ସାରା ବିଶ୍ଵ ପାଇଁ ଏବେ ସବୁଠୁ ବଡ ଶତୃ ସାଜିଛି କରୋନା ଭାଇରସ । କରୋନାର ସମ୍ବନ୍ଧ ଏକ ଏମିତି ଭାଇରସ ପରିବାର ସହିତ ଅଟେ, ଯାହାର ସଂକ୍ରମଣରେ ଥଣ୍ଡା, ଜ୍ଵର ଓ ନିଶ୍ଵାସ ପ୍ରଶ୍ବାସରେ ସମସ୍ଯା ଦେଖା ଦେଇଥାଏ । ଏହି ଭାଇରସକୁ ପୂର୍ବରୁ କେବେ ବି ଦେଖା ଯାଇ ନଥିଲା । ଏହି ଭାଇରସର ସଂକ୍ରମଣ ଡିସେମ୍ବରରେ ଚୀନର ଊହାନ ସହରରୁ ଆରମ୍ଭ ହୋଇଥିଲା । ଏବେ ଏହା ସାରା ବିଶ୍ଵ ପାଇଁ ସଙ୍କଟ ସାଜିଛି । ଏ ପର୍ଯ୍ୟନ୍ତ ଏହି ଭାଇରସର ସଂକ୍ରମଣକୁ ଅଟକାଇବା ପାଇଁ କୌଣସି ଟୀକା ବାହାରି ନାହିଁ । ଏହି ଭାଇରସକୁ ବ୍ୟାପିବାରୁ ଅଟକାଇବାକୁ ହେଲେ ଏହାର ଲକ୍ଷଣକୁ ଜାଣି ସତର୍କ ରହିବା ଆବଶ୍ୟକ ।
ଏହି କାରଣରୁ ଭାରତର ପାଖାପାଖି ସମସ୍ତ ରାଜ୍ୟରେ ଲକଡାଉନ ଲାଗୁ କରାଯାଇଛି । କିନ୍ତୁ କରୋନା ଭାଇରସକୁ ବ୍ୟାପିବାରୁ ଅଟକାଇବା ପାଇଁ ଉଠାଯାଇଥିବା ଏହି ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ । ଏଥିପାଇଁ କରୋନା ପଜିଟିଭ ଲୋକଙ୍କୁ ଖୋଜି ବାହାର କରିବା ଉଚିତ, ଏମାନଙ୍କ ସଂସ୍ପର୍ଶରେ ମଧ୍ୟ ଯେଉଁମାନେ ଆସୁଛନ୍ତି ସେମାନଙ୍କୁ ମଧ୍ୟ ଖୋଜି ବାହାର କରାଯିବା ଦରକାର । ଯାହାଫଳରେ ସେମାନଙ୍କୁ ଆଇସୋଲେଟ କରି ଭାଇରସ ସ୍ପ୍ରେଡକୁ ରୋକାଯାଇ ପାରିବ । ବିଶେଷଜ୍ଞମାନଙ୍କର ମାନିବା ଅଟେ କି କରୋନା ଭାଇରସରେ ସଂକ୍ରମିତ ହେଉଥିବା ପ୍ରତି ୧୦୦୦ ଲୋକଙ୍କ ମଧ୍ୟରୁ ୯ ଜଣଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି । ଏ ପର୍ଯ୍ୟନ୍ତ ଏହି ଭାଇରସ ଦ୍ଵାରା ବୃଦ୍ଧ ଲୋକଙ୍କର ମୃତ୍ୟୁହାର ସବୁଠୁ ଅଧିକ ଅଟେ ।
ଭାରତ ଅପଡେଟ – ୨୭ ମାର୍ଚ୍ଚ ସକାଳ ୧୧:୧୫ ପର୍ଯ୍ୟନ୍ତ
କରୋନାଭାଇରସ ସଂକ୍ରମଣ: ୭୩୩
ମୃତ୍ୟୁ: ୨୦
କରୋନାଭାଇରସ ସଂକ୍ରମଣ: ୫,୩୨,୨୬୩ (ୱାର୍ଲ୍ଡ ୱାଇଡ)
ମୃତ୍ୟୁ: ୨୪,୦୯୦
ସୁସ୍ଥ ହେଇ ସାରିଲେଣି: ୧,୨୪,୩୪୯
ଟୋଟାଲ ଆକ୍ଟିଭ କେସ: ୩,୮୩,୮୨୪
ନର୍ମାଲ କଣ୍ଡିସନ: ୩,୬୪,୧୮୯ ସିରିଅସ ବା କ୍ରିଟିକଲ: ୧୯,୬୩୫
କ୍ରମିକ ସଂଖ୍ୟା | ଦେଶ | ସଂକ୍ରମିତ ରୋଗୀ ସଂଖ୍ୟା | ମୃତ | ସୁସ୍ଥ ହେଇ ସାରିଲେଣି |
୧ | ଚିନ୍ | ୮୧୩୪୦ | ୩୨୯୨ | ୭୪୫୮୮ |
୨ | ଇଟାଲୀ | ୮୦୫୮୯ | ୮୨୧୫ | ୧୦୩୬୧ |
୩ | ଆମେରିକା | ୮୫୫୯୪ | ୧୩୦୦ | ୧୮୬୮ |
୪ | ସ୍ପେନ | ୫୭୭୮୬ | ୪୩୬୫ | ୭୦୧୫ |
୫ | ଜର୍ମାନୀ | ୪୩୯୩୮ | ୨୬୭ | ୫୬୭୩ |
୬ | ଇରାନ | ୨୯୪୦୬ | ୨୨୩୪ | ୧୦୪୫୭ |
୭ | ଫ୍ରାନ୍ସ | ୨୯୧୫୫ | ୧୬୯୬ | ୪୯୪୮ |
୮ | ଦକ୍ଷିଣ କୋରିଆ | ୯୩୩୨ | ୧୩୯ | ୪୫୨୮ |
୯ | ସୁଇଜରଲ୍ୟାଣ୍ଡ | ୧୧୮୧୧ | ୧୯୨ | ୧୩୧ |
୧୦ | ବ୍ରିଟେନ | ୧୧୬୫୮ | ୫୭୮ | ୧୩୫ |
୧୧ | ନେଦରଲ୍ୟାଣ୍ଡ | ୭୪୩୧ | ୪୩୪ | ୩ |
୨୮ | ପାକିସ୍ତାନ | ୧୨୦୧ | ୯ | ୨୧ |
୩୮ | ଭାରତ | ୭୩୩ | ୨୦ | ୬୬ |
COVID-19 ବିଶ୍ୱ ମାନଚିତ୍ର ଟ୍ରାକର