ଗଣପତିଙ୍କ ସେହି ସବୁ ପ୍ରସିଦ୍ଧ ମନ୍ଦିର ବିଷୟରେ ଯେଉଁଠି ଦର୍ଶନ କରିବା ସଙ୍ଗେ ସଙ୍ଗେ ଦୂର ହୋଇଯାଏ ସବୁ ଦୁଃଖ

ବିଘ୍ନହର୍ତା ଗଣେଶ ଯିଏକି ସମସ୍ତ ଦେବୀ – ଦେବତାଙ୍କ ମଧ୍ୟରେ ସର୍ବ ପ୍ରଥମ ପୂଜନୀୟ ହୋଇଥାନ୍ତି । ଯଦି ଗଣେଶ ଭଗବାନ କୌଣସି ବ୍ୟକ୍ତି ଉପରେ ଦୟାଳୁ ହୋଇଯାଆନ୍ତି ତେବେ ସେହି ବ୍ୟକ୍ତିର ସମସ୍ତ କଷ୍ଟ ଦୂର ହୋଇଯାଏ । ଏମିତିରେ ସମସ୍ତେ ଗଣେଶ ଚତୁର୍ଥିର ଉତ୍ସବକୁ ଭଗବାନ ଗଣେଶଙ୍କର ଜନ୍ମୋତ୍ସବ ରୂପରେ ପାଳନ କରିଥାନ୍ତି । ଏହି ବର୍ଷ ୨ ସେପ୍ଟେମ୍ବର ୨୦୧୯ ରେ ଗଣେଶ ଚତୁର୍ଥିର ଉତ୍ସବ ପାଳନ କରାଯିବ ।

ଗଣେଶ ଚତୁର୍ଥିର ଉତ୍ସବକୁ ସମସ୍ତେ ଅତି ଉତ୍ସାହର ସହ ପାଳନ କରିଥାନ୍ତି । କହିବାକୁ ଗଲେ ବିଶ୍ଵ ସାରା ଭଗବାନ ଗଣେଶଙ୍କର ବହୁତ ମନ୍ଦିର ଅଛି । ଯାହାର ନିଜସ୍ଵ ବିଶେଷତ୍ତ୍ଵ ଅଛି । ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣଙ୍କୁ ଗଣପତି ବପ୍ପାଙ୍କର କିଛି ପ୍ରସିଦ୍ଧ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯେଉଁଠି ଦର୍ଶନ କରିବା ମାତ୍ରେ ହିଁ ଆପଣଙ୍କର ଜୀବନର ସମସ୍ତ ଦୁଃଖ ସମାପ୍ତ ହୋଇ ଯିବ ।

ଶ୍ରୀ ସିଦ୍ଧିବିନାୟକ ମନ୍ଦିର, ମୁମ୍ବାଇ

ଭଗବାନ ଗଣେଶଙ୍କର ବିଶ୍ଵ ପ୍ରସିଦ୍ଧ ମନ୍ଦିର “ଶ୍ରୀ ସିଦ୍ଧିବିନାୟକ ମନ୍ଦିର“ ଯାହାକି ମୁମ୍ବାଇରେ ଅବସ୍ଥିତ । ଭଗବାନ ଗଣେଶଙ୍କର ସମସ୍ତ ମନ୍ଦିର ମଧ୍ୟରେ ଏହି ମନ୍ଦିରର ନାମ ସର୍ବ ପ୍ରଥମେ ଆସିଥାଏ । ଏହି ମନ୍ଦିର ବିଷୟରେ ଏମିତି ବି କୁହାଯାଏ କି ଏହି ମନ୍ଦିରର ନିର୍ମାଣ ଏକ ନିସନ୍ତାନ ମହିଳା କରିଥିଲେ । ଏହି ମନ୍ଦିରକୁ କେବଳ ଦେଶର ଲୋକମାନେ ନୁହେଁ ବିଦେଶରୁ ବି ପର୍ଯ୍ୟଟକମାନେ ଏହି ମନ୍ଦିରର ଦର୍ଶନ ପାଇଁ ଆସିଥାନ୍ତି । ଏହା ଛଡା ବଡ ବଡ ବଲୀଉଡ ଷ୍ଟାରମାନେ ବି ଏଠି ଦର୍ଶନ ପାଇଁ ଆସିଥାନ୍ତି ।

