ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଭଲ ଭାଗ୍ୟ ପଛରେ ଗ୍ରହ ଗୁଡିକର ଗତି ପରିବର୍ତ୍ତନର ମୁଖ୍ୟ ଭୂମିକା ଥାଏ । ଯଦି ଗ୍ରହ ଗୁଡିକର ସ୍ଥିତି କୌଣସି ବ୍ୟକ୍ତିର ରାଶିରେ ଶୁଭରେ ଅଛି ତେବେ ଏହି କାରଣରୁ ବ୍ୟକ୍ତି ଭାଗ୍ୟଶାଳୀ ପ୍ରମାଣିତ ହୋଇଥାଏ । କିନ୍ତୁ ଏମାନଙ୍କର ସ୍ଥିତି ଠିକ ନ ଥିଲେ ତେବେ ବ୍ୟକ୍ତିକୁ ବିଭିନ୍ନ ସମସ୍ୟା ଦେଇ ଗତି କରିବାକୁ ପଡିଥାଏ । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି କିଛି ହିଁ ଦିନରେ ପୁରୁଣା ବର୍ଷ ଶେଷ ହେବାକୁ ଯାଉଛି ଓ ବର୍ଷ ୨୦୨୦ ଆରମ୍ଭ ହେବାର ଅଛି ।
ଜ୍ୟୋତିଷ ଗଣନା ଅନୁସାରେ ୧୦୦ ବର୍ଷ ପରେ ନୂଆ ବର୍ଷରେ କିଛି ରାଶି ଗୁଡିକର ମହା ରାଜଯୋଗ ହେଉଛି, ଯେଉଁ କାରଣରୁ ମାତା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ଏହି ରାଶି ଗୁଡିକ ଉପରେ ରହିବ ଓ ଏମାନଙ୍କର ସମସ୍ତ ଇଚ୍ଛା ପୁରା ହେବ ।
ଆସନ୍ତୁ ଜାଣିବା ନୂଆ ବର୍ଷରେ କେଉଁ ରାଶିମାନଙ୍କର ଜାତକରେ ରହିବ ରାଜଯୋଗ
ମେଷ ରାଶି
ମେଷ ରାଶିର ଲୋକମାନଙ୍କର ଜାତକରେ ଶୁକ୍ର ଓ ଚନ୍ଦ୍ରମା ଦୁଇଟି ହିଁ ଶୁଭ ସ୍ଥାନରେ ବିରାଜମାନ ଅଛନ୍ତି । ଏହି ରାଶିର ବ୍ୟକ୍ତିଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ବିଶେଷ ଆଶୀର୍ବାଦ ରହିବ । ଜୀବନରେ ଆଗକୁ ବଢିବାର ଅନେକ ସୁଯୋଗ ମିଳିବ । କିଛି ନୂତନ ଯୋଜନା ଆରମ୍ଭ କରିବେ ଯେଉଁଥିରେ ସଫଳ ମଧ୍ୟ ହେବେ ।
ମିଥୁନ ରାଶି
ମିଥୁନ ରାଶିର ଲୋକମାନଙ୍କ ପାଇଁ ଆସୁଥିବା ବର୍ଷ ଖୁସିରେ ଭରପୁର ରହିବ । ଆପଣଙ୍କୁ ନିଜ କାର୍ଯ୍ୟ କ୍ଷେତ୍ରରେ ଭଲ ଲାଭ ମିଳିବ । ଆପଣ ନେଇଥିବା ନିର୍ଣ୍ଣୟ ସଠିକ ପ୍ରମାଣିତ ହେବ । ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଆର୍ଥିକ ସ୍ଥିତି ମଜବୁତ ରହିବ । ଧନ ଲାଭର ଅବସର ମିଳିବ ।
କନ୍ୟା ରାଶି
କନ୍ୟା ରାଶିର ଲୋକମାନଙ୍କ ଜୀବନରେ ନୂଆ ବର୍ଷରେ ବହୁତ ସୁଧାର ଦେଖିବାକୁ ମିଳିବ । କନ୍ୟା ରାଶିର ବ୍ୟକ୍ତିମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ଦୃଷ୍ଟି ରହିବ । ଜୀବନରେ ଥିବା ସମସ୍ତ ସମସ୍ୟା ସମାପ୍ତ ହୋଇଯିବ । ଯେକୌଣସି କାର୍ଯ୍ୟ କରିବେ ସେଥିରେ ସଫଳତା ନିଶ୍ଚିତ ମିଳିବ ।
ମକର ରାଶି
ମକର ରାଶିର ଲୋକମାନଙ୍କର ନୂତନ ବର୍ଷ ଶୁଭ ରହିବାର ଅଛି । ବିଶେଷତଃ ବ୍ୟବସାୟୀ ଲୋକମାନଙ୍କୁ ବିଶେଷ ଲାଭ ମିଳିବ । ଚାକିରି କରିଥିବା ବ୍ୟକ୍ତିଙ୍କର ଆୟରେ ବୃଦ୍ଧି ହେବ । ଜୀବନର କିଛି କ୍ଷେତ୍ରରେ ପରିବର୍ତ୍ତନ ଦେଖା ଦେବ । ଧନ ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହେବ ।
କୁମ୍ଭ ରାଶି
କୁମ୍ଭ ରାଶିର ଲୋକମାନଙ୍କୁ ନୂଆ ବର୍ଷରେ ପରିଶ୍ରମର ପୁରା ଲାଭ ମିଳିବ । କୁମ୍ଭ ରାଶି ବ୍ୟକ୍ତିଙ୍କ ଉପରେ ଧନର ଦେବୀ ମାତା ଲକ୍ଷ୍ମୀଙ୍କର କୃପା ବର୍ଷିବାର ଅଛି । ଆପଣଙ୍କୁ ଅକସ୍ମାତ ଧନ ଲାଭ ହେବାର ଯୋଗ ହେଉଛି । ଆପଣଙ୍କର ଅଟକିଥିବା ଧନ ବି ମିଳିଯିବ ।