ମଙ୍ଗଳ ବଦଳାଇଲେ ନିଜର ଚାଲ – କେଉଁ ରାଶିମାନଙ୍କ ପାଇଁ ରହିବ ଶୁଭ ଓ କାହା ଜୀବନରେ ଆସିବ ସମସ୍ୟା, ଜାଣନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କର ଲଗାତର ଗତି ପରିବର୍ତ୍ତନ ହେବା କାରଣରୁ ସମସ୍ତ ୧୨ ଟି ରାଶି ପ୍ରଭାବିତ ହୋଇଥାଏ । ଗ୍ରହମାନଙ୍କର ଗତି ପରିବର୍ତ୍ତନ ରାଶି ଗୁଡିକ ଉପରେ କିପରି ପ୍ରଭାବ ପକାଇବ ଏହା ସେମାନଙ୍କର ସ୍ଥିତି ଉପରେ ନିର୍ଭର କରିଥାଏ । ଗ୍ରହମାନଙ୍କର ଶୁଭ ଓ ଅଶୁଭ ସ୍ଥିତି ଅନୁସାରେ ହିଁ ଏହି ସବୁ ରାଶିର ଲୋକମାନଙ୍କ ଜୀବନରେ ସୁଖ ସମୟ ଓ ସମସ୍ୟା ଉତ୍ପନ୍ନ ହୋଇଥାଏ ।

ଆପଣଙ୍କୁ କହିଦେଉଛୁ କି ମଙ୍ଗଳ ୨୫ ଡିସେମ୍ବରରେ ବିଛା ରାଶିରେ ପ୍ରବେଶ କରିଛନ୍ତି, ଯେଉଁ କାରଣରୁ ଏମିତି କିଛି ରାଶି ଅଛନ୍ତି ଯାହାଙ୍କ ଉପରେ ଏହାର ଖରାପ ପ୍ରଭାବ ପଡିବ ଓ କିଛି ରାଶି ଏମିତି ଅଛନ୍ତି ଯାହାଙ୍କ ଜୀବନରେ ଭଲ ପ୍ରଭାବ ଦେଖିବାକୁ ମିଳିବ ।

ଆସନ୍ତୁ ଜାଣିବା ମଙ୍ଗଳଙ୍କ ରାଶି ପରିବର୍ତ୍ତନ କାରଣରୁ କେଉଁ ରାଶିମାନଙ୍କ ଉପରେ ପଡିବ ଶୁଭ ପ୍ରଭାବ

ବୃଷ ରାଶି

ବୃଷ ରାଶିର ଲୋକମାନଙ୍କ ଜାତକରେ ମଙ୍ଗଳ ସପ୍ତମ ଭାଗରେ ଗୋଚର କରିବେ । ଯେଉଁ କାରଣରୁ ମହିଳାମାନଙ୍କର ପାରିବାରିକ ଜୀବନ ସୁଖମୟ ରହିବ । ସନ୍ତାନଙ୍କ ବିଷୟରେ କୌଣସି ମହତ୍ଵପୂର୍ଣ୍ଣ ସମାଚାର ଶୁଣିବେ । ବ୍ୟବସାୟରେ ସଫଳତା ଅର୍ଜନ ତଥା ଦୂରଯାତ୍ରାର ସୁଯୋଗ ପାଇବେ ।

ସିଂହ ରାଶି

ସିଂହ ରାଶିର ଲୋକମାନଙ୍କର ଜାତକରେ ମଙ୍ଗଳ ଚତୁର୍ଥ ଭାଗରେ ଗୋଚର କରିବେ । ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହାକୁ ଆପଣ ବୁଦ୍ଧିମତାର ସହ ସମାଧାନ କରିବେ । କମ ପରିଶ୍ରମରେ ଆଶ୍ଚର୍ଯ୍ୟକନକ ଫଳପ୍ରାପ୍ତି ହେବ । କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଙ୍ଗୀତ ଇତ୍ୟାଦି କ୍ଷେତ୍ରରେ ପ୍ରତିଷ୍ଠା, ପ୍ରତିପତ୍ତି, ମାନସମ୍ମାନ ଓ କ୍ଷାତି ବଢିବ ।

କନ୍ୟା ରାଶି

କନ୍ୟା ରାଶିର ଲୋକମାନଙ୍କ ପାଇଁ ମଙ୍ଗଳର ରାଶି ପରିବର୍ତ୍ତନ ଉତ୍ତମ ପ୍ରମାଣିତ ହେବ । କର୍ମ କ୍ଷେତ୍ରରେ ସହଯୋଗୀମାନଙ୍କ ଯୋଗୁଁ ଉତ୍ତମ କାର୍ଯ୍ୟ କରି ପଦୋନ୍ନତି ହୋଇପାରେ । ମହିଳାମାନେ ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । କୌଣସି ଭଲ ବ୍ୟକ୍ତିଙ୍କ ଠାରୁ ସହାୟତା ମିଳିବ ।

