ଏହା ହେଉଛି ଭାରତର ସବୁଠାରୁ ଧନୀ ଗାଁ, ଯେଉଁଠି ରହୁଥିବା ପ୍ରତ୍ୟେକ ବ୍ୟକ୍ତି କୋଟିପତି, ଦେଖନ୍ତୁ କେଉଁ ଗାଁ

ଯେତେବେଳେ ଆମ ମନରେ ଗାଁର ଛବି ଆସେ ସେତେବେଳେ ଆମକୁ ଲାଗେ, ଗାଁରେ ରହୁଥିବା ଲୋକମାନେ ମଧ୍ୟମ ବର୍ଗ ଓ ଗରିବ ଶ୍ରେଣୀର ହୋଇଥିବେ ଏବଂ ସେମାନେ ଚାଳ ଘରେ ବା ଆଜବେଷ୍ଟ ଘରେ ରହୁଥିବେ । ହେଲେ ଆଜି ଆମେ ଆପଣଙ୍କୁ ଭାରତର ଏପରି ଏକ ଗାଁ ବିଷୟରେ କହିବୁ ଯାହା ହେଉଛି ସବୁଠାରୁ ଧନୀ ଗାଁ । ଏହି ଗାଁର ପ୍ରତ୍ୟେକ ଲୋକ ହେଉଛନ୍ତି କୋଟିପତି । ତେବେ ଆସନ୍ତୁ ଜାଣିବା ଏହି ଗାଁ ବିଷୟରେ ।

ଏହି ଗାଁରେ ରହୁଥିବା ସବୁ ଲୋକ ହେଉଛନ୍ତି କୋଟିପତି । ଏହି ଗାଁଟି ଭାରତର ଗୁଜୁରାଟ ରାଜ୍ୟରେ ଅବସ୍ଥିତ । ଏହି ଗାଁର ନାମ ହେଉଛି ବଲ୍ଦିଆ । ଏହି ଗାଁରେ ରହୁଥିବା ଲୋକମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ରହିଛି । ଏହି ଗାଁର ସମୃଦ୍ଧିର ଅନୁମାନ ଆପଣମାନେ ଏଠିକାର ଘର ଓ ରାସ୍ତାକୁ ଦେଖି ଜାଣିପାରିବେ । ଏଠି ରହୁଥିବା ଲୋକମାନଙ୍କର ବିଦେଶରେ ମଧ୍ୟ ଘର ଓ ସମ୍ପତ୍ତି ଅଛି ।

ଏଠି ରହୁଥିବା ଅଧିକାଂଶ ଲୋକଙ୍କ ଘରେ ତାଲା ଲାଗିଥାଏ । କାରଣ ଏହି ଲୋକମାନେ ନିଜ ପରିବାର ସହ ବିଦେଶରେ ରହୁଛନ୍ତି । ବିଦେଶରେ ମଧ୍ୟ ତାଙ୍କର ଘର ସମ୍ପତ୍ତି ଅଛି । ଏହି ଗାଁର ବ୍ୟାଙ୍କରେ ଗତ ଦୁଇ ବର୍ଷ ମଧ୍ୟରେ ଦେଢ ହଜାର କୋଟି ଟଙ୍କା ଜମା ହୋଇଛି । ଏହା ଛଡା ଏଠାରେ ଥିବା ପୋଷ୍ଟ ଅଫିସରେ ୫୦୦ କୋଟିରୁ ଅଧିକ ଟଙ୍କା ଜମା ହୋଇଛି । ଗୁଜୁରାଟର ଝୁଜ ସହରରେ ମଧ୍ୟ ଏହିପରି କିଛି ଗାଁ ରହିଛି । ବାଲ୍ଦିଆର କିଛି ଦୂରରେ ଥିବା ମାଧାପୁର ଗାଁରେ ମଧ୍ୟ ସମୃଦ୍ଧି ଦେଖିବାକୁ ମିଳେ ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।