ଆମ ଭାରତରେ ଅଛି ଏହି ୬ଟି ସ୍ଥାନ, ଆଜି ମଧ୍ୟ ଏଠାକୁ ଭାରତୀୟମାନଙ୍କୁ ଯିବା ମନା

ଭାରତ ସ୍ଵାଧୀନ ହେବାର ୭୨ ବର୍ଷ ହୋଇସାରିଲାଣି । ପରନ୍ତୁ ଭାରତରେ ଏମିତି କିଛି ଜାଗା ଅଛି ଯେଉଁଠାକୁ ଭାରତୀୟମାନଙ୍କୁ ଯିବା ମନା । ଏହି ସ୍ଥାନର ସ୍ଵାମୀତ୍ୱ ଭାରତ ପାଖରେ ରହିଛି କିନ୍ତୁ ସେହି ସ୍ଥାନକୁ କେବଳ ବିଦେଶୀୟ ମାନେ ହିଁ ଯାଇପାରିବେ, ଭାରତୀୟ ମାନେ ଯାଇପାରିବେ ନାହିଁ । ଉତ୍ତର ଓ ଉତ୍ତର – ପୂର୍ବ ସୀମା କ୍ଷେତ୍ରରେ କିଛି ଜାଗା ରହିଛି ଯେଉଁଠାକୁ ଯିବା ପାଇଁ ସରକାରଙ୍କ ଅନୁମତି ନିଆଯାଏ ।

ଫ୍ରୀ କସୋଲ କ୍ୟାଫେ, କସୋଲ (ହିମାଚଳ ପ୍ରଦେଶ)

ଏହା ଏକ ଇଜରାୟଲ କ୍ୟାଫେ ଅତେ ଓ ଏହା ହିମାଚଳ ପ୍ରଦେଶରେ ଅବସ୍ଥିତ । ଏହା ୨୦୧୫ ରେ ତିଆରି ହୋଇଥିଲା । ଏଠାକାର ମାଲିକ ପାସପୋର୍ଟ ନଥିବା ଭାରତୀୟମାନଙ୍କୁ ଏଠାକୁ ଆସିବା ପାଇଁ ଅନୁମତି ଦେଇନଥିଲେ ।

ଉତ୍ତରୀ ସେଂଟିନଲ ଦ୍ୱୀପ, ଆଣ୍ଡାମାନ

ଏହା ଅଣ୍ଡମାନର ଏକ ଅଂଶ ଅଟେ । ଏହା ମେନ ଦ୍ୱୀପ ଠାରୁ ସମ୍ପୂର୍ଣ୍ଣ ଅଲଗା ଅଟେ । ଏଠାରେ ଏକ ଛୋଟ ଦ୍ୱୀପ ରହିଛି । ଏହା ସମୁଦ୍ର ନିକଟରେ ଅବସ୍ଥିତ । ଏହାକୁ ଜଙ୍ଗଲ ଘେରି ରହିଛି । ଏଠାରେ ଆଦିବାସୀମାନେ ରୁହନ୍ତି ଓ ସେମାନେ ଚାହାନ୍ତି ନାହିଁ କି ସେହି ଦ୍ୱୀପକୁ କୌଣସି ପର୍ଯ୍ୟଟକ ବୁଲିବା ପାଇଁ ଆସନ୍ତୁ । ୨୦୦୪ ମସିହାରେ ଆସିଥିବା ସୁନାମି ଏହି ଦ୍ୱୀପ ଉପରେ ପ୍ରଭାବ ପକାଇଥିଲା ।

ଚେନ୍ନାଇର ଏକ ଲଜ

ଚେନ୍ନାଇର ଏହା ଏକ ଏମିତି ଜାଗା ଅଟେ ଯେଉଁଠିକୁ କେବଳ ବିଦେଶୀ ପର୍ଯ୍ୟଟକମାନଙ୍କୁ ଆସିବାକୁ ଅନୁମତି ଦିଆଯାଏ । ଏହି ଲଜର ନାମ ହାଇଲ୍ୟାଣ୍ଡ ଅଟେ ।

ଗୋଆ ଓ ପୁଦୁଚେରୀର କିଛି ସମୁଦ୍ର ତଟ କେବଳ ବିଦେଶୀୟ ମାନଙ୍କ ପାଇଁ ଅଟେ

ଗୋଆରେ ବହୁତ ସମୁଦ୍ର ତଟ ଓ ରେଷ୍ଟୁରାଣ୍ଟ ରହିଛି । ଏହାର ମାଲିକ ଭାରତର ଲୋକମାନଙ୍କ ବଦଳରେ ବିଦେଶୀମାନଙ୍କୁ ଅନୁମତି ଦେଇଥାନ୍ତି । ପୁଦୁଚେରୀରେ ମଧ୍ୟ ଏହିପରି ପରିସ୍ଥିତି ଦେଖା ଦେଇଥାଏ ।

ଲକ୍ଷଦ୍ୱୀପ ସମୂହର କିଛି ଦ୍ୱୀପ

ଏଠାରେ ଏମିତି କିଛି ଦ୍ୱୀପ ରହିଛି ଯେଉଁଠିକୁ ଭାରତୀୟ ଓ ବିଦେଶୀୟମାନଙ୍କୁ ଯିବା ମନା । ବିଦେଶୀୟମାନଙ୍କୁ କେବଳ ଅଗାତୀ, କଦମତ ଓ ବାଙ୍ଗରମ ଦ୍ୱୀପ ଗୁଡିକୁ ଯିବା ପାଇଁ ଅନୁମତି ରହିଛି । ଭାରତୀୟ ମାନଙ୍କୁ ମିନିକାୟ ଓ ଅମିନୀ ଦ୍ୱୀପକୁ ଯିବାର ଅନୁମତି ରହିଛି ।

ହିମାଚଳ ପ୍ରଦେଶର ମଲାନା ଗାଁ

ଭାରତର ପ୍ରାଚୀନ ଗାଁ ମଲାନା ଅଟେ । ଯାହାକୁ ଆଲେକଜାଣ୍ଡର ତିଆରି କରିଥିଲେ । ଏହି ଗାଁର ସୀମାକୁ ପାର କରିବାର ଅନୁମତି ନାହିଁ । ଏହି ଗାଁର ଭାଷା କଂଶୀ ଅଟେ । ଏହା ବହୁତ ପବିତ୍ର ଅଟେ । ଏହି ଗାଁର ମନ୍ଦିରକୁ ବାହାର ଲୋକ ଯିବା ନିଷେଧ ।