ଶୁକ୍ରବାର ଦିନ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ମାକ୍ସ ପିନ୍ଧିବାକୁ ନେଇ ନିଜର ଗାଇଡଲାଇନରେ ଏକ ବଡ ପରିବର୍ତ୍ତନ କରିଛି । WHO କହିଛି କି ଲୋକମାନେ ଭିଡ ହୋଇଥିବା ସେହି ଜାଗାରେ ମାକ୍ସ ପିନ୍ଧନ୍ତୁ ଯେଉଁଠାରେ ନୂଆ କରୋବା ଭାଇରସ ଅଧିକ ବ୍ୟାପିଛି । କାରଣ ଏହି ମାରାତ୍ମକ ଭାଇରସ କାୟା ବିସ୍ତାର କରିବାରେ ଲାଗିଛି । WHO ଏହି କଥାକୁ ନେଇ ନିଜର ମତ ପରିବର୍ତ୍ତନ କରିଛନ୍ତି କି କିଏ ଏହି ମାକ୍ସ ପିନ୍ଧିବା ଦରକାର, କେବେ ପିନ୍ଧିବା ଦରକାର ଓ ଏହି ମାକ୍ସ କାହା ଦ୍ଵାରା ତିଆରି ହୋଇଥିବା ଆବଶ୍ୟକ ?
ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞ ଗତ କିଛି ମାସରୁ ଏହି କଥାକୁ ନେଇ ସନ୍ଦେହରେ ଥିଲେ କି ମାକ୍ସ ପିନ୍ଧିବା ସହିତ ଯୋଡି ହୋଇଥିବା ଗାଇଡଲାଇନ ଜାରି କରି ଲୋକଙ୍କ ଭିତରେ ଏକ ଭୁଲ ଧାରଣା ସୃଷ୍ଟି ହେବ କି ମାକ୍ସ ତାଙ୍କୁ କରୋନା ଭାଇରସ ଠାରୁ ରକ୍ଷା କରିଦେବ ଯାହାଦ୍ଵାରା ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ମାସ୍କ ଭଳି ଜରୁରୀ ଉପକରଣର ଅଭାବ ପଡିବ ।
WHO ର ମୁଖ୍ୟ ଟ୍ରେଡ୍ରୋସ ଅଦନୋମ ପରାମର୍ଶ ଦେଇଛନ୍ତି କି ସରକାରଙ୍କୁ ଜନତା ମାନଙ୍କୁ ଏମିତି ଜାଗାରେ ମାକ୍ସ ପିନ୍ଧିବା ପାଇଁ ପ୍ରୋସାହିତ କରିବା ଦରକାର ଯେଉଁଠାରେ ଭାଇରସର ଅଧିକ ସଂକ୍ରମଣ ହେଉଥିବ ଏବଂ ଲୋକଙ୍କ ଭିତରେ ଦୂରତା ରଖିବା କଷ୍ଟ ହେବ ଯେମିତି କି ସାଧାରଣ ପରିବହନ, ଦୋକାନ କିମ୍ବା ଅନ୍ୟ ଜାଗା ଯେଉଁଠାରେ ଜନଗହଳିପୂର୍ଣ୍ଣ ବାତାବରଣ ରହିଥାଏ ।
ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ କମ୍ୟୁନିଟି ଟ୍ରାନ୍ସମିସନ ଅଞ୍ଚଳ ପାଇଁ ପରାମର୍ଶ ଦେଇଛନ୍ତି କି ଯେଉଁ ଲୋକ ୬୦ ବର୍ଷ କିମ୍ବା ତାଠାରୁ ଅଧିକ ବୟସର ଅଟନ୍ତି କିମ୍ବା ଗୁରୁତର ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନେ ଏମିତି ପରିସ୍ଥିତିରେ ମେଡିକାଲ ମାକ୍ସ ପିନ୍ଧିବା ଉଚିତ, ଯେଉଁଠାରେ ଲୋକଙ୍କ ଠାରୁ ଶାରୀରିକ ଦୂରତା ରଖିବା ସମ୍ଭବ ନୁହେଁ ।
WHO କପଡା ମାକ୍ସ ତିଆରିକୁ ନେଇ ନୂଆ ଗାଇଡଲାଇନ ଜାରି କରିଛନ୍ତି, ଏଥିରେ ଏହା ପରାମର୍ଶ ଦିଆଯାଇଛି କି ଏହି ମାକ୍ସରେ ଅତି କମରେ ଅଲଗା ଅଲଗା ପଦାର୍ଥର ତିନି ସ୍ତର ରହିବା ଦରକାର । WHO ର ମୁଖ୍ୟ ଜୋର ଦେଇ କହିଛନ୍ତି କି ମାକ୍ସ ଭାଇରସକୁ ଦୂରେଇ ରଖିବା ପାଇଁ ପ୍ରଭାବଶାଳୀ ରଣନୀତିର କେବଳ ଗୋଟିଏ ଅଂଶ ଅଟେ ଓ ଲୋକମାନେ ଏହା ନ ଭାବନ୍ତୁ କି ଏହାକୁ ପିନ୍ଧିବା ଦ୍ଵାରା ସେମାନେ ସମ୍ପୂର୍ଣ ଭାବରେ ସୁରକ୍ଷିତ ଅଛନ୍ତି ।
WHO ମୁଖ୍ୟ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମାକ୍ସକୁ ଶାରୀରିକ ଦୂରତା ଏବଂ ହାତର ସ୍ଵଛତା ପାଇଁ ଏହାକୁ ବିକଳ୍ପ ଭାବେ ବିବେଚନା କରାଯାଇ ପାରିବ ନାହିଁ । କେବଳ ମାକ୍ସ ପିନ୍ଧିବା ଦ୍ଵାରା କୌଣସି ବ୍ୟକ୍ତି କରୋନା ଭାଇରସରୁ ରକ୍ଷା ପାଇପାରିବ ନାହିଁ । ପ୍ରତ୍ୟେକ ମାମଲା ବିଷୟରେ ଜାଣନ୍ତୁ, ଏହାକୁ ଅଲଗା କରନ୍ତୁ ଏବଂ ଏହାର ଯତ୍ନ ନିଅନ୍ତୁ ଏବଂ ସବୁ କଥାର ଖବର ନେଇ ତାଙ୍କୁ କ୍ଵାରେଣ୍ଟାଇନ କରନ୍ତୁ ।
ଏହି ସେହି ଉପାୟ ଅଟେ ଯାହା ଆମେ ଜାଣିଛେ କି ମହାମାରୀ ବିରୁଦ୍ଧରେ ଲଢେଇରେ କାମ କରିଥାଏ । କୋଭିଡ-୧୯ ବିରୁଦ୍ଧରେ ସବୁ ଦେଶର ଏହା ହେଉଛି ସର୍ବୋତ୍ତମ ପ୍ରତିରକ୍ଷା । ଦେଶ ଦୁନିଆର ଟିକନିକ ଖବର ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।