ଆଜି ଆମେ ଆପଣଙ୍କୁ ୧୫ ବର୍ଷର ଈଶାନ ଶର୍ମାଙ୍କ ସହ ସାକ୍ଷାତ କରାଇବାକୁ ଯାଉଛୁ । ଏହି ପିଲାର ସବୁଠୁ ଖାସ କଥା ଏହା ଅଟେ କି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଫ୍ୟାନ ଅଟନ୍ତି । ଈଶାନ ଶର୍ମାଙ୍କୁ କିଛି ଦିନ ତଳେ ହିଁ ପ୍ରଥମ ବିରତା ପୁରଷ୍କାର ଦ୍ଵାରା ସମ୍ମାନିତ କରାଯାଇଛି ଓ ବର୍ତ୍ତମାନ ଈଶାନ ଶର୍ମାଙ୍କ ଉପରେ ଏକ ଡକ୍ୟୁମେଂଟ୍ରୀ ଫିଲ୍ମ ବି କରାଯିବ ।
ଈଶାନ ଶର୍ମା ହରିୟାଣାର ଯମୁନାନଗରର ନିବାସୀ ଅଟନ୍ତି । କିଛି ଦିନ ତଳେ ହିଁ ମାସ୍ଟର ଈଶାନ ଶର୍ମା ଏକ ବିଦେଶୀ ମହିଳାଙ୍କର ସାହାର୍ଯ୍ୟ କରି ପୁରା ଦେଶର ଗୌରବ ବଢାଇଛନ୍ତି । ଈଶାନ ଶର୍ମାଙ୍କ ଏହି କାର୍ଯ୍ୟ ପାଇଁ ତାଙ୍କୁ ରାଷ୍ଟ୍ରୀୟ ବାଲ୍ୟ ବିରତା ପୁରଷ୍କାର ଦ୍ଵାରା ବି ସମ୍ମାନିତ କରାଯାଇଛି । ବର୍ତ୍ତମାନ ରୁଷ ର ବହୁତ ପ୍ରଡ୍ୟୁସର ଈଶାନଙ୍କ ଏହି ବାହାଦୁରି ଉପରେ ଏକ ଡକ୍ୟୁମେଂଟ୍ରୀ ତିଆରି କରି ନିଜ ଦେଶରେ ରହୁଥିବା ଲୋକମାନଙ୍କୁ ତାଙ୍କର ଗୌରବଗାଥା ବିଷୟରେ କହିବାକୁ ଚାହୁଁଛନ୍ତି ।
ଇଣ୍ଟରନ୍ୟାସନାଲ ଡିପ୍ଲୋମେଟିକ କ୍ଲବର ପ୍ରେସିଡେନ୍ଟ ସରଜେ ଡଵେରୟାନୋଵ ସୋମବାର ଦିନ ଈଶାନ ଦିଲ୍ଲୀରୁ ଘରକୁ ଫେରିବା ପୂର୍ବରୁ ଫୋନ କରିଲେ ଓ ତାଙ୍କ ସହିତ କଥାବାର୍ତ୍ତ ବି କରିଲେ ।

ଈଶାନ ଶର୍ମା ପାଗଳଙ୍କ ଭଳି ବୁଲୁଥିବା ଏକ ରଶିୟନ ମହିଳାଙ୍କର ସାହାର୍ଯ୍ୟ କରିଛନ୍ତି ଓ ବର୍ତ୍ତମାନ ସେ ଏକ ଇଣ୍ଟରନ୍ୟାସନାଲ ସେଲିବ୍ରିଟୀ ହୋଇ ଯାଇଛନ୍ତି । ଈଶାନ ଶର୍ମା ୨୬ ଜାନୁୟାରୀରେ ଲାଲ କିଲାରେ ହୋଇଥିବା ଗଣତନ୍ତ୍ର ଦିବସର ପ୍ୟାରେଡରେ ଅଂଶ ଗ୍ରହଣ କରିଥିଲେ ଓ ଏହା ପୂର୍ବରୁ କେନ୍ଦ୍ରୀୟ ମହିଳା ଏବଂ ବାଲ ବିକାଶ ମନ୍ତ୍ରୀ ସ୍ମୃତି ଈରାନୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଈଶାନଙ୍କ ସହିତ ସାକ୍ଷାତ କରିଥିଲେ ।
୧୫ ବର୍ଷର ଈଶାନ ଶର୍ମା ଧୋକା ଓ ଲୁଟର ଶିକାର ହୋଇଥିବା ରୁଷ ମହିଳାଙ୍କର ସାହାର୍ଯ୍ୟ କରି ଅତିଥି ଦେବୋ ଭବ କୁ ସାର୍ଥକ କରିଛନ୍ତି । ଯେଉଁ କାରଣରୁ ପୁରା ଦେଶ ତାଙ୍କ ଉପରେ ଗର୍ବିତ ଅଛି । ଈଶାନ ଶର୍ମା ଧୋକାର ଶିକାର ହୋଇଥିବା ରଷିୟନ ମହିଳାଙ୍କୁ ପୋଲିସ ଦ୍ଵାରା ସାହାର୍ଯ୍ୟ କରାଇଲା । ପୋଲିସରେ କମ୍ପ୍ଲେନ କରିବା ପରେ ପୋଲିସ ସଙ୍ଗେ ସଙ୍ଗେ ଆକ୍ସନ ନେଇ ଲୁଟ କରିଥିବା ଅପରାଧୀଙ୍କୁ ଧରିନେଲା ।

