ଏହି ସବୁ କାର୍ଯ୍ୟ କଲେ ଖୋଲିଯିବ ଆପଣଙ୍କ ଭାଗ୍ୟ, ମାତା ଲକ୍ଷ୍ମୀ କରିବେ ଆପଣଙ୍କ ଘରେ ବାସ

ମା ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଇଥାଏ । ମା ଲକ୍ଷ୍ମୀ ଯେଉଁ ଲୋକ ଉପରେ ପ୍ରସନ୍ନ ହେଇଯାନ୍ତି, ସେହି ଲୋକର ଜୀବନ ସୁଖ ଓ ସମୃଦ୍ଧିରେ ଭରିଯାଇଥାଏ । ହେଲେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଅତ୍ୟଧିକ କଷ୍ଟ କରି ମଧ୍ୟ ଧନ ଲାଭ କରିପାରୁ ନାହାନ୍ତି । ଏହାର ମୁଖ୍ୟ କାରଣ ହେଉଛି ସେମାନଙ୍କ ଭାଗ୍ୟ ତାଙ୍କୁ ସହଯୋଗ କରୁନି । ମଣିଷ ଜୀବନରେ ଏମିତି ମଧ୍ୟ କିଛି ଘଟଣା ଘଟିଥାଏ, ଯାହା ମଣିଷର ଭାଗ୍ୟ ବଦଳାଇ ଦିଏ ।

ହେଲେ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବୁ ଯାହାକୁ ଆପଣ କରିଲେ ଆପଣଙ୍କ ଭାଗ୍ୟ ବଦଳିଯିବ ଓ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ । ତେବେ ଆସନ୍ତୁ ଜାଣିବା ଭାଗ୍ୟଶାଳୀ ହେବା ପାଇଁ କେଉଁ କେଉଁ ସବୁ କାର୍ଯ୍ୟ କରିବାକୁ ହେବ ।

୧. ଯଦି ଆପଣଙ୍କ ଘର ପାଖକୁ କୌଣସି ଭିକାରି, ଗାଈ ବା ପଶୁ ଆସିଥାନ୍ତି, ତେବେ ସେମାନଙ୍କୁ କେବେବି ଖାଲି ପେଟରେ ଯିବାକୁ ଦିଅନ୍ତୁ ନାହିଁ । ଏମାନଙ୍କୁ କିଛି ନା କିଛି ଖାଦ୍ୟ ଦେଇ ବିଦା କରନ୍ତୁ । ଏହା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ହେବେ ।

୨. ରାତ୍ରି ସମୟରେ ଥିବା ଅଇଁଠା ବାସନକୁ ପକାଇ ରଖନ୍ତୁ ନାହିଁ, ଏହାକୁ ଭଲ ଭାବରେ ସଫା କରି ରଖନ୍ତୁ । ଏହା ଦ୍ଵାରା ମା’ ଲକ୍ଷ୍ମୀଙ୍କ ବାସ ହୋଇଥାଏ ।

ମା ଲକ୍ଷ୍ମୀ ଘରେ ବାସ କଲେ ପ୍ରଥମେ ଦେଇଥାନ୍ତି ଏହି ସବୁ ସଙ୍କେତ

୧. ଯଦି ପୋଷାକ ପିନ୍ଧିବା ସମୟରେ ବା ପୋଷାକ ଖୋଲିବା ସମୟରେ ଆପଣଙ୍କ ପକେଟରେ ଥିବା ଟଙ୍କା ପଡିଯାଇଥାଏ, ତେବେ ଜାଣିଯାନ୍ତୁ ଆପଣଙ୍କୁ ଧନପ୍ରାପ୍ତି ହେବାକୁ ଯାଉଛି ।

୨. ଯଦି ଆପଣ କୌଣସି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟରେ ଯାଉଥିବା ସମୟରେ ଏକ ବିବାହିତା ମହିଳା ବା ଗାଈକୁ ଦେଖନ୍ତି, ତେବେ ଜାଣିଯାନ୍ତୁ ଆପଣଙ୍କର ସେହି କାର୍ଯ୍ୟ ସଫଳ ହେବ ।

୩. ଯଦି ଆପଣ ସକାଳ ସମୟରେ ଉଠିବା ମାତ୍ରେ କୌଣସି ଭିକାରି ଆପଣଙ୍କୁ ଭିକ ମାଗେ, ତେବେ ଜାଣିଯାନ୍ତୁ ଆପଣଙ୍କର ଅଟକି ରହିଥିବା ଟଙ୍କା ଆପଣଙ୍କୁ ଶୀଘ୍ର ମିଳିଯିବ ।

ଏହାସବୁ ହୋଇଥାଏ ଦୁର୍ଭାଗ୍ୟର ସଙ୍କେତ

୧. ଯଦି କୌଣସି କୁକୁର କାନ୍ଦିଥାଏ ତେବେ ଏହା ଦ୍ଵାରା ଆପଣଙ୍କର ସମ୍ପର୍କୀୟ ଓ ପଡୋଶୀ ଲୋକଙ୍କର ହାନି ହେବାର ସମ୍ଭାବନା ଥାଏ ।

୨. ଯଦି ଆପଣ କୌଣସି କାର୍ଯ୍ୟରେ ଯାଉଛନ୍ତି ଓ କୌଣସି ଦୁଷ୍ଟ ପ୍ରକୃତିର ଲୋକ ଆପଣଙ୍କ ସାମ୍ନାକୁ ଆସି ଯାଉଛି, ତେବେ ଆପଣଙ୍କର ସେହି କାର୍ଯ୍ୟ ଅସଫଳ ହୋଇ ଯାଇଥାଏ ।

୩. ଯଦି ଆପଣଙ୍କ ଘରେ ଥିବା କୌଣସି ଦେବତାଙ୍କ ମୂର୍ତ୍ତି ବା ଫଟୋ ଭାଙ୍ଗିଯାଏ, ଏହା ବହୁତ ଅଶୁଭ ସଙ୍କେତ ହୋଇଥାଏ ।