ଗୋଟିଏ ହିଁ ରାତିରେ ହିଁ ଫଟା ଗୋଇଠିରୁ ପାଆନ୍ତୁ ମୁକ୍ତି, ଖାଲି କରିବାକୁ ପଡିବ ଏହି ସହଜ ଘରୋଇ ଉପାୟ

ପ୍ରାୟତଃ ସମସ୍ତେ ସବୁବେଳେ ନିଜର ଚେହରା ପ୍ରତି ଧ୍ୟାନ ଦେଇଥାନ୍ତି । କିନ୍ତୁ ପ୍ରାୟତଃ ଲୋକମାନେ ନିଜର ଗୋଡର ଯତ୍ନ ନେବାକୁ ଭୁଲି ଯାଆନ୍ତି । ଏହି କାରଣରୁ ଥଣ୍ଡା ଦିନରେ ଆମର ଗୋଇଠି ଫାଟିବାକୁ ଲାଗେ । ଗୋଇଠି ଫାଟିବା ଦ୍ଵାରା ଏହାର ଫାଟ ଗୁଡିକ ଏତେ ବଡ ହୋଇଯାଏ କି ଗୋଇଠି ମଧ୍ୟରୁ ରକ୍ତ ବାହାରିବାକୁ ଲାଗେ ଓ ଶୋଇବା ସମୟରେ ଗୋଇଠି ଫାଟି ଯାଇଥିବା ଅଂଶରେ ବହୁତ କଷ୍ଟ ହୋଇଥାଏ ।

ଗୋଇଠି ଫାଟିବାର ବହୁତ କାରଣ ହୋଇପାରେ । ପ୍ରଥମତଃ ଗୋଡରେ ତେଲ ନ ଲଗାଇବା ଦ୍ଵାରା ଗୋଇଠି ଶୁଖିଲା ରହିଥାଏ ଓ ଜଲ୍ଦି ଫାଟିବାକୁ ଲାଗେ । ଏହା ଛଡା ବିନା ଜୋତା ଚପଲ ପିନ୍ଧି ଯଦି ଆପଣ ଚାଲୁଛନ୍ତି ତେବେ ଏହି ପରିସ୍ଥିତିରେ ବି ଆପଣଙ୍କର ଗୋଇଠି ଫାଟିପାରେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଘରେଲୁ ଉପାୟ କହିବୁ ଯାହା ଦ୍ଵାରା ଅତି ସହଜରେ ଆପଣ ଘରେ ବସି ଫାଟି ଯାଇଥିବା ଗୋଇଠିରୁ ମୁକ୍ତି ପାଇ ପାରିବେ ।

ଏହି ଉପାୟକୁ ଆପଣଙ୍କୁ ତିନି ଦିନ ପର୍ଯ୍ୟନ୍ତ କରିବା ଦ୍ଵାରା ଫାଟି ଯାଇଥିବା ଗୋଇଠିରୁ ଆପଣ ମୁକ୍ତି ପାଇଯିବେ । ଏହି ଉପାୟ ଅନ୍ତର୍ଗତ ଆପଣଙ୍କୁ ପ୍ରଥମେ ନଡିଆ ତେଲ ନେବା ଉଚିତ । ୧ ରୁ ୨ ଚାମଚ ନଡିଆ ତେଲ ନିଅନ୍ତୁ, ଏହା ପରେ ଅଧା ଲେମ୍ବୁ ନିଅନ୍ତୁ । ବର୍ତ୍ତମାନ ଏହି ଲେମ୍ବୁରେ ନଡିଆ ତେଲ ଲଗାଇ ଫାଟି ଯାଇଥିବା ଗୋଇଠିର ସେହି ଅଂଶରେ ଲଗାନ୍ତୁ ।

ଏହା ଦ୍ଵାରା ଆପଣଙ୍କର ସ୍କ୍ରିନ ନରମ ହୋଇଯିବ ଓ ଯଦି ଆପଣଙ୍କର ସ୍କିନରେ ଆବର୍ଜନା ବି ଅଛି ତେବେ ତାହା ସବୁ ବାହାରିଯିବ । ଏହାକୁ ଆପଣ ରାତିରେ ଶୋଇବା ପୂର୍ବରୁ କରିବା ଉଚିତ ।

ଏହା ପରେ ଆପଣ Boroplus କିମ୍ବା Vaseline ନିଅନ୍ତୁ । ପ୍ରଥମେ ଆପଣ ନିଜର ଗୋଡରେ ଲଗାଇଥିବା ଲେମ୍ବୁ ଓ ନଡିଆ ତେଲକୁ ଏକ କପଡାରେ ପୋଛି ଦିଅନ୍ତୁ । ଏହା ପରେ Boroplus କିମ୍ବା Vaseline ମଧ୍ୟରୁ ଯେ କୌଣସି ଗୋଟିଏକୁ ଆପଣ ଫାଟିଯାଇଥିବା ଗୋଇଠିରେ ଲଗାନ୍ତୁ ।

ଏହା ସହିତ ଆପଣ Boroplus କିମ୍ବା Vaseline ଜାଗାରେ ଯେ କୌଣସି ବି କ୍ରିମ ଲଗାଇ ପାରିବେ । କେବଳ ତିନି ଦିନ ମଧ୍ୟରେ ଆପଣଙ୍କର ଫଟା ଗୋଇଠି ସବୁଦିନ ପାଇଁ ଭଲ ହୋଇଯିବ । ଯଦି ଆପଣ ନିଜର ଫଟା ଗୋଇଠିକୁ ଭଲ କରିବାକୁ ଚାହୁଁଛନ୍ତି ତେବେ ଏହି ଉପାୟ ନିଶ୍ଚିତ ରୂପରେ କରନ୍ତୁ ।