ନିକଙ୍କ ବଡଭାଇଙ୍କ ବାହାଘରରେ ଗୁଲାବୋ ହୋଇ ବୁଲୁଥିବାର ନଜର ଆସିଲେ ଦେସୀ ଗର୍ଲ, ଲୁଟି ନେଲେ ସମସ୍ତ ଲାଇମଲାଇଟ, ଦେଖନ୍ତୁ

ଏମତି କୁହାଯାଏ କି ଆମେ ହିନ୍ଦୁସ୍ତାନି କାହାର ବି ହୃଦୟ ଜିତି ପାରିବା ଓ କାହାକୁ ବି ନିଜର କରି ପାରିବୁ । ଆମର ରହିବା ସହିବା ଅନ୍ଦାଜ ପରଦେଶୀମନଙ୍କୁ ନିଜର କରି ଦେଇଥାଏ । ଏହାକୁ ସତ କରି ଦେଖାଇଛନ୍ତି ବଲୀଉଡର ଦେସୀ ଗର୍ଲ ପ୍ରିୟଙ୍କା ଚୋପଡା । ଯିଏକି ବର୍ତ୍ତମାନ ନିଜର ଜେଠର ବାହାଘରକୁ ନେଇ ଚର୍ଚାରେ ଅଛନ୍ତି । ନିଜର ଜେଠର ବାହାଘରରେ ପ୍ରିୟଙ୍କନଅକା ଗୋଲାବୋ ହୋଇ ବୁଲୁଥିବାର ନଜର ଆସିଛନ୍ତି ।

ଜେଠଙ୍କର ବାହାଘରରେ ଗୁଲାବୋ ହୋଇ ବୁଲୁଥିବାର ନଜର ଆସୁଛନ୍ତି ଦେସୀ ଗର୍ଲ

ପ୍ରିୟଙ୍କା ଚୋପଡା ଓ ତାଙ୍କର ଶଶୁରଘର ଲୋକମାନେ ଗତ କିଛି ଦିନ ହେବ ଲଗାତର ଖବରରେ ଛାଇ ରହିଛନ୍ତି । କହିବାକୁ ଗଲେ ବର୍ତ୍ତମାନ ସମୟରେ ଜୟ ଜୋନସ ଓ ହଲିଉଡ ଅଭିନେତ୍ରୀ ସୋଫୀ ଟର୍ନରଙ୍କ ସହ ବିବାହ ଫଙ୍କସନ ଚାଲିଛି । ଏହି ବିବାହରେ ପୁରା ପରିବାର ଫ୍ରାନ୍ସରେ ପ୍ୟାରିସ ସହରରେ ଏକାଠି ହୋଇଥିଲେ । ଏହି ବିବାହ ଫଙ୍କସନରେ ପ୍ରିୟଙ୍କା ବି ନିଜ ମା ଓ ଭାଇଙ୍କ ସହିତ ପହଞ୍ଚି ଥିଲେ ।

କହିବାକୁ ଗଲେ ବାହାଘର ଜୋନସଙ୍କର ଥିଲା କିନ୍ତୁ ଭାରତରେ ସମସ୍ତଙ୍କର ନଜର ପ୍ରିୟଙ୍କା ଚୋପଡା ଉପରେ ଥିଲା । କହିବାକୁ ଗଲେ ପ୍ୟାରିସରୁ ଯେଉଁ ଫଟୋ ସାମନାକୁ ଆସୁଛି ସେଥିରେ ପ୍ରିୟଙ୍କା ଏକ ଅଲଗା ଲୁକରେ ହିଁ ନଜର ଆସୁଛନ୍ତି । ଏମିତିରେ ବିବାହ ଭଳି ଫଙ୍କସନରେ ଦେସୀ ଗର୍ଲ ବିଲକୁଲ ଦେସୀ ଅନ୍ଦାଜରେ ନଜର ଆସୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ୱେସ୍ଟର୍ନ ଡ୍ରେସରେ ନଜର ଆସୁଥିବା ପ୍ରିୟଙ୍କା ବାହାଘର ଦିନ ଏକ ଗୋଲାପି ରଙ୍ଗର ଶାଢୀ, ଗୋଲାପି ରଙ୍ଗର ଚୁଡି, ଗୋଲାପି ରଙ୍ଗର ଘଡି ଓ ଏକ ଗୋଲାପି ରଙ୍ଗର ଫୁଲ ବି ଲଗାଇ ଥିଲେ ।

ବିଦେଶରେ ରହିବା ସତ୍ବେ ବି ପ୍ରିୟନଅକା ଶାଢୀ ପିନ୍ଧି ପୁଣି ଥରେ ନିଜର ଫ୍ୟାନମାନଙ୍କର ହୃଦୟ ଜିତି ନେଇଛନ୍ତି । ଗୋଲାପି ରଙ୍ଗର ନେଟ ଶାଢୀ ସହ ପ୍ରିୟଙ୍କା ବୈକଲେସ ବ୍ଲାଉଜ ପିନ୍ଧି ଥିଲେ । ଏହା ସହିତ ସେ ମ୍ୟାଚିଙ୍ଗ ଗୋଲାପ ଫୁଲ ବି ଲଗାଇ ଥିଲେ । ଏହି ଲୁକରେ ପ୍ରିୟଙ୍କା ବହୁତ ସୁନ୍ଦର ଦେଖା ଯାଉଥିଲେ । ଅନ୍ୟ ପଟେ ନିକ ଜୋନସ ବ୍ଲୈକ କଲର କା ଥ୍ରୀ ପୀସ ସୂଟ ପିନ୍ଧିଥିଲେ ।

ଜୟ ଜୋନସ ଓ ସୋଫୀ ଟର୍ନରଙ୍କର ଶାହୀ ବିବାହ ପ୍ୟାରିସର Chateau ନାମକ ଏକ ମହଲରେ ହୋଇଛି । ଏହା ପୂର୍ବରୁ କପଲ ଦୁଇ ଜଣ ୧ ମେ ଦିନ ଲସ ଭେଗାସରେ ବିବାହ କରିଥିଲେ । ଯାହାକି ଏକ ପ୍ରାଇବେଟ ସେରେମନୀ ଥିଲା ଓ ସେଥିରେ ପରିବାରର ସଦସ୍ୟମାନେ ଓ ସମ୍ପର୍କୀୟମାନେ ସାମିଲ ହୋଇଥିଲେ ।