ପାକିସ୍ତାନରେ ଭାରତର କେତେକ ସପୁତଙ୍କୁ ଆଜୀବନ କାରାଦଣ୍ଡ ହୋଇଛି, ଯେଉଁମାନଙ୍କ ମଧ୍ୟରୁ କିଛି ଲୋକମାନଙ୍କୁ ବାହାରି ସାରି ଛନ୍ତି ଏବଂ ଅନ୍ୟ କିଛି ଲୋକମାନେ ଆଜି ପର୍ଯ୍ୟନ୍ତ ବି ଜେଲରେ ବିନା ଦୋଷରେ ଦଣ୍ଡ ଭୋଗୁଛନ୍ତି ଏବଂ କିଛି ଲୋକମାନେ ତ ଏହି ଦୁନିଆକୁ ଅଲବିଦା ବି କହିସାରିଛନ୍ତି । ପାକିସ୍ତାନ ସୀମାକୁ ଯିଏ ବି କ୍ରସ କରିଥାଏ ତାକୁ ଭାରତୀୟ ଜାସୂସ କହି ବନ୍ଦୀ କରିଦିଆଯାଏ ।
କିଛି ଏହିଭଳି ହିଁ ହୋଇଛି ଅମୃତସର ଜିଲ୍ଲାରେ ଗୋଟିଏ ପରିବାର ସହିତ । ଯାହାର ପୁଅ ୩୪ ବର୍ଷ ହେବ ପାକିସ୍ତାନର କୋଟ ଲଖପତ ଜେଲରେ ବନ୍ଦୀ ଅଛି । ସେହି ବ୍ୟକ୍ତିର ଦୋଷ କେବଳ ଏତିକି ଥିଲା କି ୭ ବର୍ଷ ବୟସରେ ଖେଳୁ – ଖେଳୁ ଉଲଂଘନ କରିଥିଲା ବର୍ଡର । ଏବଂ ତାକୁ ମିଳିଗଲା ଏତେ ବଡ ଦଣ୍ଡ ।
୭ ବର୍ଷ ବୟସରେ ଖେଳୁ – ଖେଳୁ ଉଲଂଘନ କରିଥିଲା ବର୍ଡର
ଅମୃତସରର ଅଜନାଲା ସେକ୍ଟରରେ ଥିବା ରାବୀ ନଦୀ ନିକଟରେ ଥିବା ଏକ ଗ୍ରାମ ବେଦୀ ଛନ୍ନାର ରତନ ସିଂହଙ୍କର କହିବା ଅଟେ କି ୧୯୮୫ରେ ଯେତେବେଳ ସେ ଚାଷ ଜମିକୁ ଯାଇଥିଲେ ସେତେବେଳେ ତାଙ୍କର ୭ ବର୍ଷର ପୁଅ ନାନକ ସିଂହ ଖେଳୁ ଖେଳୁ ପାକିସ୍ତାନ ସୀମା ପାର କରି ଦେଇଥିଲା । ଏହା ପରେ ପାକିସ୍ତାନୀ ରେଂଜର୍ସଙ୍କ ସହିତ ସମ୍ପର୍କ କରାଗଲା ତେବେ ସେ ତାକୁ ଫେରାଇବା ପାଇଁ ମନା କରିଦେଲେ ।
ପୁଣି ଏହି ମାମଲା ଥାନା ରାମଦାସ ପର୍ଯ୍ୟନ୍ତ ପହଞ୍ଚିଲା । ତେବେ ପାକିସ୍ତାନ ତରଫରୁ କୁହାଗଲା କି, ତାଙ୍କର କିଛି ମଇଁଷି ଫେରାଇଲେ ସେମାନେ ତାହା ବଦଳରେ ନାନକ ସିଂହଙ୍କୁ ଫେରାଇବେ ବୋଲି କହିଲେ । କିନ୍ତୁ ଏହି ପରିବାର ନା ମଇଁଷି ଖୋଜି ପାରି ଥାନ୍ତା ଏବଂ ନା ହିଁ ନୂଆ ମଇଁଷି କିଣି ପାରି ଥାନ୍ତା । ଏହି କାରଣରୁ ସେ କେବେ ବି ଫେରି ପାରିଲା ନାହିଁ ଏବଂ ବୁଢା ବାପା – ମା ନିଜର ପୁଅର ଅପକ୍ଷାରେ ରହିଗଲେ ।
ଭିଖୀବିଂଡର ସରବଜୀତ ସିଂହଙ୍କ ସହିତ ନାନକ ସିଂହଙ୍କର ମାମଲା ବି ଉଠା ଯାଇଥିଲା । କିନ୍ତୁ ଅଶିକ୍ଷା ଏବଂ ଦରିଦ୍ରତା ଦୁଇଟି ହିଁ ଏମାନଙ୍କ ଆଗରେ କାନ୍ଥ ହୋଇ ଛିଡା ହୋଇଗଲା । ସେଥିପାଇଁ ଏହି ମାମଲା ଅଧିକ ଚର୍ଚାର ବିଷୟ ହୋଇ ପାରିଲା ନାହିଁ ।
କହିବାକୁ ଗଲେ ୧୯୯୦ – ୯୧ରେ ପାକିସ୍ତାନ ଜେଲରେ ବନ୍ଦୀ ଥିବା ଲୋକମାନଙ୍କର ଏକ ସୂଚୀ କରାଯାଇଥିଲା । ସେଥିରେ ନାନାକ ସିଂହ ବି ପାକିସ୍ତାନ ଜେଲରେ ବନ୍ଦୀ ଥିଲେ । ଲିସ୍ଟ ଅନୁସାରେ ନାନକ ସିଂହଙ୍କର ପିତାଙ୍କର ନାମ, ଠିକଣା ସବୁ ଠିକ ଥିଲା କିନ୍ତୁ ତାଙ୍କର ନାମକୁ ଚେଞ୍ଜ କରି କକ୍କଡ ସିଂହ କରା ଦିଆଯାଇଥିଲା । ତାଙ୍କ ବାପା – ମାଙ୍କର ଶେଷ ଇଛା ଅଛି କି ସେ ମରିବା ପୂର୍ବରୁ ନିଜ ପୁଅର ଚେହେରାକୁ ମନ ଭରି ଦେଖିବେ ।