ବିବାହ ଫିଲ୍ମକୁ ବାରମ୍ବାର ଦେଖୁଥିବା ଦର୍ଶକମାନେ ବି ଜାଣି ନାହାନ୍ତି ଏହା ସହ ଜଡିତ କିଛି ରୋଚକପୁର୍ଣ୍ଣ କଥା

ବଲୀଉଡ ଜଗତରେ ବହୁତ ଫିଲ୍ମ ହିଟ ହୋଇଥାଏ ଓ କିଛି ଫିଲ୍ମ ଏମିତି ବି ହୋଇଥାଏ କି ତାହା ଯେତେ ବି ପୁରୁଣା ହୋଇଯାଉ ନା କାହିଁକି ସେହି ଫିଲ୍ମକୁ ଆଜି ବି ଦର୍ଶକମାନେ ଦେଖିବାକୁ ପସନ୍ଦ କରନ୍ତି । ଏମିତି ହିଁ ଏକ ଫିଲ୍ମ ଅଟେ ‘ବିବାହ’ । ଏହି ଫିଲ୍ମ ୨୦୦୬, ୧୦ ନଭେମ୍ବର ରେ ରିଲିଜ ହୋଇଥିଲା । ଏହି ଫିଲ୍ମରେ ଶାହିଦ କପୁର ଓ ଅମୃତା ରାୱ ମୁଖ୍ୟ ଭୂମିକାରେ ଥିଲେ ।

କହିଦେଉଛୁ କି ଏହି ଫିଲ୍ମର ବଜେଟ ସେହି ସମୟରେ କେବଳ ୮ କୋଟି ଟଙ୍କା ଥିଲା । କିନ୍ତୁ ଏହି ଫିଲ୍ମ ବକ୍ସ ଅଫିସରେ ଜବରଦସ୍ତ କଲେକ୍ସନ କରିଥିଲା ଓ ପାଖାପାଖି ୫୩.୯ କୋଟି ଟଙ୍କା ଆୟ କରିଥିଲା । ଆଜି ଆମେ ଆପଣଙ୍କୁ ବିବାହ ଫିଲ୍ମ ସହ ଜଡିତ ୫ଟି ରୋଚକପୁର୍ଣ୍ଣ କଥା କହିବାକୁ ଯାଉଛୁ, ଯାହା ବିଷୟରେ ବୋଧେ ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ଜାଣି ନାହାଁନ୍ତି ।

ବିବାହ ଫିଲ୍ମ ପ୍ରଥମ ଏମିତି ଫିଲ୍ମ ଥିଲା ଯାହାକୁ ସିନେମା ଘରେ ଓ ଇଣ୍ଟର୍ନେଟରେ ଏକା ସହିତ ରିଲିଜ କରାଯାଇଥିଲା । ଏହି ଫିଲ୍ମକୁ ପ୍ରଡକ୍ସନ କମ୍ପାନୀର ଅଫିସିୟଲ ୱେବସାଇଟରେ ରିଲିଜ କରାଯାଇଥିଲା । ଶାହୀଦ କପୁର ଓ ଅମୃତା ରାୱ ବିବାହ ଫିଲ୍ମ ଛଡା ଶିକାର, ଇଷ୍କ ବିଶ୍କ ଓ ଲାଇଫ ହୋ ତୋ ଐସି ଫିଲ୍ମରେ ବି ଏକା ସହିତ କାମ କରିଛନ୍ତି । କିନ୍ତୁ ଫିଲ୍ମ ବିବାହ ଏହି ଦୁଇ ଜଣଙ୍କ ଯୋଡିରେ ସବୁଠୁ ଅଧିକ ଆୟ କରିଥିବା ଫିଲ୍ମ ଅଟେ ।

ଏହା ଛଡା ଆପଣଙ୍କୁ କହିଦେଉଛୁ କି ବିବାହ ଫିଲ୍ମରେ ଅନୁପମ ଖୈର ୧୨ ବର୍ଷ ପରେ ସୁରଜ ବଡ଼ଜାତ୍ୟାଙ୍କ ସହିତ କାମ କରିଥିଲେ । ଏହା ପୁର୍ବରୁ ଅନୁପମ ଖୈର ସୂରଜ ବଡ଼ଜାତ୍ୟାଙ୍କ ସହିତ ଫିଲ୍ମ ‘ହମ ଆପକେ ହୈଂ କୌନ’ ଫିଲ୍ମରେ କାମ କରିଥିଲେ । ଯାହାକି ବର୍ଷ ୧୯୯୪ରେ ରିଲିଜ ହୋଇଥିଲା ।

ସୂରଜ ବଡ଼ଜାତ୍ୟାଙ୍କ ଦ୍ଵାରା ନିର୍ମିତ ସବୁ ଫିଲ୍ମରେ ମୁଖ୍ୟ ଚରିତ୍ରର ନାମ ପ୍ରେମ ହୋଇଥାଏ ଓ ଫିଲ୍ମ ବିବାହରେ ବି ଶାହିଦ କପୁରଙ୍କ ନାମ ପ୍ରେମ ଥିଲା । ବିବାହ ଫିଲ୍ମ ପ୍ରଥମ ଏମିତି ଫିଲ୍ମ ଥିଲା ଯାହାକୁ ପ୍ରମୋଟ କରିବା ପାଇଁ ନିଜେ ମୁଖ୍ୟ ଭୂମିକାରେ ଥିବା ଶାହିଦ କପୁର ଓ ଅମୃତା ରାୱ ଥିଏଟର ବାହାରେ ଟିକେଟ ବିକ୍ରି କରୁଥିବାର ନଜର ଆସିଥିଲେ ।