ଆପଣ ଦେଖିଥିବେ କି ବହୁତ ଲୋକ ଏପରି ଅଛନ୍ତି ଯିଏ ଛୋଟ ଛୋଟ କଥାରେ କାନ୍ଦିବାକୁ ଲାଗନ୍ତି । ମୁଖ୍ୟତଃ ଝିଅମାନେ ଛୋଟ ଛୋଟ କଥାରେ ମନ ଦୁଃଖ କରନ୍ତି ଓ କାନ୍ଦିବାକୁ ଲାଗନ୍ତି । ଏହି କାରଣରୁ ସମସ୍ତେ ତାଙ୍କୁ ଦୁର୍ବଳ ମନେ କରନ୍ତି ଓ ଥଟ୍ଟା ପରିହାସ ମଧ୍ୟ କରନ୍ତି । ଆଜି ଆମେ ଆପଣଙ୍କୁ ଏପରି କିଛି କହିବାକୁ ଯାଉଛୁ ଯାହା ଶୁଣି ଆପଣ ସେମାନଙ୍କ ଉପରେ ହସିବେ ନାହିଁ । ସେମାନଙ୍କର ସମ୍ମାନ କରିବେ । ଆସନ୍ତୁ ଜାଣିବା କିପରି ଅଟନ୍ତି କଥା କଥାରେ କାନ୍ଦୁଥିବା ଝିଅମାନେ ।
ଯେଉଁ ଝିଅ ମାନେ କଥା କଥାରେ କାନ୍ଦନ୍ତି, ସେମାନଙ୍କ ହୃଦୟ ନିର୍ମଳ ହୋଇଥାଏ । ସେମାନେ କାହାର ଦୁଃଖ ଦେଖି ପାରନ୍ତିନି । ଏପରି ଲକ୍ଷଣର ଝିଅମାନେ ନିଜ ହୃଦୟରୁ ସମସ୍ତଙ୍କୁ ଭଲ ପାଇଥାନ୍ତି । ଅନ୍ୟ ମାନଙ୍କ ମନର ଭାବନାକୁ ଭଲ ଭାବେ ବୁଝିପାରନ୍ତି । କହିବାକୁ ଗଲେ ଏପରି ଝିଅମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏମାନେ କାହାର ହୃଦୟକୁ କଷ୍ଟ ଦିଅନ୍ତି ନାହିଁ ।
ଏମାନେ କାହାକୁ ବି ଖରାପ ବ୍ୟବହାର କରନ୍ତି ନାହିଁ । ନିଜ ଦୁଃଖ ସମୟରେ ମଧ୍ୟ କାହାର ସାହାର୍ଯ୍ୟ ନିଅନ୍ତି ନାହିଁ । ଏଥିପାଇଁ ଏମାନେ ନିଜକୁ ଏକା ମନେ କରି କାନ୍ଦନ୍ତି ।ଯେଉଁ ଝିଅ ମାନେ କଥା କଥାରେ କାନ୍ଦନ୍ତି, ସେମାନେ ଅନ୍ୟ ଝିଅ ମାନଙ୍କ ତୁଳନାରେ ଅଧିକ ବଳିଷ୍ଠ ଅଟନ୍ତି । ଲୋକମାନେ କଣ କହିବେ ସେମାନେ ତାର ଚିନ୍ତା କରନ୍ତି ନାହିଁ । ଯିଏ ଯାହା କହିଲେ ମଧ୍ୟ କାନ୍ଦି କରି ହିଁ ନିଜ ଦୁଃଖ ପ୍ରକାଶ କରନ୍ତି ।
ଅନ୍ୟ ମାନଙ୍କ ପରି ନିଜ ମନରେ ପ୍ରତିଶୋଧ ନେବାର ଆଶା ରଖନ୍ତି ନାହିଁ । ସମସ୍ତଙ୍କ ମୁହଁ ଉପରେ ତାଙ୍କ ଭୁଲ କହିବାର ସାହସ ରଖନ୍ତି ଓ କାହାକୁ ଡରନ୍ତିନି । କାହା ସହ ଶତୃତା ରଖିବାକୁ ମଧ୍ୟ ଚାହାଁନ୍ତିନି ।ଯଦି ଆପଣଙ୍କ ଲାଇଫ ପାର୍ଟନର ଏପରି ଅଟନ୍ତି, ତେବେ ତାଙ୍କ ଉପରେ ନ ରାଗି ତାଙ୍କୁ ବୁଝି ସହଯୋଗ କରିବା ଉଚିତ । ଯଦି ଆପଣଙ୍କ ପତ୍ନୀ ଆପଣଙ୍କ କଥାରେ ଭାବୁକ ହୋଇଯାନ୍ତି, ତେବେ ଆପଣ ବହୁତ ଭାଗ୍ୟଶାଳି ଅଟନ୍ତି ।
ଏହିପରି ସ୍ତ୍ରୀ ମାନେ ସବୁବେଳେ ବିପଦ ସମୟରେ ଆପଣଙ୍କର ସାଥ ଦେଇଥାନ୍ତି । କେବେ ବି ଧୋକା ଦିଅନ୍ତି ନାହିଁ । ଏହି ନିର୍ମଳ ହୃଦୟର ଝିଅ ନିଜ ଜୀବନ ସାଥିର ସବୁବେଳେ ସୁଖ ଦୁଃଖରେ ସାଥ ଦେଇଥାନ୍ତି । ପରନ୍ତୁ ନିଜ ଦୁଃଖ ସହ୍ୟ ନ କରି ପାରି କାନ୍ଦନ୍ତି ।