟେ । କିନ୍ତୁ ସେଥିରେ ମିଳିଥିବା ଧୁଳି କଣା, ଯାହା ସବୁ ମିଶି ବାଦଲ ହୋଇଛି, ତାହା କେବଳ ଗୋଟିଏ ମାଇକ୍ରୋମୀଟର ପର୍ଯ୍ୟନ୍ତ ଅଛି । ସୂର୍ଯ୍ୟଙ୍କର କିରଣ ଏହା ଠାରୁ ପରିବର୍ତ୍ତିତ ହେବା ଦ୍ଵାରା ଏହା ଠାରୁ ବହୁତ ହାଲୁକା ଚମକ ବାହାରିଥାଏ ।
ଯାହା ଜଲ୍ଦି ନଜର ବି ଆସି ନ ଥାଏ । ବାଦଲର ଏହି ଉପଗ୍ରହ ଏତେ କମ ଚମକଦାର ହୋଇଥାଏ କି ଏହା ଉପରେ ବହୁତ ସମୟ ପର୍ଯ୍ୟନ୍ତ ବୈଜ୍ଞାନିକମାନଙ୍କ ନଜର ହିଁ ଆସି ନାହିଁ । ଜଣେ ବୈଜ୍ଞାନିକ Gábor Horváth କୁହନ୍ତି କି ମଂଦାକିନୀ ଆଲୋକ, ତାରାର ପ୍ରକାଶ, ରାଶି ମଣ୍ଡଳର ପ୍ରକାଶ ଓ ଆକାଶ ନିଜେ ଚମକଦାର ହେବ କାରଣରୁ Kordylewski ବାଦଲକୁ ଖୋଜିବା ସହଜ କଥା ନ ଥିଲା । ବର୍ତ୍ତମାନ ଏହି ଖାସ ଉପଗ୍ରହିୟ କ୍ୟାମେରାରେ ପୋଲେରାଇଜିଂଗ ଫିଲ୍ଟର ଲାଗିବା ପରେ ଶେଷରେ ଅନ୍ତରିକ୍ଷ ବୈଜ୍ଞାନିକମାନଙ୍କୁ ଏହି ବାଦଲ ନଜର ଆସିଲା ।
କେତେକ ଚନ୍ଦ୍ରମା ବାଲା ସିଦ୍ଧାନ୍ତ
ଲମ୍ବା ସମୟରୁ ବୈଜ୍ଞାନିକମାନେ କହୁଛନ୍ତି କି ପୃଥିବୀରେ ଗୋଟିଏରୁ ଅଧିକ ଚନ୍ଦ୍ରମା ହୋଇପାରେ । ଚନ୍ଦ୍ରମାର କାହାଣୀ ହୋଇପାରେ । ଏହା ପରେ ବହୁତ ଅଧ୍ୟୟନ ବି ହୋଇଛି । ଲୈଂଗ୍ରେନ (Lagrange) ପଇଂଟ ନାମ ଦ୍ଵାରା ଜଣା ଯାଉ ଥିବା ଏହା କକ୍ଷୀୟ ଧବ୍ବେ ସେହି ଜାଗା ଅଟେ, ଯେଉଁଠି ପରିକ୍ରମା କରୁଥିବା ଦୁଇଟି ଅବ୍ଜେକ୍ଟ ର ଗୁରୁତ୍ୱାକର୍ଷଣ ସନ୍ତୁଳିତ ହୋଇଥାଏ । ଯେମିତି କି ପୃଥିବୀ ଓ ସୂର୍ଯ୍ୟ ।
ଏହା ଉପରେ ଅବ୍ଜେକ୍ଟ ଅପେକ୍ଷାକୃତ ସ୍ଥିର ହୋଇଥାଏ ଓ ଚନ୍ଦ୍ରମା ଓ ପୃଥିବୀ ଦୁଇଟି ଏକ ସଠିକ ଦୂରତାରେ ରହିଥାନ୍ତି । ବର୍ଷ ୧୯୫୦ରେ ଅନ୍ତରିକ୍ଷ ବୈଜ୍ଞାନିକ Kordylewski ଏହି ଦୁଇଟି ବିନ୍ଦୁକୁ L4 ଓ L5 ନାମ ଦେଇଛନ୍ତି । ଚନ୍ଦ୍ରମାର ଖୋଜ ସମୟରେ ହିଁ ସେ ବାଦଲରେ ଥିବା ଏହି ଉପଗ୍ରହ ଦେଖିଲେ ।
କଣ ମିଳିପାରେ ଲାଭ
ଧୂମକେତୁ, ଉଲ୍କା କିମ୍ବା ରାଶିମଂଡଳ ପର୍ଯ୍ୟନ୍ତ ଆମର ସୌରମଂଡଳ ଅସଲରେ ଏକ ଧୁଳି ଭରା ଜାଗା ଅଟେ । ଗ୍ରହମାନଙ୍କ ମଧ୍ୟରେ ଧୂଳିକଣା ଦେଖିବାକୁ ମିଳିଥାଏ । କିନ୍ତୁ Kordylewski ବାଦଲ ସେତିକି ସ୍ଥିର ନୁହେଁ, ବରଂ ଏମାନଙ୍କ ଆକାରରେ ଲଗାତାର ପରିବର୍ତ୍ତନ ହୋଇଥାଏ । ବୈଜ୍ଞାନିକମାନେ ଆଶା କରୁଛନ୍ତି କି ଏହି ବାଦଲ ଉପରେ ଅଧ୍ୟୟନ ଓ ସୂଚନା ହାସଲ କରିବା ଦ୍ଵାରା ଅନ୍ତରିକ୍ଷ ବିଷୟରେ ଜାଣିବା ପାଇଁ ବହୁତ ଲାଭ ହୋଇପାରେ ।
କେତେକ ସ୍ପେସ ମିଶନରେ Lagrange pointର ସୈଟେଲାଇଟ ପାର୍କିଂଗ ପାଇଁ ବ୍ୟବହାର କରା ଯାଇଛି । ଏହି ଜାଗାରେ ସୈଟେଲାଇଟର ଇନ୍ଧନ କମ ସେ କମ ବ୍ୟବହାର ହୋଇଥାଏ । ଯାହା ଦ୍ଵାରା ଇନ୍ଧନ ବହୁତ ବଞ୍ଚିଯାଏ ।
ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।