ଏହା ପରେ ରଷିୟନ ମହିଳା କୁଶଳତା ପୂର୍ବକ ନିଜ ଦେଶକୁ ଫେରିଗଲେ । ଈଶାନର ଏହି ବାହାଦୁରି ପାଇଁ ୬ ଦିନ ପର୍ଯ୍ୟନ୍ତ ତାଙ୍କୁ ରାଷ୍ଟ୍ରପତିଙ୍କ ଅତିଥି କରି ରଖାଗଲା । ରାଷ୍ଟ୍ରପତିଙ୍କ ସହିତ ତାଙ୍କ ମା’ ରେଣୁକା ଶର୍ମା ଓ ପିତା ସଂଜୀବ ଶର୍ମାଙ୍କୁ ବି ଏହି ଅତିଥି ସେବା ମିଳିଲା । ଏକ ଇଣ୍ଟରଭିୟୁରେ ଈଶାନ ଶର୍ମା ନିଜର ଏହି ଏକ୍ସପେରିଏନ୍ସ ବିଷୟରେ କହିଲେ କି ତାଙ୍କୁ ୬ ଦିନ ପର୍ଯ୍ୟନ୍ତ ଦିଲ୍ଲୀର ଫାଇବ ଷ୍ଟାର ହୋଟଲ ‘ଦ ଅଶୋକା’ରେ ରହିବାକୁ ଅବସର ମିଳିଲା ।
ପୁରଷ୍କାର ସମାରୋହ ଠାରୁ ନେଇ ୨୬ ଜାନୁୟାରୀ ପର୍ଯ୍ୟନ୍ତ ସବୁ ସିଡ୍ୟୁଲ ପୂର୍ବରୁ ହିଁ ଠିକ ହୋଇ ସାରିଥିଲା । ଏହା ଏକ ବହୁତ ହିଁ ପ୍ରଫେଶନଲ ସିଡ୍ୟୁଲ ଥିଲା । ଏହା ପୂର୍ବରୁ ଈଶାନ କେବେ ବି ଏହା ବିଷୟରେ ନା ଶୁଣିଥିଲେ ନା ହିଁ ଦେଖିଥିଲେ । ଏହି ସିଡ୍ୟୁଲକୁ ଫଲୋ କରିବା ତାଙ୍କ ପାଇଁ ଅଳ୍ପ କଷ୍ଟ ବି ଥିଲା । କିନ୍ତୁ ତାଙ୍କ ସହିତ ଆହୁରି ୪୮ ଜଣ ପିଲା ଥିଲେ ସେଥିପାଇଁ ସବୁ ଜିନିଷ ଅତି ସହଜରେ ହୋଇଗଲା ।

ଇଣ୍ଟରଭିୟୁରେ ଈଶାନ କହିଲେ କି ଦେଶର ବଡ ବଡ ବ୍ୟକ୍ତିଙ୍କ ସହ ସାକ୍ଷାତ କରିବା ଏକ ସ୍ଵପ୍ନ ଭଳି ଥିଲା । ଈଶାନ ଆଗକୁ କହିଲେ କି ସେ ସେହି ରଷିୟନ ମହିଳାଙ୍କର ସାହାର୍ଯ୍ୟ କୁ ମଣିଷ ପଣିଆ ବୋଲି ଦର୍ଶାଇଥିଲେ । ଏହା ସହିତ ସେ କହିଲେ କି ସେ ଭବିଷ୍ୟତରେ ବି ଏହିଭଳି ଲୋକମାନଙ୍କ ସାହାର୍ଯ୍ୟ କରିବେ ।