ଜାଣନ୍ତୁ ବିଶ୍ଵର ପ୍ରଥମ 5 ଷ୍ଟାର ଜେଲ୍ ବିଷୟରେ, ଏମିତି ଜେଲ୍ ଯେଉଁଠିକି ସମସ୍ତେ ଯିବାକୁ ଚାହିଁବେ

ସମାଜରେ ଉନ୍ନତି ସହିତ ସମାଜରେ ଅପରାଧ ବି ବ୍ୟାପିଛି । ସବୁବେଳେ ଅପରାଧ ଆମ ସମାଜରେ ରହି ଆସିଅଛି । ସମୟ ସହିତ ଅପରାଧର ପ୍ରକୃତି ରେ ପରିବର୍ତ୍ତନ ଆସିଛି । ପ୍ରାଚୀନ କାଳରୁ ହିଁ ଅପରାଧ କରୁଥିବା ବ୍ୟକ୍ତିକୁ ସମାଜ ଦ୍ଵାରା ନିର୍ଧାରିତ ଦଣ୍ଡ ଦିଆ ଯାଇଥାଏ । ଆଜିକା ସମୟରେ ଅପରାଧ କରୁଥିବା ବ୍ୟକ୍ତିକୁ ଜେଲକୁ ପଠା ଯାଏ । ଅଲଗା ଅଲଗା ଅପରାଧ ପାଇଁ ନିର୍ଧାରିତ ସମୟ ପାଇଁ ଜେଲ ଯିବାର ପ୍ରବନ୍ଧ କରା ଯାଇଛି । କାରଣ ଜେଲ ରେ ବିଭିନ୍ନ ପ୍ରକାରର ଯନ୍ତ୍ରଣା ଦିଆଯାଏ । ଆପଣ ଜାଣିଛନ୍ତି କି ଜେଲ ର ଅବସ୍ଥା କେମିତି ହୋଇଥାଏ ଏବଂ ଜେଲରେ ସୁବିଧା ଗୁଡିକ କେମିତି ଥାଏ ।

ଆଜି ଆମେ ଆପଣଙ୍କୁ ଏମିତି ଏକ ଜେଲ ବିଷୟରେ କହିବୁ, ଯେଉଁଠି ଅପରାଧୀ ମାନଙ୍କୁ ୫ ଷ୍ଟାର ହୋଟେଲର ସୁବିଧା ଦିଆଯାଏ । ସେହି କାରଣରୁ ଏହା ଦୁନିଆର ପ୍ରଥମ ୫ ଷ୍ଟାର ଜେଲର ମାନ୍ୟତା ପାଇଛି ।

ଆମେ ଯେଉଁ ୫ ଷ୍ଟାର ଜେଲ ବିଷୟରେ କହୁଛୁ, ତାହା ଅସ୍ଟ୍ରିୟା ରେ ଅବସ୍ଥିତ । ଏହି ଜେଲ ର ନାମ ଜସ୍ଟିସ ସେଂଟର ଲିୟୋବେନ ରଖା ଯାଇଛି । ଏହି ଜେଲକୁ ପ୍ରସିଦ୍ଧ ଆର୍କିଟେକ୍ଟ ଜୋସେଫ ହୋହେଂସିନ୍ନ ଡିଜାଇନ କରିଛନ୍ତି । ଏହି ଜେଲକୁ ଅସ୍ଟ୍ରୀୟା ର ପାହାଡ ଅଞ୍ଚଳର ଳିୟୋବେନ ରେ ଆରମ୍ଭ କରା ଯାଇଥିଲା ।

ଏହି ଜେଲ ୨୦୫ ଅପରାଧିଙ୍କୁ ରଖିବାର କ୍ଷମତା ଅଛି । ଏହି ଜେଲରେ ରହୁଥିବା ଅପରାଧିଙ୍କୁ ସେହି ସମସ୍ତ ସୁବିଧା ଦିଆଯାଏ ଯାହା ୫ ଷ୍ଟାର ହୋଟେଲ ରେ ଦିଆ ଯାଉଛି । ଏହି ଜେଲରେ ଅପରାଧୀମାନଙ୍କୁ ଜିମ, ସ୍ପା ଏବଂ ବହୁତ ଖେଳର ମଧ୍ୟ ସୁବିଧା ଦିଆ ଯାଇଛି । ଏହି ଜେଲରେ ୧୩ ଜଣ ଅପରଧୀଙ୍କୁ ସାଙ୍ଗ ହେବାର ଅନୁମତି ଦିଆ ଯାଇଛି ।

ଏହି ଜେଲର ସେଲ ଅନ୍ୟ ଜେଲ ଗୁଡିକରୁ ଅଲଗା ଅଟେ । ସବୁ ସେଲରେ ଗୋଟିଏ ନିଜର ବାଥରୁମ, ରୋଷେଇଘର, ଏବଂ ଗୋଟିଏ ଲିଭିଂ ରୁମ ଅଛି, ଯେଉଁଥିରେ ଟିଭି ଲଗାଯାଇଛି, ଏବଂ ଗୋଟିଏ ବଡ ଝରକା ଲଗାଯାଇଛି ଯାହା ପୁରା ବାଲକୋନୀ ପର୍ଯ୍ୟନ୍ତ ଖୋଲିଥାଏ ।

ଏହି ଜେଲରେ ବଗିଚା ଅଛି, ଯେଉଁଠି ଅପରାଧିମାନେ ସକାଳ ସନ୍ଧ୍ୟା ବୁଲି ପାରିବେ । ଜେଲର ଅଲଗା ଭାଗରେ ଅଦାଲତର କାମ ହୋଇଥାଏ । ଏବଂ ଆଉ ଏକ ଭାଗ ସାଧାରଣ ଜନତାଙ୍କ ପାଇଁ ମଧ୍ୟ ଖୋଲା ଯାଇଛି ।