ଧନୀ ପିତାଙ୍କ ଝିଅ ଅଟନ୍ତି ଏହି ୫ ଜଣ ହିରୋଇନ, ନମ୍ବର ୫ ତ ମହାରାଜାଙ୍କ ପରିବାର ସହ ସମ୍ପର୍କ

ଫିଲ୍ମି ଦୁନିଆରେ ସଫଳତା ପ୍ରାପ୍ତି କରିବା ପରେ ଅଭିନେତ୍ରୀମାନଙ୍କ ପାଖରେ ଧନ ସମ୍ପତ୍ତିର କୌଣସି ଅଭାବ ନ ଥାଏ । ବଲୀଉଡରେ ଏମିତି ବହୁତ ଷ୍ଟାର ଅଛନ୍ତି ଯେଉଁମାନେ ମଧ୍ୟମବର୍ଗୀୟ କିମ୍ବା ପୁଣି ଗରିବ ପରିବାର ର ଅଟନ୍ତି । କିନ୍ତୁ ଆଜି ଆମେ ବଲୀଉଡର ଏମିତି ୫ ଜଣ ଅଭିନେତ୍ରୀଙ୍କ ବିଷୟରେ ଚର୍ଚା କରିବା ଯେଉଁମାନଙ୍କ ଜନ୍ମ ବହୁତ ଧନୀ ପରିବାରରେ ହୋଇଛି । କହିବାକୁ ଗଲେ ଏମାନେ ଜନ୍ମ ହେବା ମାତ୍ରେ ହିଁ କୋଟି କୋଟି ଟଙ୍କାର ମାଲିକ ହୋଇ ଯାଇଥିଲେ ।

୧. ଆଲିୟା ଭଟ୍ଟ

ଆଲିୟା ଭଟ୍ଟ ବଲୀଉଡର ପ୍ରସିଦ୍ଧ ଫିଲ୍ମ ନିର୍ମାତା ଓ ନିର୍ଦେଶକ ମହେଶ ଭଟ୍ଟଙ୍କ ଝିଅ ଅଟନ୍ତି । ଆପଣଙ୍କୁ କହିଦେଉଛୁ କି ମହେଶ ଭଟ୍ଟ ବଲୀଉଡର ବହୁତ ବ୍ଲକବସ୍ଟର ଫିଲ୍ମରେ ଡାୟରେକ୍ସନ ବି ଦେଇସାରିଛନ୍ତି । ଯେଉଁ କାରଣରୁ ତାଙ୍କ ପାଖରେ ବି ଟଙ୍କାର କୌଣସି ଅଭାବ ନାହିଁ । ଏମିତିରେ କହିବାକୁ ଗଲେ ଆଲିୟା ଭଟ୍ଟ ବି ଏକ ଧନୀ ପରିବାରରେ ଜନ୍ମ ନେଇଛନ୍ତି ।

୨. ଶ୍ରଦ୍ଧା କପୁର

ଶ୍ରଦ୍ଧା କପୁର ବଲୀଉଡର ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରେ ଜଣେ ଅଟନ୍ତି । ଆପଣଙ୍କ ଜାଣିବା ନିମନ୍ତେ କହିଦେଉଛୁ କି ତାଙ୍କର ପିତା ବଲୀଉଡର ପ୍ରସିଦ୍ଧ ଅଭିନେତା ଶକ୍ତି କପୁର ଅଟନ୍ତି । ଯିଏ ନିଜର ଫିଲ୍ମି କ୍ୟାରିୟରରେ ଶହ ଶହ ଫିଲ୍ମରେ କାମ କରିଛନ୍ତି, ସେଥିପାଇଁ ଶକ୍ତି କପୁରଙ୍କ ପାଖରେ ବି ଟଙ୍କା ଓ ସମ୍ପତ୍ତିର କୌଣସି ଅଭାବ ନାହିଁ ।

୩. ଜାହ୍ନବୀ କପୁର

ବର୍ତ୍ତମାନ ସମୟରେ ଜାହ୍ନବୀ କପୁର ବଲୀଉଡର ପ୍ରସିଦ୍ଧ ଅଭିନେତ୍ରୀ ହୋଇସାରିଛନ୍ତି, ଆପଣଙ୍କ ଜାଣିବା ପାଇଁ କହିଦେଉଛୁ କି ବର୍ଷ ୨୦୧୮ରେ ରିଲିଜ ହୋଇଥିବା ତାଙ୍କର ଫିଲ୍ମ ‘ଧଡକ’ରୁ ସେ ବଲୀଉଡରେ ଡେବ୍ୟୁ କରିଥିଲେ । ଯଦି ତାଙ୍କ ପରିବାର ବିଷୟରେ କଥା ହେବା ତେବେ ତାଙ୍କର ମା ୮୦ ଦଶକର ବହୁତ ଲୋକପ୍ରିୟ ଅଭିନେତ୍ରୀ ରହିସାରିଛନ୍ତି ଓ ତାଙ୍କର ପିତା ବୋନୀ କପୁର ବଲୀଉଡର ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ଅଟନ୍ତି ।

୪.ସାରା ଅଲୀ ଖାନ

ସାରା ଅଲୀ ଖାନ ବି ଏହି ସମୟରେ ବଲୀଉଡର ଲୋକପ୍ରିୟ ଅଭିନେତ୍ରୀ ହୋଇସାରିଛନ୍ତି, ଆପଣଙ୍କ ଜାଣିବା ନିମନ୍ତେ କହିଦେଉଛୁ କି ସେ ବର୍ଷ ୨୦୧୮ରେ ରିଲିଜ ହୋଇଥିବା ଫିଲ୍ମ ‘କେଦାରନାଥ’ ରୁ ବଲୀଉଡରେ ଡେବ୍ୟୁ କରିଥିଲେ । ସେ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି, କିନ୍ତୁ ଆପଣଙ୍କୁ କହିଦେଉଛୁ କି ତାଙ୍କର ପିତା ସୈଫ ଅଲୀ ଖାନ ବଲୀଉଡର ଧନୀ ଅଭିନେତାମାନଙ୍କ ମଧ୍ୟରେ ଆସିଥାନ୍ତି । ବର୍ତ୍ତମାନ ସମୟରେ ସୈଫ ଅଲୀ ଖାନଙ୍କ ପାଖରେ ହଜାର ହଜାର କୋଟି ଟଙ୍କାର ସମ୍ପତି ଅଛି ।

୫.ଭାଗ୍ୟଶ୍ରୀ

ଭାଗ୍ୟଶ୍ରୀ ସଲମାନ ଖାନଙ୍କ ସହିତ ୧୯୮୯ରେ ରିଲିଜ ହୋଇଥିବା ଫିଲ୍ମ ‘ମେନେ ପ୍ୟାର କିୟା’ରୁ ବଲୀଉଡରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଆପଣଙ୍କୁ କହିଦେଉଛୁ କି ଭାଗ୍ୟଶ୍ରୀ ବି ଏକ ଶାହି ପରିବାର ର ଅଟନ୍ତି । ତାଙ୍କର ଜନ୍ମ ମହାରାଷ୍ଟ୍ରର ଶାହି ପଟବର୍ଦ୍ଧନ ପରିବାରରେ ହୋଇଥିଲା । ଭାଗ୍ୟଶ୍ରୀଙ୍କ ପିତାଙ୍କ ନାମ ଶ୍ରୀମଂତ ରାଜା ବିଜୟ ସିଂହ ରାୱ ମାଧବରାୱ ପଟବର୍ଦ୍ଧନ ଅଟେ ।