କନିପକମ ବିନାୟକ ମନ୍ଦିର, ଆନ୍ଧ୍ର ପ୍ରଦେଶ, ଚିତ୍ତୂର

ଭକ୍ତ ମାନଙ୍କର ସମସ୍ତ ବିଘ୍ନକୁ ଦୂର କରୁଥିବା ଭଗବାନ ଗଣେଶଙ୍କର ଏହି ମନ୍ଦିର ଆନ୍ଧ ପ୍ରଦେଶର ଚିତ୍ତୂରରେ ଅବସ୍ଥିତ । ଏହି ମନ୍ଦିର ବିଷୟରେ ଏମିତି କୁହାଯାଏ କି ଏଠି ଆସୁଥିବା ସମସ୍ତ ଭକ୍ତ ମାନଙ୍କର ପାପକୁ ଭଗବାନ ସମାପ୍ତ କରି ଦିଅନ୍ତି । ଏହି ମନ୍ଦିରର ଖାସ କଥା ଏହା ଅଟେ କି ଏହି ମନ୍ଦିରକୁ ନଦୀର ମଝି ଭାଗରେ ପ୍ରସ୍ତୁତ କରାଯାଇଛି ।

ମଧୁର ମହାଗଣପତି ମନ୍ଦିର, କେରଳ

ଭଗବାନ ଗଣେଶଙ୍କର ଏହି ବିଶ୍ଵ ପ୍ରସିଦ୍ଧ ମନ୍ଦିର “ମଧୁର ମହାଗଣପତି ମନ୍ଦିର” କେରଳରେ ଅବସ୍ଥିତ । ଏହି ମନ୍ଦିର ବିଷୟରେ କୁହାଯାଏ କି ଏହି ସ୍ଥାନରେ ପ୍ରଥମେ ଭଗବାନ ଶିବଙ୍କର ମନ୍ଦିର ଥିଲା । କିନ୍ତୁ ପୂଜାରୀଙ୍କର ଛୋଟ ପୁଅ ମନ୍ଦିରର ଗର୍ଭ ଗୃହ କାନ୍ଥରେ ଭଗବାନ ଗଣେଶଙ୍କର ଏକ ପ୍ରତିମା ନିର୍ମାଣ କରିଥିଲେ, ଯାହାର ଆକାର ଦିନକୁ ଦିନ ବଢିବାକୁ ଲାଗିଲା ଓ ସେହି ସମୟରୁ ହିଁ ଏହି ମନ୍ଦିର ଖାସ ହୋଇ ଯାଇଛି ।

ଶ୍ରୀମଂତ ଦଗଡୂଶେଠ ହଲୱାଈ ମନ୍ଦିର, ପୁଣେ

ଭଗବାନ ଗଣେଶଙ୍କର ଶ୍ରୀମଂତ ଦଗଡୂଶେଠ ହଲୱାଈ ମନ୍ଦିର ପୁଣେରେ ଅବସ୍ଥିତ । ଏହି ମନ୍ଦିରକୁ ସବୁଠୁ ଧନୀ ମନ୍ଦିର ବୋଲି ବି କୁହାଯାଏ । ଏହି ମନ୍ଦିର ବିଷୟରେ ଏମିତି କୁହାଯାଏ କି ବହୁତ ବର୍ଷ ତଳେ ଶ୍ରୀମଂତ ଦଗଡୂଶେଠ ଓ ତାଙ୍କର ପତ୍ନୀ ଲକ୍ଷ୍ମୀବାଈ ନିଜର ଏକମାତ୍ର ପୁଅକୁ ହରାଇ ଦେଇଥିଲେ । ଯାହା ପରେ ସେମାନେ ଏହି ସ୍ଥାନରେ ଭଗବାନ ଗଣେଶଙ୍କର ଏକ ମୂର୍ତି ସ୍ଥାପନା କରିଥିଲେ ।