ମକର ରାଶି

ମକର ରାଶିର ଲୋକମାନଙ୍କ ପାଇଁ ମଙ୍ଗଳ ରାଶିର ପରିବର୍ତ୍ତନ ଭଲ ପ୍ରମାଣିତ ହେବ । କର୍ମକ୍ଷେତ୍ରରେ ଶୁଭ ସୂଚନା ପାଇବେ । ବ୍ୟବସାୟୀମାନେ ପ୍ରଚୁର ଲାଭ ପାଇବେ । ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ମିଳିବ । ସବୁ କାମ ବହୁତ ସହଜରେ ହିଁ ସମ୍ପନ୍ନ ହେବ ।

କୁମ୍ଭ ରାଶି

କୁମ୍ଭ ରାଶିର ଲୋକମାନଙ୍କ ପାଇଁ ମଙ୍ଗଳର ରାଶି ପରିବର୍ତ୍ତନ ଭଲ ପ୍ରମାଣିତ ହେବ । ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ । ମାଲିମୋକଦ୍ଦମାରେ ଜୟଯୁକ୍ତ ହେବେ । ରାଜନୀତି କ୍ଷେତ୍ରରେ ମାନସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ।

ମୀନ ରାଶି

ମୀନ ରାଶିର ଲୋକମାନଙ୍କୁ ମଙ୍ଗଳର ରାଶି ପରିବର୍ତ୍ତନ କାରଣରୁ ଭାଗ୍ୟର ପୁରା ସହଯୋଗ ମିଳିବ । କର୍ମ କ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ । ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ । ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ସ୍ଥିର ହେବ ।

ଆସନ୍ତୁ ଜାଣିବା ବାକି ରାଶିମାନଙ୍କର କେମିତି ରହିବ ଅବସ୍ଥା

ମେଷ ରାଶି

ମେଷ ରାଶିର ଲୋକମାନଙ୍କର ଜାତକରେ ମଙ୍ଗଳ ଅଷ୍ଟମ ଭାଗରେ ଗୋଚର କରିବେ । ଯେଉଁ କାରଣରୁ ଏହି ରାଶିର ଲୋକମାନଙ୍କୁ ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖିବା ଦରକାର । ଘର ପରିବାରରେ କୌଣସି ବିବାଦ ହୋଇପାରେ ।

ମିଥୁନ ରାଶି

ମିଥୁନ ରାଶିର ଲୋକମାନଙ୍କର ଜାତକରେ ମଙ୍ଗଳ ଷଷ୍ଠ ଭାଗରେ ଗୋଚର କରିବେ । ଯେଉଁ କାରଣରୁ ଆପଣ ଖର୍ଚାନ୍ତ ହୋଇ ପାରନ୍ତି । ଆପଣ କୌଣସି ଦୂର ସ୍ଥାନକୁ ଯାଆନ୍ତୁ ନାହିଁ ନଚେତ ଆପଣଙ୍କର ଦୁର୍ଘଟଣା ହୋଇପାରେ ।

କର୍କଟ ରାଶି

କର୍କଟ ରାଶିର ଲୋକମାନଙ୍କର ଜାତକରେ ମଙ୍ଗଳ ପଞ୍ଚମ ଭାଗରେ ଗୋଚର କରିବାକୁ ଯାଉଛନ୍ତି । ଯେଉଁ କାରଣରୁ ଆପଣଙ୍କୁ ନିଜ ରାଗ ଉପରେ ନିୟନ୍ତ୍ରଣ ରଖିବା ଦରକାର । ଆପଣଙ୍କର ଆମଦାନୀ କମ ହୋଇପାରେ ।

ତୁଳା ରାଶି

ତୁଳା ରାଶିର ଲୋକମାନଙ୍କ ପାଇଁ ମଙ୍ଗଳ ରାଶି ପରିବର୍ତ୍ତନ କଠିନ ରହିବାର ଅଛି । ଆପଣଙ୍କର କାର୍ଯ୍ୟ ଉପରେ କିଛି ଖରାପ ଲୋକମାନଙ୍କର ନଜର ରହିବ । ଘର ପରିବାରର ପରିସ୍ଥିତି ସାମାନ୍ୟ ରହିବ ।

ବିଛା ରାଶି

ବିଛା ରାଶିର ଲୋକମାନଙ୍କ ପାଇଁ ମଙ୍ଗଳ ରାଶିର ପରିବର୍ତ୍ତନ ସମସ୍ୟା ଆଣିପାରେ । କାର୍ଯ୍ୟସ୍ଥଳରେ ଆପଣଙ୍କର କାର୍ଯ୍ୟ ଖରାପ ହୋଇପାରେ । କିନ୍ତୁ ଜୀବନସାଥୀର ପୁରା ସହଯୋଗ ମିଳିବ ।

ଧନୁ ରାଶି

ଧନୁ ରାଶିର ଲୋକମାନଙ୍କୁ ମଙ୍ଗଳ ରାଶିର ପରିବର୍ତ୍ତନ କାରଣରୁ ଧନ ହାନି ହେବାର ସମ୍ଭାବନା ଅଛି । ଆପଣଙ୍କୁ ଆର୍ଥିକ ମାମଲାରେ ସାବଧାନ ରହିବା ଦରକାର । ମାତା – ପିତାଙ୍କର ସ୍ୱାସ୍ଥ୍ୟ କମଜୋର ରହିବ ।