ବିରାଟଙ୍କ ପରେ ରୋହିତ ଶର୍ମା ଅନୁଷ୍କାଙ୍କ ଠାରୁ ବି ମୁହଁ ବୁଲାଇ ନେଲେ, କୋହଲି – ହିଟମ୍ୟାନ ଙ୍କ ଭିତରେ ଆସିଲା ଦୂରତା, ଜାଣନ୍ତୁ କଣ ରହିଛି ଏହା ପଛର କାରଣ

ୱାର୍ଲ୍ଡ କପ ପରେ ଭାରତୀୟ ଟିମ ସହ ଜଡିତ ବିଭିନ୍ନ ଖବର ସାମ୍ନାକୁ ଆସୁଛି । ବର୍ତ୍ତମାନ ଭାରତୀୟ ଟିମ ଦୁଇ ଭାଗ ହୋଇଯାଇଛି ବୋଲି ଖବର ଆସୁଛି । ଯେଉଁଥିରେ ଭାରତୀୟ ଟିମ ରୋହିତ ଓ କୋହଲିଙ୍କ ମଧ୍ୟରେ ବାଣ୍ଟି ହୋଇ ଯାଇଥିବାର ନଜର ଆସୁଛି । କହିବାକୁ ଗଲେ ଏହା ରୋହିତ ଶର୍ମାଙ୍କର ସୋସିଆଲ ମିଡିଆରେ ଆକ୍ଟିବିଟିକୁ ନେଇ କୁହାଯାଉଛି । ସତରେ ଟିମ କିଛି ଠିକ ଠାକ ଲାଗୁ ନାହିଁ । ତେବେ ଚାଲନ୍ତୁ ଜାଣିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ଅଛି ।

ବିରାଟ ପରେ ଅନୁଷ୍କାଙ୍କ ଠାରୁ ବି ରୋହିତ ମୁହଁ ଫେରାଇ ନେଲେ

ଭାରତର ବେଷ୍ଟ ବ୍ୟାଟ୍ସମ୍ୟାନ ଲିଷ୍ଟରେ ସାମିଲ ଥିବା ରୋହିତ ଶର୍ମା ବର୍ତ୍ତମାନ ହିଁ ବିରାଟ କୋହଲିଙ୍କୁ ସୋସିଆଲ ମିଡିଆରେ ଫଲୋ କରିବା ବନ୍ଦ କରି ଦେଇଛନ୍ତି । କିନ୍ତୁ କୋହଲି ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ବି ଫଲୋ କରୁଛନ୍ତି । ଏତିକି ନୁହେଁ, କୋହଲିଙ୍କ ପରେ ରୋହିତ ଶର୍ମା ଅନୁଷ୍କାଙ୍କୁ ବି ଫଲୋ କରିବା ବନ୍ଦ କରି ଦେଇଛନ୍ତି । ଯାହା ପରେ ଲାଗୁଛି କି ଦୁଇ ଜଣଙ୍କ ମଧ୍ୟରେ କିଛି ବି ଠିକ ନାହିଁ ।

କିନ୍ତୁ ଏହାର କିଛି ଆଧିକାରିକ ପୁଷ୍ଟି ବି ହୋଇ ନାହିଁ । କହିଦେଉଛୁ କି ଅନୁଷ୍କା ଓ ରିତିକା ଶର୍ମାଙ୍କ ମଧ୍ୟରେ ବି ବର୍ତ୍ତମାନ ପୂର୍ବ ଭଳି ବନ୍ଧୁତା ନଜର ଆସୁ ନାହିଁ ।

ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ମଧ୍ୟରେ ଦୂରତା

ମିଡିଆ ରିପୋର୍ଟ ଅନୁସାରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ମଧ୍ୟରେ ୱାର୍ଲ୍ଡ କପ ସମୟରୁ ହିଁ ଦୂରତା ନଜର ଆସୁଛି । କୁହାଯାଉଛି କି ରୋହିତ ଶର୍ମା ତାଙ୍କର ଓପନିଙ୍ଗ ପାର୍ଟନର ଶିଖର ଧବନଙ୍କୁ ନେଇ ବିରାଟ କୋହଲି ଓ ରବି ଶାସ୍ତ୍ରୀଙ୍କ ଦ୍ଵାରା ନିଆଯାଇଥିବା ନିଷ୍ପତି ଉପରେ ଖୁସି ନାହାନ୍ତି । ଯେଉଁ କାରଣରୁ ଟିମ ଦୁଇ ଭାଗ ହୋଇ ଯାଇଛି । ଏତିକି ନୁହେଁ ୱାର୍ଲ୍ଡ କପ ସମୟରେ ଟିମ ଦୁଇ ଭାଗ ହୋଇ ଖେଳୁଥିଲା ।

ସିଓଏ ଖାରଜ କରି ପାରିବେ ମତଭେଦ

ବର୍ତ୍ତମାନ ଆଶା କରାଯାଉଛି କି ବିସିସିଆଇ ଓ ସିଇଓ ମିଶି ଏହି ମତଭେଦକୁ ଖାରଜ କରି ପାରନ୍ତି ଓ ନିଜର ବୈଠକରେ ଏହିଭଳି ଖବର ସମୀକ୍ଷା ବି କରିବେ । କିନ୍ତୁ କହିବାକୁ ଗଲେ ରୋହିତ ଶର୍ମା ବିରାଟ କୋହଲିଙ୍କ ନିଷ୍ପତିରେ ଖୁସି ନାହାନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।