ସମ୍ବଲପୁର ସିରିୟଲ ଚୋରୀରେ ନାବାଳକ ସହିତ ଚାରି ଜଣ ଚୋର ପୁଲିସ ହାତରେ ଧରା ପଡିଲେ

ଗତ ଶୁକ୍ରବାର ଦିନ ଅଧା ରାତିରେ ଖେତରଜପୁର ଥାନା ଅନ୍ତର୍ଗତ ତାଲଭଟ୍ଟା ପଡ଼ାରେ ହୋଇଥିବା ସିରିୟଲ ଚୋରୀ ର ଆରୋପରେ ପୋଲିସ ଜଣେ ନାବାଳକ ସହିତ ଚାରି ଜଣଙ୍କୁ ଧରିଛି । ଏହା ସହିତ ପୋଲିସ ଚୋରମାନଙ୍କ ଠାରୁ ସମସ୍ତ ଚୋରୀ ଜିନିଷକୁ ବି ନିଜ ଆୟତରେ ନେଇଛନ୍ତି । ପଚରା ଉଚରା ପରେ ଜଣା ପଡିଲା କି ତିନି ଜଣ ଆରୋପି ଖେତରାଜପୁର ଥାନାର କୃଷ୍ଣା ନଗର ନିବାସୀ ବବୁଆ ପାଣ୍ଡେ, ତାଲଭଟ୍ଟା ପଡ଼ା ନିବାସୀ ରାଜେଶ ବାଗ ତଥା ମଦନ ନାଗ ଓରଫ ଦାରାସିଂହକୁ ଜେଲ ଓ ନାବାଳିକକୁ ଜୁବେନାଇଲ ଜସ୍ଟିସ ବୋର୍ଡ ସମ୍ମୁଖରେ ହାଜିର କରି ବାଲ୍ୟ ସୁଧାରଗୃହ ପଠାଇ ଦିଆ ଯାଇଛି ।

ଖେତରାଜପୁର ପୋଲିସ ଅନୁସାରେ, ଶନିବାର ଦିନ ତାଲଭଟ୍ଟା ପଡ଼ାର ସୁଶାନ୍ତ ରାଉତ ଥାନାରେ ରିପୋର୍ଟ ରୁଜୁ କରିଥିଲେ କି ଶୁକ୍ରବାର ଦିନ ଅଧ ରାତିରେ ତାଲଭଟ୍ଟାନୀ ମନ୍ଦିର ନିକଟରେ ଠିଆ ହୋଇଥିବା ତାଙ୍କର କାର ରୁ ଗୋଟିଏ ଟାୟାର ସମେତ ଅନ୍ୟ କିଛି ଜିନିଷ ଚୋରୀ ହୋଇ ଯାଇଛି ।

ଏହା ପରେ ଚୋରମାନେ ସେହି ଅଞ୍ଚଳର ବାଦଲରାଜ ସାହୁ ଘରୁ ଏକ ସାଇକେଲ ଓ ବିନୟ ସାରଡା ଘରୁ ମୋଟରପମ୍ପ, ମାର୍ବଲ କଟର ମେସିନ, ଇଲେକ୍ଟ୍ରିକ କଟର ମେସିନ ଇତ୍ୟାଦି ଚୋରୀ କରି ନେଇଯାଇଥିଲେ । ଏହା ପରେ ଗୋଟିଏ ରାତିରେ ତିନୋଟି ଚୋରୀ ର ଘଟଣାକୁ ପୋଲିସ ଗମ୍ଭୀରତାର ସହ ନେଲା ଓ ଯାଞ୍ଚ କରି ରବିବାର ଦିନ ଚାରି ଜଣ ଆରୋପିଙ୍କୁ ଗିରଫ କରି ସବୁ ଜିନିଷକୁ ନିଜ ଅଧୀନରେ ଆଣିଲେ । ପଙ୍ଖା ଓ ପୋର୍ଟେବଲ ସ୍ପୀକର ବି ଚୋରମାନଙ୍କ ଠାରୁ ମିଳିଛି , ଯାହା ଅନ୍ୟ ଏକ ସ୍ଥାନରୁ ଚୋରୀ କରାଯାଇଥିଲା ।