ବାସ୍ତୁ ସମସ୍ୟା ଯୋଗୁଁ ଅମଘର ଅବସ୍ଥା ଖରାପ ରହିଥାଏ । କିନ୍ତୁ ଆମେ ଏହାକୁ ଅଣଦେଖା କରିଥାଉ । ଯଦି ଆମେ ଏହି ସବୁ ବାସ୍ତୁ ଦୋଷ କୁ ସମାଧାନ କରିଦେବା ତେବେ ଆମର ସମସ୍ତ ସମସ୍ୟା ର ସମାଧାନ ହୋଇପାରିବ । ଆପଣଙ୍କର ଏହିସବୁ ସମସ୍ୟାମାନ ଯଥା ବିବାହ ସମସ୍ୟା, ସ୍ୱସ୍ଥ୍ୟ ସମସ୍ୟା ଓ ଧନର ସମସ୍ୟା ଦୂର ହୋଇଯିବ । ଆସନ୍ତୁ ଜାଣିବା ସେହିସବୁ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ମାଧ୍ୟମରେ । ତେବେ ଏହି ଆରଟିକିଲଟିକୁ ସମ୍ପୂର୍ଣ୍ଣ ପାଠ କରନ୍ତୁ ।
ପ୍ରଥମ ଉପାୟ ଟିହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ, ଆପଣ ଶନିବାର କିମ୍ବା ମଙ୍ଗଳବାର ଦିନ ମାସକୁ ଥରେ ଏହି ଉପାୟକୁ କରନ୍ତୁ । ଉପାୟଟି ହେଉଛି ଆପଣ ଏକ ଧଳା କପଡ଼ାରେ କିଛି ଲୁଣ ସହ ଫିଟିକିରି ଓ 9 ଗୋଟି ଲବଙ୍ଗ ରଖିଦିଅନ୍ତୁ ଓ ଏହାକୁ ପୁଟୁଳି କରି ଘରର ମଝି ଜାଗାରେ ବାନ୍ଧିଦିଅନ୍ତୁ ଓ କିଛି ଦିନପରେ ଏହାକୁ କୌଣସି ନଦୀରେ ଭସାଇ ଦିଅନ୍ତୁ କିମ୍ବା ମାଟିରେ ପୋତି ଦିଅନ୍ତୁ । ଏହିପରି ଉପାୟମାନ କରିବା ଦ୍ୱାରା ଆପଣଙ୍କ ଘରର ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ ।
ଦ୍ଵିତୀୟ ଉପାୟ ଟି ହେଉଛି ଯଦି ଆପଣଙ୍କ ଘରେ ଯଦି କୌଣସି ବନ୍ଦ ଘର ଅଛି, ସେହି ସ୍ଥାନରେ ଏକ କାଚପାତ୍ରରେ କିଛି ଲୁଣ ସେ ଯେକୌଣସି ଲୁଣ ହେଉ ଓ ତା ଉପରେ ସେଥିରେ କିଛି ଫିଟିକିରି ରଖିଦିଅନ୍ତୁ ଓ ଏକମାସ ପରେ ଏହାକୁ ବଦଳାଇ ପୁଣିଥରେ ଏହିପରି ଲୁଣ ଓ ଫିଟିକିରି ଏକ କାଚପାତ୍ର ରେ ରଖିଦିଅନ୍ତୁ । ମନେ ରଖିବେ କାଚପାତ୍ର ଟିକୁ ଭଲ ଭାବରେ ଧୋଉଥିବେ । ଏମିତି କିଛି ମାସ କରିବାପରେ ଦେଖିବେ ଯେ ସବୁ ସମସ୍ୟାମାନ ଦୂର ହୋଇଯିବ ।
ତୃତୀୟ ଉପାୟ ହେଉଛି ପ୍ରତି ଶୁକ୍ରବାର ଦିନ ଆପଣ ଏକ ପାତ୍ରରେ କିଛି ଲୁଣ ନିଅନ୍ତୁ ଓ ଏଥିରେ କିଛି ପାଣି ମିଶାଇ ଦିଅନ୍ତୁ ଓ ଏହା ପରଦିନ ଆପଣ ଏହାକୁ ଏକ ବାଲଟିରେ ଢାଳି କିଛି ଲେମ୍ବୁ ଚିପୁଡି ଦିଅନ୍ତୁ ଓ ଏହି ପାଣି ରେ ନିଜ ଘର ପୋଛିଦିଅନ୍ତୁ । ଏହାକୁ ଆପଣ ଅମାବାସ୍ୟାରେ ମଧ୍ୟ କରିପାରିବେ ।
ଚତୁର୍ଥ ଉପାୟଟି ହେଉଛି ଆପଣ ଅମାବାସ୍ୟା ଦିନ କିମ୍ବା ଶନିବାର ଦିନ ଲେମ୍ବୁକୁ ଚିପୁଡି ଏହାର ଚୋପାକୁ ଓଲଟାଇ ଦିଅନ୍ତୁ ଓ ଏଥିରେ ସଳିତା ରଖି କିଛି ସୋରିଷ ତେଲ ମିଶାଇ ଘରର ମୁଖ୍ୟ ଦ୍ୱାର କିମ୍ବା ଦକ୍ଷିଣ ପୂର୍ବ ଦିଗରେ ଏହାକୁ ଜାଳନ୍ତୁ ।
ପଞ୍ଚମ ଉପାୟଟି ହେଉଛି ପ୍ରତି ଶନିବାର କିମ୍ବା ମଙ୍ଗଳବାର ଦିନ ଆପଣ ଏକ କାଚ ପାତ୍ରରେ କିଛି ଲୁଣ ରଖନ୍ତୁ ଓ ରାତିରେ ନିଜ ବେଡ଼ ତଳେ ରଖିଦିଅନ୍ତୁ ଓ ସକାଳ ହେବାମାତ୍ରେ ଏହାକୁ କୌଣସି ଜଳରେ ଫିଙ୍ଗି ଦିଅନ୍ତୁ ।
ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।