ଉତ୍ତମ ସନ୍ତାନ ପ୍ରାପ୍ତି ପାଇଁ କେବେ ଓ କେଉଁ ଦିନ ସହବାସ କରିବା ଉଚିତ ! ଦମ୍ପତ୍ତି ମାନେ ନିହାତି ଜାଣନ୍ତୁ…

ବିବାହ ଏକ ପବିତ୍ର ବନ୍ଧନ ଯାହାକି ସଂସାରର ନିୟମ ଅଟେ । ଏହି ବନ୍ଧନରେ ବାନ୍ଧି ହେବା ପରେ ପ୍ରତ୍ଯେକଟି ଦମ୍ପତ୍ତି ନିଜ କୋଳ ପୂରଣ କରିବା ପାଇଁ ଏକ ଉତ୍ତମ ସନ୍ତାନର କାମନା କରିଥାନ୍ତି । ତେବେ ଉତ୍ତମ ସନ୍ତାନ ପ୍ରାପ୍ତି ପାଇଁ ଶାସ୍ତ୍ରରେ ବହୁତ ନିୟମ ରହିଛି । କେଉଁ ତିଥି ଓ କେଉଁ ନକ୍ଷତ୍ର ଏବଂ କେଉଁ ଶୁଭ ବାରରେ ସହବାସ କରିବା ଦ୍ଵାରା ଔରସରୁ ଜାତ ହୋଇଥିବା ସନ୍ତାନ ବହୁତ ଜ୍ଞାନବାନ , ଗୁଣବାନ ଓ ବୁଦ୍ଧିମାନ , ଦୀର୍ଘାୟୁ ହୋଇଥାଏ ।

ଯେଉଁ ଦମ୍ପତ୍ତି  ସନ୍ତାନ ପ୍ରାପ୍ତି ପାଇଁ ଆଶା କରିଥାନ୍ତି । ସେମାନେ କେବେବି ଦିନରେ ସ୍ତ୍ରୀ ସହବାସ କରନ୍ତୁ ନାହିଁ । କାରଣ ସୂର୍ଯ୍ୟଙ୍କ ଥିବା ସମୟରେ ଯଦି ସନ୍ତାନ କାମନା କରି ସହବାସ କରାଯାଏ । ତେବେ ସେ ସମୟରେ ଔରସରୁ ଜାତ ହୋଇଥିବା ସନ୍ତାନ ବିକଳାଙ୍ଗ ହୋଇ ଜନ୍ମ  ଗ୍ରହଣ କରିଥାଏ । ଶାସ୍ତ୍ର ନିୟମ ଅନୁସାରେ ସ୍ତ୍ରୀ ସହ ସହବାସ ରାତି 11 ଟା ଠାରୁ 4 ଟା ଯାଏ କରିବା ଉଚିତ୍ ।

ଏହି ସମୟକୁ ବହୁତ ଶୁଭ ସମୟ ବୋଲି ମାନାଯାଇଥାଏ । ଅମାବ୍ୟାସ, ଷଷ୍ଟି, ନବମୀ ଓ ଚର୍ତୁଦଶୀ ତିଥିରେ ଆଦୌ ସହବାସ କରନ୍ତୁ ନାହିଁ । କାରଣ ଏହି ସମୟରେ ଜନ୍ମ ହୋଇଥିବା ସନ୍ତାନ କୁ-ସନ୍ତାନ ହୋଇଥାଏ । ରବିବାର, ମଙ୍ଗଳବାର ଓ ଶନିବାର ଏହି ଦିନ ମାନଙ୍କରେ ସନ୍ତାନ କାମନା କରି  ସ୍ତ୍ରୀ ସହ ସହବାସ କରିବା  ନିବାରଣ ଅଟେ ।

ମାଆ, ବାପାଙ୍କର ଶ୍ରାଦ୍ଧ ଦିନ ମଧ୍ୟ ସହବାସ କରନ୍ତୁ ନାହିଁ । ଏହା ଛଡା ଗ୍ରହଣ ଲାଗିଥିବା ଦିନ ମଧ୍ୟ ସନ୍ତାନ କାମନା କରି ସହବାସ କରନ୍ତୁ ନାହିଁ । ଯାହା ଦ୍ଵାରା କି ଆପଣଙ୍କ ଔରସରୁ ଜନ୍ମ ହୋଇଥିବା ସନ୍ତାନ ଅଳ୍ପ ଆୟୁ ଓ ଗୁଣହୀନ ହୋଇକି  ଜନ୍ମ ହୋଇଥାଏ । ନିଜର ଜନ୍ମ ନକ୍ଷତ୍ର ଠାରୁ ସପ୍ତମ ନକ୍ଷତ୍ର ଚାଲୁଥିବା ସମୟରେ ସ୍ତ୍ରୀ ସହବାସ ନିଷିଦ୍ଧ ଅଟେ  ।

ଉତ୍ତମ, ଗୁଣବାନ ଓ ଜ୍ଞାନବାନ ସନ୍ତାନ ପାଇଁ ଉତ୍ତମ ନକ୍ଷତ୍ର ହେଉଛି  ଶ୍ରବଣା, ହସ୍ତା, ଅନୁରାଧା, ସ୍ଵାତି, ଉତ୍ତର ଫାଲ୍ଗୁନୀ, ଧନିଷ୍ଟା, ମୂଳା, ରୋହିଣୀ ଏହି ସବୁ ନକ୍ଷତ୍ର ଚାଲୁଥିବା ସମୟରେ ଯେଉଁ ମାନେ ସନ୍ତାନ କାମନା କରି ସ୍ତ୍ରୀ ସହ ସହବାସ କରିଥାନ୍ତି । ତାଙ୍କ ଔରସରୁ ଜାତ ହୋଇଥିବା ସନ୍ତାନ ବହୁତ ଭାଗ୍ୟଶାଳୀ, ଜ୍ଞାନବାନ, ପରଉପକାରୀ ଏବଂ ଜଗତ କଲ୍ୟାଣକାରୀ ହୋଇଥାଏ ।

ତେଣୁ ସନ୍ତାନ ପାଇଁ ଏହି ତିଥି ଓ ନକ୍ଷତ୍ରରେ ସହବାସ କରନ୍ତୁ । ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟତି ଭଲ ଲାଗିଥିବ । ତେବେ ଏହିଭଳି ଭଲ ଭଲ ଅପଡେଟ ପାଇଁ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।