ଆଜିର ଏହି ଆର୍ଟିକିଲ ରେ ଆମେ ଆପଣଙ୍କୁ ସେହି ଜାଗା ବିଷୟରେ କହିବାକୁ ଯାଉଛୁ ଯେଉଁଠି ଗୋଟିଏ ପୁଅ ପାନ ଦେଇ ନିଜର ମନ ପସନ୍ଦ ଝିଅମାନଙ୍କୁ ନିଜ ସହିତ ନେଇ ଯାଇ ପାରିବ । ଏହି ପରମ୍ପରା ବିଷୟରେ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ କି ଗୋଟିଏ ପାନ ଦେବା ଦ୍ଵାରା ଝିଅମାନେ ଫେରାର ହୋଇ ଯାଆନ୍ତି, ଆଜି ଆମେ ଆପଣଙ୍କୁ ଏହି ସ୍ଥାନ ବିଷୟରେ ବିସ୍ତାର ରୂପରେ କହିବାକୁ ଯାଉଛୁ ।
ପୁଅ ଯଦି ଗୋଟିଏ ଝିଅକୁ ପାନ ଦେଇ ଦିଏ ତେବେ ସେହି ଝିଅ ସେହି ପୁଅ ସହିତ ଫେରାର ହେବା ପାଇଁ ପ୍ରସ୍ତୁତ ହୋଇଯାଏ । ମଧ୍ୟପ୍ରଦେଶର ହରଦା ଜିଲ୍ଲାରେ ଏହି ଅଜବ ଗଜବ ପରମ୍ପରା ଅଛି, ଯେଉଁଥିରେ ଝିଅମାନଙ୍କୁ ପାନ ଦେଇ ଫେରାର କରି ନିଆଯାଏ । ଏହାକୁ ଏକ ମେଳା ରୂପରେ ସେଠି ଆୟୋଜନ କରାଯାଏ । ଏହି ମେଳାରେ ବହୁତ ଆଦିବାସୀ ଓ ଅନ୍ୟ ଜନଜାତିର ଲୋକମାନେ ବି ଆସନ୍ତି ।
ଏଠିକାର ଲୋକମାନେ ଠଠିୟା ନାମକ ଏହି ମେଳାରେ ନିଜର ଜୀବନସାଥୀ ବାଛିଥାନ୍ତି । ଏଥିରେ କେତେକ ପୁଅ ଓ ଝିଅମାନେ ସାମିଲ ହୋଇଥାନ୍ତି । ପୁରୁଷମାନେ ଥରେ ନିଜର ଜୀବନସାଥିକୁ ବାଛିବା ପରେ ଝିଅମାନଙ୍କୁ ପାନ ଦେଇ ତାଙ୍କ ସହିତ ବିବାହ କରି ନିଅନ୍ତି । ଏହି ପରମ୍ପରା ମୋରଗଢ଼ୀ ଗ୍ରାମରେ ବହୁତ ବର୍ଷ ହେବ ଚାଲି ଆସୁଅଛି ।