ଆସିଗଲା ରାନୁ ମଣ୍ଡଳ ଓ ହିମେଶ ରେଶମିୟାଙ୍କର ପୁରା ଗୀତ, ବହୁତ ଜଲ୍ଦି ଭାଇରାଲ ହେଉଛି ଭିଡିଓ

କେବେ ରାନାଘାଟ ଷ୍ଟେସନ ଉପରେ ଲଗାତର ଲତା ମଙ୍ଗେଷ୍କରଙ୍କର ଗୀତ ଗାଈ ନିଜର ପେଟ ପାଳୁଥିବା ରାନୁ ମଣ୍ଡଳ ବର୍ତ୍ତମାନ ସୋସିଆଲ ମିଡିଆରେ ଷ୍ଟାର ହୋଇ ଯାଇଛନ୍ତି । କହିବାକୁ ଗଲେ ରାନୁ ମଣ୍ଡଳଙ୍କର ସୁନ୍ଦର ଆବାଜ ସମସ୍ତଙ୍କର ହୃଦୟକୁ ଜିତି ନେଇଛି । ରାନୁ ମଣ୍ଡଳ ଓ ହିମେଶ ରେଶମିୟା ମିଶି ଗୋଟିଏ ଗୀତକୁ ରେକର୍ଡ କରିଥିଲେ । ଯାହାର ଗୋଟିଏ ଝଲକ ସୋସିଆଲ ମିଡିଆରେ ବହୁତ ଶେୟାର କରା ଯାଇଥିଲା ଓ ବର୍ତ୍ତମାନ

ଏହି ଗୀତର ପୁରା ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ରାନୁ ମଣ୍ଡଳ ‘ହାପି ହାର୍ଡି ଏଂଡ ହୀର’ ଫିଲ୍ମର ‘ତେରୀ ମେରୀ କହାନୀ’ ଗୀତକୁ ଗାଉଥିବାର ନଜର ଆସୁଛନ୍ତି ।

ବର୍ତ୍ତମାନ ଆପଣ ରାନୁ ମଣ୍ଡଳଙ୍କ ଆବାଜରେ ଏହି ଗୀତର କେବଳ ଗୋଟିଏ ହିଁ ଲାଇନ ଶୁଣିଥିଲେ । କିନ୍ତୁ ବର୍ତ୍ତମାନ ଏହାର ପୁରା ଗୀତ ସାମ୍ନାକୁ ଆସିଯାଇଛି । ଯେଉଁଥିରେ ହିମେଶ ରେଶମିୟା ଡବଲ ରୋଲରେ ନଜର ଆସୁଛନ୍ତି । ଏହି ଗୀତକୁ ରାନୁ ମଣ୍ଡଳ ବହୁତ ସୁନ୍ଦର ଭାବରେ ଗାଇଛନ୍ତି, ଯାହାକୁ ସୋସିଆଲ ମିଡିଆରେ ବହୁତ ଭଲ ପାଇବା ବି ମିଳୁଛି ।

ରେଲୱେ ଷ୍ଟେସନରେ ଲତା ମଙ୍ଗେଷ୍କରଙ୍କର ଗୀତ ଗାଉଥିବା ରାନୁ ମଣ୍ଡଳ ଆଜି କୌଣସି ପରିଚୟର ମୋହତାଜ ନୁହନ୍ତି । ଆଜି ତାଙ୍କର ଆବାଜ ହିଁ ତାଙ୍କର ପରିଚୟ ହୋଇ ୟାଇଛି । ରାନୁ ମଣ୍ଡଳଙ୍କୁ ବର୍ତ୍ତମାନ ବହୁତ ଅଫର ଆସିବାକୁ ଲାଗିଛି, ଯେଉଁ କାରଣରୁ ସେ ବର୍ତ୍ତମାନ ରାତାରାତି ଷ୍ଟାର ହୋଇ ଯାଇଛନ୍ତି ନା କି ସେ ଆଉ ପୂର୍ବ ଭଳି ରେଲୱେ ଷ୍ଟେସନରେ ଗୀତ ଗାଉଛନ୍ତି ।

ରୋମାଣ୍ଟିକ ଅନ୍ଦାଜରେ ନଜର ଆସୁଛନ୍ତି ହିମେଶ ରେଶମିୟା

‘ତେରୀ ମେରୀ କହାନୀ’ ରେ ହିମେଶ ରେଶମିୟା ରୋମାଣ୍ଟିକ ଅନ୍ଦାଜରେ ନଜର ଆସୁଛନ୍ତି । ଏମିତିରେ ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁତ ଜଲ୍ଦି ଭାଇରାଲ ହେଉଛି । ଯଦି ରାନୁ ମଣ୍ଡଳଙ୍କ କଥା କହିବା ତେବେ ତାଙ୍କର ପରିଶ୍ରମ ଓ ସଂଘର୍ଷର ଚର୍ଚା ପୁରା ଦୁନିଆରେ ହେଉଛି ।

ଦେଖନ୍ତୁ ଭିଡିଓ –

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।